OR/710829 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: କୃଷ୍ଣଙ୍କୁ କୃତ୍ରିମ ଭାବରେ ଦେଖିବାକୁ ଚେଷ୍ଟା କର ନାହିଁ । ବିରହ ଅନୁଭବରେ ଅଗ୍ରଗତି କର, ଏବଂ ତା’ପରେ ଏହା ସିଦ୍ଧ ହେବ । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା। କାରଣ ଆମର ଭୌତିକ ଆଖିରେ ଆମେ କୃଷ୍ଣଙ୍କୁ ଦେଖିପାରିବା ନାହିଁ । ଅତଃ ଶ୍ରୀ-କୃଷ୍ଣ-ନାମାଦି ନ ଭବେଦ ଗ୍ରାହ୍ୟଂ ଇଦ୍ରିୟୈଃ ( ଚ.ଚ. ମଧ୍ୟ ୧୭.୧୩୬) । ଆମର ଭୌତିକ ଇନ୍ଦ୍ରିୟଗୁଡିକ ସହିତ ଆମେ କୃଷ୍ଣଙ୍କୁ ଦେଖିପାରୁ ନାହୁଁ, ଆମେ କୃଷ୍ଣଙ୍କ ନାମ ବିଷୟରେ ଶୁଣିପାରୁ ନାହୁଁ । କିନ୍ତୁ ସେବୋନମୁଖେ ହି ଜିହ୍ଵାଦୌ, ଯେତେବେଳେ ତୁମେ ନିଜକୁ ପ୍ରଭୁଙ୍କ ସେବାରେ ନିୟୋଜିତ କର ... ସେବା କେଉଁଠାରୁ ଆରମ୍ଭ ହୁଏ? ଜିହ୍ଵାଦୌ। ସେବା ଗୋଡ, ଆଖି କିମ୍ବା କାନରୁ ନୁହେଁ ଜିଭରୁ ଆରମ୍ଭ ହୁଏ । ଏହା ଜିଭରୁ ଆରମ୍ଭ ହୁଏ । ସେବୋନମୁଖେ ହି ଜିହ୍ଵାଦୌ। ଯଦି ତୁମେ ଜିଭ ମାଧ୍ୟମରେ ସେବା ଆରମ୍ଭ କର ... କିପରି? ହରେ କୃଷ୍ଣ ଜପ କର । ତୁମର ଜିଭ ବ୍ୟବହାର କର । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ । ଏବଂ କୃଷ୍ଣ ପ୍ରସାଦ ନିଅ । ଜିଭରେ ଦୁଇଟି କାମ ଅଛି: ଧ୍ୱନି ସୃଷ୍ଟି କର, ହରେ କୃଷ୍ଣ, ଏବଂ ପ୍ରସାଦ ଗ୍ରହଣ କରିବା । ଏହି ପ୍ରକ୍ରିୟା ଦ୍ୱାରା ତୁମେ କୃଷ୍ଣଙ୍କୁ ଅନୁଭବ କରିବ ।


ଭକ୍ତ: ହରିବୋଲ!

710829 - ପ୍ରବଚନ Festival Appearance Day, Srimati Radharani, Radhastami - ଲଣ୍ଡନ