OR/720529 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"'ମୋର ପ୍ରିୟ ପ୍ରଭୁ, ମୁଁ ନିଜ ପାଇଁ ଚିନ୍ତିତ ନୁହଁ, କାରଣ ମୁଁ ଏହି ଜିନିଷ ପାଇଛି। ମୋର କୌଣସି ଅସୁବିଧା ନାହିଁ ଭବସାଗରକୁ କିପରି ଅତିକ୍ରମ କରିବାକୁ ହେବ କିମ୍ବା କିପରି ବୈକୁଣ୍ଠ ଯିବାକୁ ହେବ କିମ୍ବା ମୁକ୍ତ ହେବାକୁ । ଏହି ସମସ୍ୟାର ସମାଧାନ ହୋଇସାରିଛି।' ତୁମେ କିପରି ସମାଧାନ କଲ? ତ୍ଵଦ-ବୀର୍ୟ-ଗାୟନ-ମହାମୃତ-ମଗ୍ନ-ଚିତ୍ତଃ 'କାରଣ ମୁଁ ତୁମର କାର୍ଯ୍ୟକଳାପର ମହିମା ଗାନ କରିବାରେ ସର୍ବଦା ପ୍ରବୃତ୍ତ, ତେଣୁ ମୋର ସମସ୍ୟାର ସମାଧାନ ହୋଇସାରିଛି'। ତା’ହେଲେ ତୁମର ଅସୁବିଧା କ’ଣ? ସମସ୍ୟାଟି ହେଉଛି: “ମୁଁ ବିଳାପ କରୁଛି”, “ଶୋଚେ ତତୋ ବିମୁଖ-ଚେତସଃ,” ଯେଉଁମାନେ ତୁମକୁ ବିରୋଧ କରନ୍ତି, ତୁମକୁ ବିରୋଧ କରି, ସେମାନେ ଏତେ ପରିଶ୍ରମ କରୁଛନ୍ତି ”, ମାୟା-ସୁଖାୟ, 'କଥା କଥିତ ସୁଖ ପାଇଁ, ଏହି ମୂର୍ଖ ମାନେ । ତେଣୁ ମୁଁ ସେମାନଙ୍କ ପାଇଁ କେବଳ ବିଳାପ କରୁଛି' । ଏହା ହେଉଛି ଆମର ବୈଷ୍ଣବ ଦର୍ଶନ। ଯିଏ କୃଷ୍ଣଙ୍କର ଚରଣପଦ୍ମର ଆଶ୍ରୟ ନେଇଛି, ତାଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କର ଏକମାତ୍ର ସମସ୍ୟା ହେଉଛି ମୂର୍ଖମାନଙ୍କୁ କିପରି ଉଦ୍ଧାର କରିବେ । କୃଷ୍ଣଙ୍କୁ ଭୁଲି କେବଳ କଠିନ ପରିଶ୍ରମ କରୁଛନ୍ତି। ତାହା ହେଉଛି ସମସ୍ୟା। "
720529 - ପ୍ରବଚନ SB 02.03.11-12 - ଲସ ଆ଼ଞ୍ଜେଲ୍ସ