OR/690219b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କେବଳ ଯଦି ତୁମେ "କୃଷ୍ଣ" ଜପ କର ଏବଂ ଯଦି ତୁମେ ଶୁଣୁଛ, ସ୍ୱୟଂଚାଳିତ ଭାବରେ ତୁମର ମନ କୃଷ୍ଣଙ୍କ ଉପରେ ସ୍ଥିର ହୋଇଯିବ। ଏହାର ଅର୍ଥ ହେଉଛି ଯୋଗ ପ୍ରଣାଳୀ ତୁରନ୍ତ ପ୍ରାପ୍ତ ହୁଏ । କାରଣ ସମଗ୍ର ଯୋଗ ବ୍ୟବସ୍ଥା ହେଉଛି ତୁମର ମନକୁ ବିଷ୍ଣୁଙ୍କ ରୂପରେ ଏକାଗ୍ର କରିବା, ଏବଂ କୃଷ୍ଣ ହେଉଛନ୍ତି ବିଷ୍ଣୁ ରୂପ ବିସ୍ତାରର ମୂଳ ବ୍ୟକ୍ତିତ୍ୱ । କୃଷ୍ଣ ହେଉଛନ୍ତି... ଠିକ୍ ଏଠାରେ ଏକ ପ୍ରଦୀପ । ବର୍ତ୍ତମାନ, ଏହି ଦୀପରୁ, ଏହି ମହମବତୀରୁ, ଆପଣ ଅନ୍ୟ ଏକ ମହମବତୀ ଆଣିପାରିବେ, ଆପଣ ଏହାକୁ ଜଳାଇ ପାରିବେ । ତା’ପରେ ଅନ୍ୟ, ଅନ୍ୟ, ଅନ୍ୟ - ହଜାରେ ପ୍ରତ୍ୟେକ ମହମବତୀ ଏହି ମହମବତୀ ପରି ଶକ୍ତିଶାଳୀ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହି ମହମବତୀକୁ ମୂଳ ମହମବତୀ ଭାବରେ ଗ୍ରହଣ କରିବାକୁ ପଡିବ। ସେହିଭଳି କୃଷ୍ଣ ଲକ୍ଷ ଲକ୍ଷ ବିଷ୍ଣୁ ରୂପରେ ବିସ୍ତାର କରୁଛନ୍ତି। ପ୍ରତ୍ୟେକ ବିଷ୍ଣୁ ରୂପ ହେଉଛି କୃଷ୍ଣଙ୍କ ପରି, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ମହମବତୀ କାରଣ କୃଷ୍ଣଙ୍କଠାରୁ ସବୁକିଛି ବିସ୍ତାର ହୁଏ। "
690219 - ପ୍ରବଚନ BG 06.30-34 - ଲସ ଆ଼ଞ୍ଜେଲ୍ସ