OR/710129 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ପ୍ରକୃତରେ ଶାନ୍ତି ଚାହୁଁଛ, ତେବେ ତୁମେ ଶାନ୍ତିର ଏହି ସୂତ୍ରକୁ ଭଗବଦ୍-ଗୀତାରେ ଯେପରି ପ୍ରତିପାଦିତ କରାଯାଇଅଛି ତାକୁ ଗ୍ରହଣ କରିବାକୁ ପଡିବ: ଯେ କୃଷ୍ଣ, କିମ୍ବା ଭଗବାନ, ଉପଭୋଗ କରନ୍ତି, କେବଳ ଉପଭୋଗ କରନ୍ତି । ସେ ସମ୍ପୂର୍ଣ୍ଣ ପୂର୍ଣ୍ଣ । ଠିକ୍ ଯେପରି ଏହି ଶରୀର ଏକ ପୂର୍ଣ୍ଣ: ଅଙ୍ଗଗୁଡ଼ିକ ଶରୀରର ଅଂଶବିଶେଷ, କିନ୍ତୁ ଏହି ଶରୀରର ପ୍ରକୃତ ଉପଭୋଗକାରୀ ହେଉଛି ପେଟ । ଗୋଡ ଗତି କରୁଛି, ହାତ କାମ କରୁଛି, ଆଖି ଦେଖୁଛି, କାନ ଶୁଣୁଛି । ସେମାନେ ସମସ୍ତେ ପୁରା ଶରୀରର ସେବାରେ ନିୟୋଜିତ ଅଛନ୍ତି । କିନ୍ତୁ ଯେତେବେଳେ ଖାଇବା କିମ୍ବା ଉପଭୋଗ କରିବାର ପ୍ରଶ୍ନ ଥାଏ, ନା ଆଙ୍ଗୁଠି, କାନ କିମ୍ବା ଆଖି ନୁହେଁ କେବଳ ପେଟ ହିଁ ଉପଭୋଗ କରିଥାଏ । ଏବଂ ଯଦି ଆପଣ ପେଟରେ ଖାଦ୍ୟ ସାମଗ୍ରୀ ଯୋଗାନ୍ତି, ସ୍ୱୟଂଚାଳିତ ଭାବରେ ଆଖି, କାନ, ଆଙ୍ଗୁଠି - ଶରୀରର ଯେକୌଣସି ଅଙ୍ଗ ସନ୍ତୁଷ୍ଟ ହେବ। "
710129 - ପ୍ରବଚନ at the House of Mr. Mitra - ଆଲ୍ହାବାଦ