OR/710117b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ଜଣେ ଶିଶୁ ପ୍ରତିଦିନ ଦେଖନ୍ତି ଯେ ପୂର୍ବ ଦିଗରୁ ସୂର୍ଯ୍ୟ ଉଦୟ ହୁଅନ୍ତି - ତେଣୁ ପୂର୍ବ ପାର୍ଶ୍ୱ ସୂର୍ଯ୍ୟଙ୍କର ପିତା ଅଟେ। ପୂର୍ବ ପାର୍ଶ୍ୱ ସୂର୍ଯ୍ୟର ପିତା କି? ସୂର୍ଯ୍ୟ ସର୍ବଦା ଥାଆନ୍ତି, କିନ୍ତୁ ଆପଣ ସକାଳେ ଦେଖନ୍ତି ଏହା ପୂର୍ବ ଦିଗରୁ ଦେଖାଯାଏ । ଖାଲି ଏତିକି। ଏହା ତୁମର ଦର୍ଶନର କୋଣ । ପୂର୍ବ ଦିଗରୁ ଜନ୍ମ ନେଇ ସୂର୍ଯ୍ୟ ଜନ୍ମ ହୁଏ ନାହିଁ । ଆକାଶରେ ସୂର୍ଯ୍ୟ ସର୍ବଦା ଥାଏ । ସେହିଭଳି, କୃଷ୍ଣ ସର୍ବଦା ଥାଆନ୍ତି, କିନ୍ତୁ ମୂର୍ଖ ବ୍ୟକ୍ତିଙ୍କ ପାଇଁ ସେ ଜନ୍ମଗ୍ରହଣ କରିଥିବା ଦେଖାଯାଏ । ଅଜୋ ଽପି ଅବ୍ୟୟାତ୍ମା । ଅଜୋ ଽପି: "ମୋର କୌଣସି ଜନ୍ମ ନାହିଁ।" ଅଜଃ। ଏହି ଶବ୍ଦଟି ବ୍ୟବହୃତ ହୁଏ । ଅଜୋ ଽପି ଅବ୍ୟୟାତ୍ମା ଭୁତାନାଂ ଈଶ୍ୱରୋ ଽପି ସନ । ତେବେ ଆପଣ ସାଧାରଣ ଜନ୍ମ ପରି କୃଷ୍ଣଙ୍କର ଜନ୍ମକୁ କିପରି ତୁଳନା କରିପାରିବେ? ଯଦି କେହି ଜାଣନ୍ତି କୃଷ୍ଣଙ୍କର ଜନ୍ମ କ'ଣ, ସେ ମୁକ୍ତ ହୋଇଯାଏ । ଜନ୍ମ କର୍ମ ମେ ଦିବ୍ୟଂ ୟୋ ଜାନାତି ତତ୍ତ୍ୱତଃ ।"
710117 - ବାର୍ତ୍ତାଳାପ - ଆଲ୍ହାବାଦ