OR/700518 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କର୍ମୀ କିମ୍ବା ଜ୍ଞାନୀ କିମ୍ବା ଯୋଗୀ, ସେମାନେ ସର୍ବଦା... ସେମାନେ, ପ୍ରତ୍ୟେକ, ଉପରକୁ ଉଠିବାକୁ ଚେଷ୍ଟା କରନ୍ତି। ଏବଂ ସେମାନଙ୍କ ଉପରେ ଭକ୍ତମାନେ ଅଛନ୍ତି। ତେଣୁ ଭକ୍ତଙ୍କ ସ୍ଥାନ ସର୍ବୋଚ୍ଚ କାରଣ ଭକ୍ତି ଦ୍ୱାରା ଆପଣ କେବଳ ବୁଝିପାରିବେ ଭଗବାନ କଣ । ଭକ୍ତ୍ୟା ମାମଭିଜାନାତି (ଭ.ଗୀ. ୧୮.୫୫), କୃଷ୍ଣ କୁହନ୍ତି। ସେ କୁହନ୍ତି ନାହିଁ ଯେ 'କର୍ମ ଦ୍ୱାରା ଜଣେ ମୋତେ ବୁଝିପାରେ' । ସେ କୁହନ୍ତି ନାହିଁ ଯେ 'ଜ୍ଞାନ ଦ୍ୱାରା ଜଣେ ମୋତେ ବୁଝିପାରେ' । ସେ କୁହନ୍ତି ନାହିଁ ଯେ 'ଯୋଗ ଦ୍ୱାରା ଜଣେ ମୋତେ ବୁଝିପାରେ'। ସେ ସ୍ପଷ୍ଟ ଭାବରେ କୁହନ୍ତି, ଭକ୍ତ୍ୟା ମାମଭିଜାନାତି: 'କେବଳ ଭକ୍ତିମୟ ସେବା ଦ୍ୱାରା ଜଣେ ବୁଝିପାରେ' । ୟାବାନ୍ୟଶ୍ଚାସ୍ମି ତତ୍ତ୍ୱତଃ ( ଭ.ଗୀ. ୧୮.୫୫) । ସେ ଯେପରି ଅଛନ୍ତି, ତାହା ଜାଣିବା ହେଉଛି ଭକ୍ତି । ତେଣୁ ଭକ୍ତିମୟ ସେବା ବ୍ୟତୀତ, ସଂପୂର୍ଣ୍ଣ ସତ୍ୟ ବୁଝିବାର କୌଣସି ସମ୍ଭାବନା ନାହିଁ। "
700518 - ପ୍ରବଚନ ISO 13-15 - ଲସ ଆ଼ଞ୍ଜେଲ୍ସ