OR/700702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ କୃଷ୍ଣ ଭାବନାରେ ଲାଗି ରହିବ, ସେଠାରେ କୌଣସି ରହସ୍ୟ ନାହିଁ, ନକଲତା ନାହିଁ, କୂଟନୈତିକତା ନାହିଁ। ଗୋଟିଏ କଥା, କୃଷ୍ଣ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ... ତାହା ତୁମକୁ ସନ୍ତୁଷ୍ଟ କରିବ। ୟୟାତ୍ମା ସୁପ୍ରସୀଦତି । ଯଦି ତୁମେ ପ୍ରକୃତରେ ସୁଖ ଚାହୁଁଛ, ତେବେ ତୁମେ ଏହି କୃଷ୍ଣ ଭାବନା ପ୍ରସଙ୍ଗରେ ଲାଗି ରୁହ । ଅନ୍ୟ କୌଣସି ଜିନିଷ ଆଣ ନାହିଁ । ତା’ହେଲେ ତାହା ହେବ ଗୃହେଷୁ ଗୃହ-ମେଧିନାମ, ଅପଶ୍ୟତାଂ ଆତ୍ମ-ତତ୍ତ୍ୱଂ ( ଭା ୨.୧.୨) । ତେଣୁ ମୁଁ ମୋର ସନ୍ୟାସୀ ଶିଷ୍ୟମାନଙ୍କ ସହିତ ବିଶେଷ ଭାବରେ କହୁଛି, ଯେଉଁମାନେ ଆଜି ଏକ ମହତ୍ ମିଶନରେ ଯାଉଛନ୍ତି। ଦୟାକରି ଏହି ନୀତିକୁ ପାଳନ କର - ଗୋଟିଏ - କୃଷ୍ଣ। ତୁମେ ଉପକୃତ ହେବ, ଏବଂ ଯେଉଁମାନଙ୍କ ସହିତ ତୁମେ କଥାବାର୍ତ୍ତା କରିବ, ସେମାନେ ଉପକୃତ ହେବେ, ବିଶ୍ୱ ଉପକୃତ ହେବ। ତେଣୁ ତୁମର ବହୁତ ବଡ଼ ଦାୟିତ୍ୱ ଅଛି । ଗୃହମେଧିଙ୍କ ଆଲୋଚନାରେ ପରିଣତ ହୁଅ ନାହିଁ ଏବଂ ଏହାକୁ ଭାଙ୍ଗ ନାହିଁ । ଏହା ମୋର ଅନୁରୋଧ । "
700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ