OR/690120c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରତ୍ୟେକ ଜୀବଜନ୍ତୁ ଉପଭୋଗ କରିବା ପାଇଁ ଉପଯୁକ୍ତ, କାରଣ ସେ ଭଗବାନଙ୍କ ଅଂଶ ବିଶେଷ । କାରଣ ସେ ଅଂଶ ବିଶେଷ, ସେ ମଧ୍ୟ ଉପଭୋଗ କରନ୍ତି, ଯଦିଓ ସ୍ୱଳ୍ପ ପରିମାଣରେ । କିନ୍ତୁ ସେ ଭଗବାନଙ୍କ ସହ ମିଶି ଉପଭୋଗ କରିପାରିବେ । ତେଣୁ ଭଗବାନଙ୍କ ସଙ୍ଗତିରେ ପ୍ରବେଶ କରିବା ପାଇଁ, ନିଜକୁ ଶୁଦ୍ଧ କରିବାକୁ ପଡିବ । ୟସ୍ମାଦ୍ ବ୍ରହ୍ମ-ସଉ ... ବ୍ରହ୍ମ, ବ୍ରହ୍ମ-ସୌକ୍ଷଂ । ବ୍ରହ୍ମ ଅର୍ଥ ଅସୀମିତ, କିମ୍ବା ଆଧ୍ୟାତ୍ମିକ। ଆଧ୍ୟାତ୍ମିକ ଅର୍ଥ ଅସୀମିତ, ଅନନ୍ତ, ନିତ୍ୟ - ସର୍ବଶ୍ରେଷ୍ଠ । ଏଗୁଡ଼ିକ ହେଉଛି ବ୍ରହ୍ମର କିଛି ଅର୍ଥ । । ତେଣୁ ତୁମେ ଆନନ୍ଦ ଖୋଜୁଛ; ତାହା ହେଉଛି ତୁମର ଅଧିକାର। ତାହା ତୁମର ଅଧିକାର। ତୁମେ ନିଶ୍ଚୟ ପାଇବ । କିନ୍ତୁ ତୁମେ ଏହି ଇନ୍ଦ୍ରିୟ ସୁଖ ସ୍ଥରରେ ଖୋଜୁଛ, ତୁମେ ଏହାକୁ କେବେବି ପାଇବ ନାହିଁ । ଯଦି ତୁମେ ଏହି ଅସ୍ତିତ୍ୱକୁ ଶୁଦ୍ଧ କର, ତେବେ ତୁମେ ଅସୀମିତ ଆନନ୍ଦ ପାଇବ, ତୁମର ଆଧ୍ୟାତ୍ମିକ ଅସ୍ତିତ୍ୱରେ ।"
690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ