OR/681222b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ପ୍ରକୃତିରେ, ଯଦିଓ ଆଧ୍ୟାତ୍ମିକ ଆତ୍ମା ଅନନ୍ତ ଅଟେ, ଯେପରି ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, କାର୍ଯ୍ୟକଳାପଗୁଡିକ ଅସ୍ଥାୟୀ ଅଟେ। କୃଷ୍ଣଭାବାନାମୃତ ଆନ୍ଦୋଳନ ଆତ୍ମାକୁ ତାର ନିତ୍ୟ କାର୍ଯ୍ୟକଳାପରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି। ଅବିନାଶୀ କାର୍ଯ୍ୟକଳାପଗୁଡିକ ଆମେ ଭୌତିକ ପିଞ୍ଜରାରେ ଆବଦ୍ଧ ହୋଇ ମଧ୍ୟ ଅଭ୍ୟାସ କରାଯାଇପାରେ । ଏହା କେବଳ ଦିଗ ଆବଶ୍ୟକ କରେ । କିନ୍ତୁ ଏହା ସମ୍ଭବ ଅଟେ, ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଏବଂ ନିୟମ ଅନୁଯାୟୀ, ଆଧ୍ୟାତ୍ମିକ ଭାବରେ କାର୍ଯ୍ୟ କରିବା ଦ୍ୱାରା । କୃଷ୍ଣଭାବାନାମୃତ ଆନ୍ଦୋଳନ ଏହି ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ଶିକ୍ଷା ଦିଏ, ଏବଂ ଯଦି ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ତାଲିମ ପ୍ରାପ୍ତ ହୁଏ, ତେବେ ଜଣେ ଆଧ୍ୟାତ୍ମିକ ଜଗତକୁ ସ୍ଥାନାନ୍ତରିତ ହୁଏ, ଯାହା ଆମେ ବୈଦିକ ସାହିତ୍ୟରୁ ଏବଂ ଭଗବଦ୍-ଗୀତାରୁ ଯଥେଷ୍ଟ ପ୍ରମାଣ ପାଇଥାଉ। ଏବଂ ଆଧ୍ୟାତ୍ମିକ ତାଲିମ ପ୍ରାପ୍ତ ବ୍ୟକ୍ତି ଚେତନା ପରିବର୍ତ୍ତନ ଦ୍ୱାରା ସହଜରେ ଆଧ୍ୟାତ୍ମିକ ଜଗତକୁ ସ୍ଥାନାନ୍ତରିତ ହୋଇପାରିବ।"
681222 - ପ୍ରବଚନ ପ୍ରେସ ବିଜ୍ଞପ୍ତି - ଲସ ଆ଼ଞ୍ଜେଲ୍ସ