OR/700623 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ କୃଷ୍ଣ ଚେତନାରେ ଜଣେ ଉନ୍ନତ ହୁଏ, ସେତେବେଳେ ତାଙ୍କର କାମ ହେଲା ଦେଖିବା, 'ମୁଁ ମୋର ସମୟ ନଷ୍ଟ କରୁଛି କି'? ଉନ୍ନତ ଭକ୍ତଙ୍କର ଏହା ହେଉଛି ଗୋଟିଏ ଚିହ୍ନ। ଅବ୍ୟର୍ଥ କାଳତ୍ୱମ୍। ନାମ-ଗାନେ ସଦା ରୁଚି ( ଚ.ଚ. ମଧ୍ୟ ୨୩.୩୨) । ସବୁବେଳେ ଜପ କରିବା ପାଇଁ ଆସକ୍ତି । ପ୍ରୀତିସ୍ ତଦ୍-ବସତି ସ୍ଥଳେ: ( ଚ.ଚ. ମଧ୍ୟ ୨୩.୧୮-୧୯) ଏବଂ ମନ୍ଦିରରେ ରହିବା ପାଇଁ ଆକର୍ଷଣ ବା ଆସକ୍ତି, ବସତି, କୃଷ୍ଣ ଯେଉଁଠାରେ ରୁହନ୍ତି । କୃଷ୍ଣ ସବୁଆଡେ ରୁହନ୍ତି, କିନ୍ତୁ ବିଶେଷ ଭାବରେ ଆମକୁ ଭେଟିବାର ସୁଯୋଗ ଦେବା ପାଇଁ, ସେ ମନ୍ଦିରରେ କିମ୍ବା ବୃନ୍ଦାବନ ପରି ସ୍ଥାନରେ ରୁହନ୍ତି । ତେଣୁ ପ୍ରୀତିସ୍ ତଦ୍-ବସତି ସ୍ଥଳେ । ଯେଉଁଠାରେ କୃଷ୍ଣ ରହୁଛନ୍ତି ସେଠାରେ ରହିବା ପାଇଁ ଆସକ୍ତି ବୃଦ୍ଧି କରାଯିବା ଉଚିତ୍ । ପ୍ରୀତିସ୍ ତଦ୍-ବସତି... ନାମ-ଗାନେ ସଦା ରୁଚି। ଏବଂ ସର୍ବଦା ପବିତ୍ର ନାମ ଗାଇବା ପାଇଁ ସ୍ୱାଦ ଆବଶ୍ୟକ ।"
700623 - ପ୍ରବଚନ NOD - ଲସ ଆ଼ଞ୍ଜେଲ୍ସ