OR/720526 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଶରୀର ପାଇବା ଅର୍ଥ ହେଉଛି ମୋର ଭୌତିକ ଇଚ୍ଛା ଅଛି। ଏହା (ଅସ୍ପଷ୍ଟ), ଏହା ହେଉଛି ଦର୍ଶନ। ଯିଏ ଏହି ଭୌତିକ ଶରୀର ପାଇଛି, ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି... ସେ ଏହି ବ୍ରହ୍ମାଣ୍ଡର ପ୍ରଥମ ଜୀବ ଭାବରେ ବିବେଚିତ ହୁଅନ୍ତି, ସବୁଠାରୁ ବୁଦ୍ଧିମାନ, ସବୁଠାରୁ ଅଧିକ ଶିକ୍ଷିତ, କିନ୍ତୁ ତଥାପି, କାରଣ ସେ ଏହି ଭୌତିକ ଶରୀରକୁ ପାଇଛନ୍ତି, ସେ ଆକମା ନୁହଁନ୍ତି, କୌଣସି ଭୌତିକ ଇଚ୍ଛା ରହିତ । ତାଙ୍କର ଭୌତିକ ଇଚ୍ଛା ଅଛି । ସେ ଗୋଟିଏ ବ୍ରହ୍ମାଣ୍ଡର ସର୍ବୋଚ୍ଚ କତୃପକ୍ଷ ହେବାକୁ ଚାହୁଁଥିଲେ । ଠିକ୍ ଯେପରି ଆମେ ଏକ ପରିବାରର ସର୍ବୋଚ୍ଚ କତୃପକ୍ଷ ହେବାକୁ ଚେଷ୍ଟା କରୁ, ତାପରେ ଏକ ସମାଜର, ତାପରେ ଏକ ଜାତିର, ଏକ ସମ୍ପ୍ରଦାୟର । ତା’ପରେ ମୁଁ ମଧ୍ୟ କତୃପକ୍ଷ ହେବାକୁ ଇଚ୍ଛା କରେ । ଆଗକୁ ଆଗକୁ, ବୃଦ୍ଧି ହୋଇଚାଲେ, ଏହାର ମାଲିକ ହେବା ପାଇଁ । ତେଣୁ, ଯେତେ ଦିନ ପର୍ଯ୍ୟନ୍ତ ଏହାକୁ ଅଧିକାର କରିବାକୁ ଇଚ୍ଛା ରହିବ, ତା’ହେଲେ ଆମକୁ ଏକ ଶରୀର ଗ୍ରହଣ କରିବାକୁ ପଡିବ । ଏହା କେଉଁ ପ୍ରକାରର ଶରୀର ଅଟେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହା ବ୍ରହ୍ମାଙ୍କ ଶରୀର ହୋଇପାରେ, ଏହା ବିଲେଇର ଶରୀର ହୋଇପାରେ, ଏହା ମନୁଷ୍ୟର ଶରୀର ହୋଇପାରେ, ଏହା ପକ୍ଷୀର ଶରୀର ହୋଇପାରେ, ଏହା ପଶୁଙ୍କ ଶରୀର ହୋଇପାରେ । ତାହା ମୋର ଇଚ୍ଛା ଉପରେ ନିର୍ଭର କରେ। କିନ୍ତୁ ଯଦି ମୋର କୌଣସି ଇଚ୍ଛା, ଭୌତିକ ଇଚ୍ଛା ଅଛି, ତେବେ ତାହା ପୂର୍ଣ୍ଣ କରିବାପାଇଁ, ମୁଁ ପରବର୍ତ୍ତୀ ଶରୀରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ, ଆଉ ଏକ ।"
720526 - ପ୍ରବଚନ SB 02.03.09 - ଲସ ଆ଼ଞ୍ଜେଲ୍ସ