OR/710627 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଭଗବଦ୍-ଗୀତାରେ ଦର୍ଶାଯାଇଛି, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ: 'ମୁଁ ସମସ୍ତଙ୍କ ହୃଦୟରେ ବସିଛି'। ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: ( ଭ.ଗୀ. ୧୫.୧୫) 'ମୁଁ ସମସ୍ତଙ୍କ ବୁଦ୍ଧି ଦେଉଛି ତା ସହ ମୁଁ ସମସ୍ତଙ୍କଠାରୁ ବୁଦ୍ଧି ଛଡ଼ାଇ ନେଉଛି ' ଏହି ଦୁଇଟି କାମ କାମ ପରମାତ୍ମାଙ୍କ ଦ୍ୱାରା କରାଯାଉଛି । ଗୋଟିଏ ପଟେ ସେ ନିଜକୁ କିପରି ଅନୁଭବ କରିବେ, ଭଗବାନଙ୍କୁ କିପରି ଅନୁଭବ କରିବେ ସେଥିପାଇଁ ସହାୟତା କରୁଛନ୍ତି ଏବଂ ଅନ୍ୟ ପାର୍ଶ୍ୱରେ ସେ ଭଗବାନଙ୍କୁ ଭୁଲିଯିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହା କିପରି ଅଟେ ଯେ ପରମପୁରୁଷ ଭଗବାନ, ପରମାତ୍ମା ଭାବରେ, ଏହି ଦ୍ୱିଗୁଣ କାର୍ଯ୍ୟ କରୁଛନ୍ତି? ଅର୍ଥ ହେଉଛି ଯଦି ଆମେ ଭଗବାନଙ୍କୁ ଭୁଲିଯିବାକୁ ଚାହୁଁ, ଭଗବାନ ଆମକୁ ଏପରି ଭାବରେ ସାହାଯ୍ୟ କରିବେ ଯେ ଆମେ ଭଗବାନଙ୍କୁ ଏ ଜୀବନରେ ଓ ଆଗ ଜୀବନରେ ମଧ୍ୟ ଭୁଲିଯିବା । ଯଦି ଆମେ ଭଗବାନଙ୍କ ସହ ଆମର ସମ୍ପର୍କକୁ ପୁନଃ ସ୍ଥାପିତ କରିବାକୁ ଚାହୁଁ, ଭିତରୁ ସେ ଆମକୁ ସବୁ ଦିଗରେ ସାହାଯ୍ୟ କରିବେ । ଏହି ମାନବ ଜୀବନ ଭଗବାନ ହୃଦୟଙ୍ଗମ ପାଇଁ ଏକ ସୁଯୋଗ । "
710627 - ପ୍ରବଚନ 2 Festival Ratha-yatra - ସାନ୍ ଫ୍ରାନ୍ସିସ୍କୋ