OR/690911 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: ଯଦି ମନ୍ତ୍ରର ଶକ୍ତି ଅଛି, ତେବେ ସମସ୍ତ ଲୋକ ଏହାର ଫାଇଦା ନେବା ଉଚିତ୍ । ଏହା କାହିଁକି ଗୁପ୍ତ ହେବା ଉଚିତ୍?
ଜର୍ଜ ହାରିସନ୍: ସମସ୍ତ ଲୋକ ଆମ ପାଖରେ ଥିବା ମନ୍ତ୍ର ପାଇପାରିବେ, କିନ୍ତୁ ଏହା କେବଳ ସେମାନେ ଅନ୍ୟକାହାଠାରୁ ପାଇବା ଆବଶ୍ୟକ । ଆମେ ସେମାନଙ୍କୁ ତାହା ଦେଇ ପାରିବୁ ନାହିଁ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ।
ପ୍ରଭୁପାଦ: ହଁ । ମନ୍ତ୍ର, ଯଦି ଏହା ମୂଲ୍ୟବାନ, ଏହା ସମସ୍ତଙ୍କ ପାଇଁ ମୂଲ୍ୟବାନ । ଏହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ କାହିଁକି ହେବା ଉଚିତ୍?
ଜନ୍ ଲେନନ୍: ଯଦି ସମସ୍ତ ମନ୍ତ୍ର ... ସମସ୍ତ ମନ୍ତ୍ର କେବଳ ଭଗବାନଙ୍କ ନାମ । ଏହା ଏକ ଗୁପ୍ତ ମନ୍ତ୍ର ହେଉ କିମ୍ବା ଖୋଲା ମନ୍ତ୍ର, ଏହା ଭଗବାନଙ୍କ ନାମ । ତେଣୁ ଏହା ପ୍ରକୃତରେ ଅଧିକ ପାର୍ଥକ୍ୟ କରେ ନାହିଁ, ଏହା କରେକି, ତୁମେ କେଉଁ ମନ୍ତ୍ର ଗାଉଛ?
ପ୍ରଭୁପାଦ: ନା । ଯେପରି ଔଷଧ ଦୋକାନରେ ସେମାନେ ରୋଗର ଉପଶମ ପାଇଁ ସମସ୍ତ ଔଷଧ ବିକ୍ରି କରନ୍ତି । କିନ୍ତୁ ତଥାପି, ଏକ ନିର୍ଦ୍ଦିଷ୍ଟ ପ୍ରକାରର ଔଷଧ ନେବା ପାଇଁ ଆପଣଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ନେବାକୁ ପଡିବ । ସେମାନେ ଆପଣଙ୍କୁ ଯୋଗାଇବେ ନାହିଁ । ଯଦି ତୁମେ ଏକ ଔଷଧ ଦୋକାନକୁ ଯାଅ ଏବଂ ତୁମେ କୁହ, "ମୁଁ ଅସୁସ୍ଥ ଅଛି। ତୁମେ ମୋତେ ଯେକୌଣସି ଔଷଧ ଦିଅ," ତାହା ନୁହେଁ ... ସେ ତୁମକୁ ପଚାରିବେ, ତୁମର ପ୍ରେସକ୍ରିପସନ୍ କେଉଁଠାରେ? ସେହିଭଳି, ଏହି ଯୁଗରେ, କଳି-ଯୁଗରେ, ଏହି ମନ୍ତ୍ର, ହରେ କୃଷ୍ଣ ମନ୍ତ୍ର, ଶାସ୍ତ୍ରରେ ପରାମର୍ଶ କରାଯାଇଛି, ଏବଂ ମହାନ ସମର୍ଥକ - ଚୈତନ୍ୟ ମହାପ୍ରଭୂ ଆମେ ତାଙ୍କୁ କୃଷ୍ଣଙ୍କ ଅବତାର ବୋଲି ବିବେଚନା କରୁ, ସେ ଏହା ପ୍ରଚାର କରିଥିଲେ । ତେଣୁ ଆମର ନୀତି ହେଉଛି ସମସ୍ତେ ଅନୁସରଣ କରିବା ଉଚିତ୍ । ମହାଜନୋ ୟେନ ଗତଃ ସ ପନ୍ଥାଃ ( ଚ.ଚ. ମଧ୍ୟ ୧୭.୧୮୬) । ଆମେ ମହାନ କର୍ତ୍ତୃପକ୍ଷଙ୍କ ପାଦଚିହ୍ନ ଅନୁସରଣ କରିବା ଉଚିତ୍ । ତାହା ହେଉଛି ଆମର କାମ।
690911 - ବାର୍ତ୍ତାଳାପ with John Lennon, Yoko Ono and George Harrison - ଟାଇଟେନହ୍ରଷ୍ଟ