OR/710117 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧର୍ମ-ଅର୍ଥ-କାମ-ମୋକ୍ଷ ( ଭା. ୪.୮.୪୧, ଚ.ଚ. ଆଦି ୧.୯୦): ଏକ ଜୀବତ୍ମାକୁ ସର୍ବୋଚ୍ଚ ସ୍ଥରକୁ ଉଠାଇବା ପାଇଁ ଏଗୁଡ଼ିକ ହେଉଛି ନୀତି । କିନ୍ତୁ ସେମାନେ ଏହାକୁ ନେଇଛନ୍ତି, ସାଧାରଣତ... ଅଧିକ ଅର୍ଥ ପାଇବା ପାଇଁ ସେମାନେ ଧାର୍ମିକ ରୀତିନୀତି କରନ୍ତି । ଅବଶ୍ୟ, ଆମର ରକ୍ଷଣାବେକ୍ଷଣ ପାଇଁ ଆମେ କିଛି ଟଙ୍କା ଆବଶ୍ୟକ କରୁ; ତାହା ଆବଶ୍ୟକ କିନ୍ତୁ ଯଦି ଆମେ କେବଳ ଟଙ୍କା ହାସଲ କରିବା ପାଇଁ ରୀତିନୀତି ଅନୁଯାୟୀ କାର୍ଯ୍ୟ କରିଥାଉ, ତାହା ଭୁଲ୍ ମାର୍ଗରେ ଚାଲିଥାଏ । ସାଧାରଣତଃ ଲୋକମାନେ ଏହା କରନ୍ତି । ସେମାନେ ଦାନ ଦିଅନ୍ତି ଯାହା ଦ୍ଵାରା ସେମାନେ ଅଧିକ ଟଙ୍କା ପାଇପାରିବେ । ସେମାନେ ଧର୍ମଶାଳା ଖୋଲନ୍ତି ଯାହା ଦ୍ଵାରା ସେମାନେ ଅଧିକ ଘର ପାଇପାରିବେ । ତାହା ହେଉଛି ସେମାନଙ୍କର ଉଦ୍ଦେଶ୍ୟ । କିମ୍ବା ସେମାନେ ସ୍ୱର୍ଗରାଜ୍ୟକୁ ଉନ୍ନୀତ ହୋଇପାରନ୍ତି । କାରଣ ସେମାନେ ଜାଣନ୍ତି ନାହିଁ ତାଙ୍କର ପ୍ରକୃତ ଆଗ୍ରହ କ’ଣ । ପ୍ରକୃତ ଆଗ୍ରହ ହେଉଛି ଘରକୁ ଫେରିବା, ଭଗବାନଙ୍କ ପାଖକୁ ଫେରିବା। "
710117 - ପ୍ରବଚନ SB 06.02.12-14 - ଆଲ୍ହାବାଦ