OR/700701 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆରମ୍ଭ ହେଉଛି, ଶ୍ରୀମଦ୍-ଭାଗବତମ୍ ଅର୍ଥ ହେଉଛି କୃଷ୍ଣ। ଏହା ଅନ୍ୟକିଛି ହୋଇପାରିବ ନାହିଁ। ଏହା ହେଉଛି କୃଷ୍ଣ-କଥ। ଭଗବଦ୍-ଗୀତା ମଧ୍ୟ କୃଷ୍ଣ-କଥା। କଥାର ଅର୍ଥ ହେଉଛି ଶବ୍ଦ । ତେଣୁ କୃଷ୍ଣଙ୍କ ଦ୍ଵାରା କଥିତ କୃଷ୍ଣ ଶବ୍ଦ, ଅର୍ଥାତ୍ ଭଗବଦ୍-ଗୀତା ଏବଂ କୃଷ୍ଣଙ୍କ ବିଷୟରେ କଥିତ ଶବ୍ଦ, ଅର୍ଥାତ୍ ଶ୍ରୀମଦ୍-ଭାଗବତମ୍। କିମ୍ବା କୃଷ୍ଣଙ୍କ ଭକ୍ତଙ୍କ ବିଷୟରେ, ଯାହା ଭାଗବତ ଅଟେ। ତେଣୁ ଭାଗବତ, ଦୁଇ ପ୍ରକାରର ଭାଗବତ ଅଛି। ଗୋଟିଏ, ଏହି ପୁସ୍ତକ ଭାଗବତ ଏବଂ ଅନ୍ୟଟି ବ୍ୟକ୍ତି ଭାଗବତ, ଭକ୍ତ । ସେ ମଧ୍ୟ ଭାଗବତ । ଚୈତନ୍ୟ ମହାପ୍ରଭୁ ପରାମର୍ଶ ଦେଇଛନ୍ତି ଯେ ଭାଗବତ ପର ଗିୟା ଭାଗବତ ସ୍ଥାନେ: 'ତୁମେ ଯାଇ ଶ୍ରୀମଦ୍-ଭାଗବତମ୍ ଭାଗବତଙ୍କ ଠାରୁ ପଢିବା ଉଚିତ୍, ବ୍ୟକ୍ତି ଭାଗବତ' । ନଚେତ୍ ତୁମେ ଭୁଲ ବୁଝିବ । ଭାଗବତ ପର ଗିୟା ଭାଗବତ ସ୍ଥାନେ। "
700701 - ପ୍ରବଚନ SB 02.01.01 - ଲସ ଆ଼ଞ୍ଜେଲ୍ସ