OR/690119 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର କୃଷ୍ଣ ଭାବାନାମୃତ ଆନ୍ଦୋଳନ ହେଉଛି ଏହି ବୈଦିକ ସାହିତ୍ୟର ଲାଭ ଉଠାଇବା ପାଇଁ ଲୋକଙ୍କୁ ସୁଯୋଗ ଦେବା। ଚୈତନ୍ୟ-ଚରିତାମୃତରେ ବହୁତ ସୁନ୍ଦର ପଦ ଅଛି:
ଅନାଦି ବହିର-ମୁଖ ଜୀବ କୃଷ୍ଣ ଭୁଲି ଗେଲା
ଅତଏବ କୃଷ୍ଣ ବେଦ ପୁରାଣ କରିଲା
(ଚ.ଚ. ମଧ୍ୟ ୨୦.୧୧୭)

ଆମେ ଜାଣୁ ନାହିଁ କେତେବେଳେ ଆମେ ଭଗବାନଙ୍କୁ ଭୁଲିଗଲୁ, କେତେବେଳେ ଆମେ ଭଗବାନଙ୍କ ସହିତ ଆମର ସମ୍ପର୍କକୁ ହରାଇଲୁ । ଆମେ ଅନନ୍ତକାଳ ଭଗବାନଙ୍କ ସହିତ ଜଡିତ । ଆମେ ତଥାପି ସମ୍ପର୍କିତ । ଆମର ସମ୍ପର୍କ ତୁଟିନାହିଁ । ଠିକ ପିତା ଏବଂ ପୁଅଙ୍କ ପରି, ସମ୍ପର୍କ ନଷ୍ଟ ହୋଇପାରିବ ନାହିଁ, କିନ୍ତୁ ଯେତେବେଳେ ପୁଅ ମତ୍ତ କିମ୍ବା ପାଗଳ ହୋଇଯାଏ, ସେତେବେଳେ ସେ ଭାବନ୍ତି ଯେ ତାଙ୍କର ପିତା ନାହାଁନ୍ତି । ତାହା ଏକ ପ୍ରତିବନ୍ଧାତ୍ମକ... କିନ୍ତୁ ପ୍ରକୃତରେ ସମ୍ପର୍କ ନଷ୍ଟ ହୁଏ ନାହିଁ । ଯେତେବେଳେ ସେ ଚେତନାକୁ ଆସନ୍ତି, 'ଓଃ, ମୁଁ ଏପରି ଭଦ୍ରଲୋକଙ୍କ ପୁଅ', ସମ୍ପର୍କ ତୁରନ୍ତ ସେଠାରେ ଥାଏ । ସେହିଭଳି, ଆମର ଚେତନା, ଏହି ଭୌତିକ ଚେତନା, ପାଗଳତାର ଏକ ଅବସ୍ଥା । ଆମ୍ଭେମାନେ ପରମେଶ୍ୱରଙ୍କୁ ଭୁଲି ଯାଇଛୁ। ଆମେ ଈଶ୍ୱର ମୃତ ବୋଲି ଘୋଷଣା କରୁଛୁ । ପ୍ରକୃତରେ ମୁଁ ମରିଛି । ମୁଁ ଭାବୁଛି, 'ଭଗବାନ ମରିଛନ୍ତି'।

690119 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ