OR/690216b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ, ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହା ସିଧାସଳଖ କେବଳ କୃଷ୍ଣଙ୍କ ଉପରେ ଆଧାରିତ । ଆଉ କିଛି ନାହିଁ... ତେଣୁ ଏହି ବାଳକମାନଙ୍କ ଅପେକ୍ଷା କେହି ଭଲ ଧ୍ୟାନ କରନ୍ତି ନାହିଁ। ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ ଦେଉଛନ୍ତି। ସେମାନଙ୍କର ସବୁ କାର୍ଯ୍ୟକଳାପ ହେଉଛି କୃଷ୍ଣ। ସେମାନେ କାର୍ଯ୍ୟ କରୁଛନ୍ତି ବଗିଚାରେ, ମାଟି ଖୋଳିବା: "ଓଃ, ସୁନ୍ଦର ଗୋଲାପ ଆସିବ, ଆମେ କୃଷ୍ଣଙ୍କୁ ଅର୍ପଣ କରିବୁ।" ଧ୍ୟାନ। ପ୍ରାକ୍ଟିକାଲ୍ ଧ୍ୟାନ: "ମୁଁ ଗୋଲାପ ବଢ଼େଇବି ଏବଂ ଏହା କୃଷ୍ଣଙ୍କୁ ଅର୍ପଣ କରାଯିବ" । ଖୋଳିବାରେ ମଧ୍ୟ ଧ୍ୟାନ ଅଛି । ତୁମେ ଦେଖୁଛ? ସେମାନେ ସୁନ୍ଦର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, "ଓଃ, ଏହା କୃଷ୍ଣ ଖାଇବେ।" ତେଣୁ ରାନ୍ଧିବାରେ ଧ୍ୟାନ ଅଛି । ତୁମେ ଦେଖୁଛ? ଏବଂ ଜପ ଏବଂ ନୃତ୍ୟ ବିଷୟରେ କ’ଣ କହିବେ? ତେଣୁ ସେମାନେ କୃଷ୍ଣଙ୍କୁ ଚବିଶ ଘଣ୍ଟା ଧ୍ୟାନ କରୁଛନ୍ତି । ପୂର୍ଣ୍ଣ ଯୋଗୀ।"
690216 - ପ୍ରବଚନ BG 06.13-15 - ଲସ ଆ଼ଞ୍ଜେଲ୍ସ