OR/710212b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କୁ ବୁଝିବା ଅତ୍ୟନ୍ତ ସହଜ କାମ ନୁହେଁ। କୃଷ୍ଣ କୁହନ୍ତି, "ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଏହି ମାନବ ଜୀବନରେ ସିଦ୍ଧ ହେବାକୁ ଚେଷ୍ଟା କରୁଛନ୍ତି"। ସମସ୍ତେ ଚେଷ୍ଟା କରୁନାହାଁନ୍ତି। ସର୍ବପ୍ରଥମେ ବ୍ରାହ୍ମଣ ହେବା କିମ୍ବା ବ୍ରାହ୍ମଣୀୟ ଯୋଗ୍ୟତା ହାସଲ କରିବାକୁ ପଡିବ। ତାହା ହେଉଛି ସତ୍ୱ-ଗୁଣର ପ୍ଲାଟଫର୍ମ । ଯଦି କେହି ସତ୍ୱ-ଗୁଣର ପ୍ଲାଟଫର୍ମକୁ ଆସନ୍ତି ନାହିଁ, ତେବେ ସିଦ୍ଧତାର ପ୍ରଶ୍ନ ନାହିଁ । କେହି ବୁଝି ପାରିବେ ନାହିଁ, ରଜୋ-ଗୁଣ ଏବଂ ତମୋ-ଗୁଣର ପ୍ଲାଟଫର୍ମରେ କେହି ସିଦ୍ଧତା ହାସଲ କରିପାରିବେ ନାହିଁ, କାରଣ ଯିଏ ରଜୋ-ଗୁଣ ଏବଂ ତମୋ-ଗୁଣ ସହିତ ଆସକ୍ତ, ସେ ସର୍ବଦା ଅତ୍ୟନ୍ତ ଲୋଭୀ ଏବଂ କାମାସକ୍ତ । ତତୋ ରଜସ୍-ତମୋ-ଭାବାଃ କାମ-ଲୋଭାଦୟଶ ଚ ୟେ ( ଭା. ୧.୨.୧୯) । ଯିଏ ରଜୋ ଏବଂ ତମୋ ଭୌତିକ ଗୁଣରେ ସଂକ୍ରମିତ, ସେ କାମୁକ ଏବଂ ଲୋଭୀ । ଖାଲି ଏତିକି।"
710212 - ପ୍ରବଚନ CC Madhya 06.149-50 - ଗୋରଖପୁର