OR/690609 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ, କୃଷ୍ଣ ଭାବାନାମୃତ ଆନ୍ଦୋଳନ, ମୁଁ କହିବାକୁ ଚାହେଁ, ସବୁକିଛି ସଫାସୁତୁରା କରେ, ସବୁକିଛି ପକ୍କା କରେ । ତେଣୁ ସେମାନେ ନିଶ୍ଚୟ ଜାଣିବେ। ଏବଂ ଆମର ପ୍ରକ୍ରିୟା ଅତି ସରଳ ଅଟେ। ଏପରିକି ଆମେ କାରଖାନାଗୁଡ଼ିକରେ, ଯେକୌଣସି ସ୍ଥାନରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରିପାରିବା ଏବଂ ଆମେ ସବୁକିଛି ଶାନ୍ତିପୂର୍ଣ୍ଣ କରିଥାଉ । ତାହା ଏକ ସତ୍ୟ । ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, କାରଖାନା, ସର୍ବତ୍ର । ଚେତୋ-ଦର୍ପଣ-ମାର୍ଜନମ (ଚ.ଚ. ଅନ୍ତ୍ୟ ୨୦.୧୨, ଶିକ୍ଷାଷ୍ଟକ ୧) । ଏହା ସଫା କରିବା ପ୍ରକ୍ରିୟା । ସବୁକିଛି ଅପରିଷ୍କାର । ତେଣୁ ଆମେ ଲୋକଙ୍କୁ ସଫା, ଶାନ୍ତି ଏବଂ ଖୁସି କରିବାକୁ ଚାହୁଁଛୁ । ତାହା ହେଉଛି ଆମର ମିଶନ୍ । ଆମେ ଟଙ୍କା ସଂଗ୍ରହ କରିବା ମିଶନ ନୁହଁ, ଯେ "ମୋତେ ତୁମର ଟଙ୍କା ଦିଅ, ଏବଂ ମୋତେ ଉପଭୋଗ କରିବାକୁ ଦିଅ ।" ଆମେ ତାହା ନୁହେଁ । ଟଙ୍କା ..., ଆମ ପାଖରେ ବହୁତ ଟଙ୍କା ଅଛି । କୃଷ୍ଣ ଆମର ... ପୁରା ଟଙ୍କା ହେଉଛି କୃଷ୍ଣଙ୍କର । ୟଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ( ଭ.ଗୀ. ୬.୨୨) । କୃଷ୍ଣ ଏତେ ମୂଲ୍ୟବାନ, ଯଦି ଜଣେ କୃଷ୍ଣ ପାଆନ୍ତି, ତେବେ ସେ ଆଉ କିଛି ଚାହାଁନ୍ତି ନାହିଁ । "
690609 - ବାର୍ତ୍ତାଳାପ - New Vrindaban, USA