OR/690429b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କହି ପାରିବୁ ନାହିଁ ଯେ, ଠିକ୍ ଯେପରି, କିଛି ହୋଟେଲରେ, 'ଏହିପରି ବ୍ୟକ୍ତିମାନଙ୍କ ପ୍ରବେଶ ନିଷେଧ' । ନା। ଆମେ କହି ପାରିବୁ ନାହିଁ। ଆମେ ସମସ୍ତଙ୍କୁ ସ୍ୱୀକାର କରୁଛୁ। ଜୀବନର ନିମ୍ନରୁ ଲୋକଙ୍କୁ ସର୍ବୋଚ୍ଚ ସ୍ଥିତିକୁ ଉନ୍ନୀତ କରିବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ନିମ୍ନ ସ୍ଥରରେ ଅଛନ୍ତି । ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହା ମଧ୍ୟ କହିଛନ୍ତି ଯେ 'ଆପଣ ପାପୀମାନଙ୍କୁ ଘୃଣା କର ନାହିଁ, କିନ୍ତୁ ପାପକୁ ଘୃଣା କର'। ଏହା ନୁହେଁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି? ତେଣୁ ହିପ୍ପିମାନେ ପାପୀ ହୋଇପାରନ୍ତି। ଆମେ ସେମାନଙ୍କୁ ଧାର୍ମିକ ଜୀବନକୁ ଉଠାଉଥାଉ। ଆମେ କହୁଛୁ, 'ଏହା କର ନାହିଁ। ଏହି ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ। ମଦ୍ୟପାନ କର ନାହିଁ। ଏହା କର ନାହିଁ। ଏହା କର ନାହିଁ। ପ୍ରକୃତରେ ଆମେ ପାପକୁ ଘୃଣା କରୁ, ପାପୀମାନଙ୍କୁ ନୁହେଁ । ଯଦି ଆମେ ପାପୀମାନଙ୍କୁ ଘୃଣା କରୁ, ତେବେ ପ୍ରଚାର କରିବାର ସମ୍ଭାବନା କେଉଁଠାରେ ଅଛି? "
690429 - ବାର୍ତ୍ତାଳାପ - ବୋଷ୍ଟୋନ୍