OR/710826 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆପଣ ଯେକୌଣସି ପ୍ରକାରର ଧର୍ମ ଗ୍ରହଣ କରିପାରିବେ, ଏଥିରେ କୌଣସି ଫରକ ପଡ଼ିବ ନାହିଁ। ଆପଣ ହିନ୍ଦୁ କିମ୍ବା ମୁସୁଲମାନ କିମ୍ବା ଖ୍ରୀଷ୍ଟିଆନ ହୁଅନ୍ତୁ, ଏଥିରେ କୌଣସି ଫରକ ପଡ଼ିବ ନାହିଁ। ପରୀକ୍ଷା ହେଉଛି ଆପଣ ସେହି କାରଣହୀନ ବିକାଶ କରିଛନ୍ତି କି ..., ଭଗବାନଙ୍କ ପାଇଁ ଅହୈତୁକି ପ୍ରେମ, ଏବଂ ସେହି ପ୍ରେମ ସମ୍ପର୍କର କାର୍ଯ୍ୟକାରିତା ଚାଲିଛି, ତାହା କୌଣସି ଭୌତିକ କାରଣରୁ ଅଟକି ନାହିଁ । ଏହା ହେଉଛି ଧର୍ମର ପରୀକ୍ଷା। ଶ୍ରୀମଦ୍-ଭାଗବତମ୍, ଏହା କେତେ ସୁନ୍ଦର, ପରିଭାଷା ...
ସ ବୈ ପୁଂସାଂ ପରୋ ଧର୍ମୋ
ୟତୋ ଭକ୍ତିର ଅଧୋକ୍ଷଯେ
ଅହୈତୁକି ଅପ୍ରତିହତା
ୟୟାତ୍ମା ସୁପ୍ରସୀଦତି
( ଭା. ୧.୨.୬)

ଯଦି ତୁମେ ଭଗବାନଙ୍କ ପ୍ରତି ଏପରି ପ୍ରେମ ବିକାଶ କରିପାରିବ, ବିନା କାରଣରେ, ଅଟକ ନକରି, କୌଣସି ଭୌତିକ କାରଣରୁ ଅଟକି ନ ଯାଏ, ତେବେ ତୁମେ ସୁପ୍ରସୀଦତି ଅନୁଭବ କରିବ, ସମସ୍ତ ସନ୍ତୋଷ - ଆଉ ଚିନ୍ତା ନାହିଁ, ଆଉ ଅସନ୍ତୋଷ ନାହିଁ । ତୁମେ ସମଗ୍ର ବିଶ୍ୱକୁ ଆନନ୍ଦରେ ପରିପୂର୍ଣ୍ଣ ଅନୁଭବ କରିବ। "

710826 - ପ୍ରବଚନ SB 01.02.06 - ଲଣ୍ଡନ