OR/701224b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କ ସହ ଆମର ପ୍ରକୃତ ସମ୍ପର୍କ ଆମେ ଭୁଲି ଯାଇଛୁ; ତେଣୁ କୃଷ୍ଣ ବ୍ୟକ୍ତିଗତ ଭାବରେ ବେଳେବେଳେ ଆସନ୍ତି, ଯେପରି କୃଷ୍ଣ ଆସିଥିଲେ, ଏବଂ ସେ ମଧ୍ୟ ଶିକ୍ଷା ଦିଅନ୍ତି। କୃଷ୍ଣଙ୍କ ସହ ଆମର ସମ୍ପର୍କ ବିଷୟରେ ଆମକୁ ମନେ ପକାଇବା ପାଇଁ ସେ ଭଗବଦ୍-ଗୀତାକୁ ଛାଡି ଯାଇଛନ୍ତି ଏବଂ ସେ ଅନୁରୋଧ କରିଛନ୍ତି ଯେ "ତୁମର ସମସ୍ତ ନିର୍ବୋଧ ଘୁଷୁରୀ ପରି କାର୍ଯ୍ୟ ଦୟାକରି ଛାଡିଦିଅ । ଦୟାକରି ମୋ ପାଖକୁ ଫେରି ଆସ; ମୁଁ ତୁମକୁ ସୁରକ୍ଷା ଦେବି", ସର୍ବ ଧର୍ମାନ୍ ପରିତ୍ୟଜ୍ୟ ( ଭ.ଗୀ. ୧୮.୬୬) । ଏହା କୃଷ୍ଣଙ୍କର କାମ, କାରଣ କୃଷ୍ଣ ସମସ୍ତ ଜୀଵାତ୍ମାଙ୍କ ପିତା ଅଟନ୍ତି। ସେ ଖୁସି ନୁହଁନ୍ତି ଯେ ଏସବୁ ଜୀଵାତ୍ମା ଗୁଡ଼ିକ ଏହି ଭୌତିକ ଜଗତରେ ଘୁଷୁରୀ ପରି ସଢୁଛନ୍ତି । ତେଣୁ ଏହା ତାଙ୍କର କାମ । ସେ ବ୍ୟକ୍ତିଗତ ଭାବରେ ବେଳେବେଳେ ଆସନ୍ତି; ସେ ନିଜର ପ୍ରତିନିଧୀଙ୍କୁ ପଠାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରି ସେ ମଧ୍ୟ ତାଙ୍କ ପୁତ୍ରଙ୍କୁ ପଠାନ୍ତି । ସେ ଦାବି କରିଛନ୍ତି ଯେ ସେ ପୁତ୍ର । ଏହା ସମ୍ଭବ ଅଟେ, ତାହା ... ସମସ୍ତେ ପୁଅ, କିନ୍ତୁ ଏହି ପୁତ୍ରର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରିୟ ପୁତ୍ର ଯାହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପଠାଯାଇ ସେମାନଙ୍କୁ ଘରକୁ, ଭଗବାନଙ୍କ ପଖକୁ ଫେରାଇ ଆଣିବାକୁ ପଠାଯାଇଥାଏ । "
701224 - ପ୍ରବଚନ SB 06.01.42-43 - ସୁରତ