OR/Prabhupada 0040 - ସେ ଜଣେ ପରମ ପୁରୁଷ



Lecture on BG 16.8 -- Tokyo, January 28, 1975

ଲକ୍ଷେ, କୋଟି, ସହସ୍ର କୋଟି ଜୀବ ଅଛନ୍ତି, ଏବଂ ସମସ୍ତଙ୍କର ହୃଦୟରେ ସେ ବସିଛନ୍ତି । ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ (BG 15.15) । ସେ ସେହିପରି ସଂଚାଳନ କରୁଛନ୍ତି । ତେଣୁ ଯଦି ଆମେ ଭାବୁ ଯେ ସେ ଆମ ପରି ଏକ ନିୟନ୍ତ୍ରକ ଅଟନ୍ତି, ତାହା ଆମର ଭୂଲ ଧାରଣା ଅଟେ । ସେ ନିୟନ୍ତ୍ରକ । ନିୟନ୍ତ୍ରକ ଅଛନ୍ତି । ଅସୀମିତ ଜ୍ଞାନ ଏବଂ ଅସୀମିତ ସହାୟକମାନଙ୍କ ସହିତ, ଅସୀମିତ ଶକ୍ତି ସହିତ, ସେ ସଂଚାଳନ କରନ୍ତି । ଏହି ମାୟାବାଦୀମାନେ, ସେମାନେ କଳ୍ପନା କରିପାରନ୍ତି ନାହିଁ ଯେ ଜଣେ ବ୍ୟକ୍ତି ଅସୀମିତଭାବେ ଶକ୍ତିଶାଳୀ ହୋଇପାରେ । ତେଣୁ ସେମାନେ ମାୟାବାଦୀ ହୋଇଯାନ୍ତି। ସେମାନେ କଳ୍ପନା ମଧ୍ୟ କରିପାରନ୍ତି ନାହିଁ । ମାୟାବାଦୀ, ସେମାନେ କଳ୍ପନା କରିପାରନ୍ତି ନାହିଁ.... ସେମାନେ କଳ୍ପନା କରନ୍ତି, "ଯଦି ଏକ ବ୍ୟକ୍ତି ଅଛି, ସେ ମୋପରି ଏକ ବ୍ୟକ୍ତି ଅଟେ । ମୁଁ ଏହା କରିପାରିବି ନାହିଁ, ତେଣୁ ସେ ମଧ୍ୟ ଏହା କରିପାରିବ ନାହିଁ । ସେଥିପାଇଁ ସେମାନେ ମୂଢ଼ ଅଟନ୍ତି । ଅବଜାନନ୍ତି ମାଂ ମୂଢ଼ା (BG 9.11) । ସେମାନେ କୃଷ୍ଣଙ୍କୁ ନିଜ ସହିତ ତୁଳନା କରନ୍ତି । ଯେପରି ସେ ଏକ ବ୍ୟକ୍ତି, ସେହିପରି, କୃଷ୍ଣ ଏକ ବ୍ୟକ୍ତି ଅଟନ୍ତି । ସେମାନେ ଜାଣି ନାହାଁନ୍ତି । ବେଦ ସୂଚନା ଦିଏ ଯେ "ଯଦିଓ ସେ ଜଣେ ବ୍ୟକ୍ତି, ସେ ଅସଂଖ୍ୟ ଜୀବମାନଙ୍କର ପୋଷଣ କରନ୍ତି ।" ତାହା ସେମାନେ ଜାଣି ନାହାଁନ୍ତି । ଏକୋ ୟୋ ବହୁନାଂ ବିଦଧାତି କାମାନ୍ । ସେହି ଏକମାତ୍ର ବ୍ୟକ୍ତି, ଲକ୍ଷ ଲକ୍ଷ ବ୍ୟକ୍ତମାନଙ୍କର ପୋଷଣ କରନ୍ତି ।

ଆମେ ସମସ୍ତେ ବ୍ୟକ୍ତି ଅଟୁ । ମୁଁ ବ୍ୟକ୍ତି ଅଟେ । ତୁମେ ବ୍ୟକ୍ତି ଅଟ । ପିମ୍ପୁଡ଼ି ବ୍ୟକ୍ତି ଅଟେ । ବିଲେଇ ବ୍ୟକ୍ତି ଅଟେ । କୁକୁର ବ୍ୟକ୍ତି ଅଟେ । ଏବଂ କୀଟ ବ୍ୟକ୍ତି ଅଟେ । ବୃକ୍ଷ ବ୍ୟକ୍ତି ଅଟେ । ସମସ୍ତେ ବ୍ୟକ୍ତ ଅଟନ୍ତି । ସମସ୍ତେ ବ୍ୟକ୍ତ ଅଟନ୍ତି । ଏବଂ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି । ସେ ହେଉଛନ୍ତି ଭଗବାନ, କୃଷ୍ଣ । ସେହି ଜଣେ ବ୍ୟକ୍ତି ଲକ୍ଷ ଏବଂ କୋଟି ବିଭିନ୍ନ ପ୍ରକାରର ବ୍ୟକ୍ତିମାନଙ୍କର ପୋଷଣ କରୁଛନ୍ତି । ଏହା ବୈଦିକ ନିଷେଧାଜ୍ଞ ଅଟେ...ଏକୋ ୟୋ ବହୁନାଂ ବିଦଧାତି କାମାନ୍, ନିତ୍ୟୋ ନିତ୍ୟାନାଂ ଚେତନଶ ଚେତନାନାମ (Kaṭha Upaniṣad 2.2.13) ।

ଏହା ହିଁ ସୂଚନା । ତେଣୁ କୃଷ୍ଣ ମଧ୍ୟ ଭଗବଦ୍ ଗୀତାରେ କୁହଁନ୍ତି, ଅହଂ ସର୍ବସ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତତେ ଇତି ମତ୍ଵା ଭଜନ୍ତେ ମାଂ...(BG 10.8) ତେଣୁ ଏକ ଭକ୍ତ, ପୂର୍ଣତଃ ବୁଝେ ଯେ "ସେ ଜଣେ ପରମ ପୁରୁଷ, କିଏ ହେଉଛନ୍ତି ଶାସକ, କିଏ ହେଉଛନ୍ତି ନିୟନ୍ତ୍ରକ, କିଏ ହେଉଛନ୍ତି ସବୁ ଜିନିଷର ଅନୁରକ୍ଷଣକାରୀ ।" ତେବେ ସେ ତାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରନ୍ତି ଏବଂ ତାଙ୍କ ଭକ୍ତ ହୁଅନ୍ତି ।