OR/690607 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଆପଣ ଏଠାକୁ ଆସନ୍ତି, ଯଦି ଆପଣ ଶୁଣନ୍ତି ଏବଂ ଜପ କରନ୍ତି, ତେବେ ଧୀରେ ଧୀରେ... କୃଷ୍ଣ ଆପଣଙ୍କ ଭିତରେ ପାଇବେ । ସେ ଆପଣଙ୍କ ହୃଦୟରେ ବନ୍ଧୁ ଭାବରେ ବସିଛନ୍ତି, ଶତ୍ରୁ ଭାବରେ ନୁହଁନ୍ତି। କୃଷ୍ଣ ସର୍ବଦା ଆପଣଙ୍କର ବନ୍ଧୁ ଅଟନ୍ତି। ସୁହୃଦଂ ସର୍ବଭୂତାନାଂ ( ଭ.ଗୀ. ୫.୨୯) ଆପଣ କଥାବାର୍ତ୍ତା କରିବାକୁ, ଥଟ୍ଟା କରିବାକୁ, ପ୍ରେମ କରିବାକୁ ସାଙ୍ଗମାନଙ୍କୁ ଖୋଜୁଛନ୍ତି । କୃଷ୍ଣ ସେହି ଉଦ୍ଦେଶ୍ୟରେ ସେଠାରେ ବସିଛନ୍ତି । ଯଦି ଆପଣ କୃଷ୍ଣଙ୍କୁ ଭଲ ପାଆନ୍ତି, ଯଦି ଆପଣ କୃଷ୍ଣଙ୍କ ସହିତ ବନ୍ଧୁତା କରନ୍ତି, ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମର ଜୀବନ ସଫଳ ହେବ । ତୁମେ ଅନ୍ୟ କୌଣସି ସାଙ୍ଗକୁ ଖୋଜିବାକୁ ପଡ଼ିବ ନାହିଁ । ସାଙ୍ଗଟି ପୂର୍ବରୁ ଅଛି । ତୁମେ ପୁଅ କିମ୍ବା ଝିଅ, ତୁମେ ନିଜ ଭିତରେ ଏକ ଭଲ ବନ୍ଧୁ ପାଇବ । ତାହା ହେଉଛି ଯୋଗ ପ୍ରଣାଳୀ, ଯେତେବେଳେ ତୁମେ ଏହି ବନ୍ଧୁକୁ ହୃଦୟଙ୍ଗମ କରିବ । ତେଣୁ ଏହି ବନ୍ଧୁ ଏତେ ସୁନ୍ଦର, ତୁମେ ତାଙ୍କ ବିଷୟରେ ଶୁଣିବାକୁ ଟିକେ ଇଚ୍ଛୁକ ହେବା ମାତ୍ରେ, ଶୃଣୁବତାଂ ସ୍ଵ-କଥା - କୃଷ୍ଣଙ୍କ ବିଷୟରେ, ଅନ୍ୟ କୌଣସି ଅଜ୍ଞାନ କଥାବାର୍ତ୍ତା ନୁହେଁ, କେବଳ କୃଷ୍ଣଙ୍କ ବିଷୟରେ - ତେବେ କୃଷ୍ଣ ଖୁସି ହେବେ । ସେ ତୁମ ଭିତରେ ଅଛନ୍ତି। ଶୃଣୁବତାଂ ସ୍ଵ-କଥା କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ, ହୃଦି ଅନ୍ତଃ ସ୍ଥଃ (ଭା.୧.୨.୧୭)। ହୃତ ଅର୍ଥ ହୃଦୟ । ଅନ୍ତଃ ସ୍ଥଃ ଅର୍ଥ ହେଉଛି 'ତୁମ ହୃଦୟରେ ଯିଏ ବସିଛି' ।
690607 - ପ୍ରବଚନ CC Adi 17.21 - New Vrindaban, USA