OR/Prabhupada 0041 - ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ



Lecture on BG 9.1 -- Melbourne, June 29, 1974

ପୂର୍ଣ୍ଣ ଜ୍ଞାନ । ତେଣୁ ଯଦି ତୁମେ ଭଗବଦ୍ ଗୀତା ପଢ଼ିବ, ତୁମକୁ ପୂର୍ଣ୍ଣ ଜ୍ଞାନ ମିଳିବ । ତେଣୁ ଭଗବାନ୍ କ'ଣ କୁହନ୍ତି?

ଇଦଂ ତୁ ତେ ଗୁହ୍ୟତମଂ
ପ୍ରବକ୍ଷ୍ୟାମ୍ୟନସୂୟବେ
(BG 9.1))

ଭଗବାନ୍ କୃଷ୍ଣ, ଅର୍ଜୁନଙ୍କୁ ଶିକ୍ଷା ଦେଉଛନ୍ତି । ତେଣୁ ନବମ ଅଧ୍ୟାୟରେ ସେ କହୁଛନ୍ତି, "ମୋର ପ୍ରିୟ ଅର୍ଜୁନ, ମୁଁ ବର୍ତ୍ତମାନ ତୁମକୁ ଅତ୍ୟନ୍ତ ଗୋପନୀୟ ଜ୍ଞାନ କହୁଛି, "ଗୁହ୍ୟତମଂ"। ତମଂ ଅର୍ଥାତ୍ ସର୍ବୋତ୍ତମ । ସକାରାତ୍ମକ, ତୁଳନାତ୍ମକ, ଏବଂ ସର୍ବୋତ୍ତମ । ସଂସ୍କୃତରେ ତର-ତମ । ତର ଅର୍ଥାତ୍ ତୁଳନାତ୍ମକ, ଏବଂ ତମ ଅର୍ଥାତ୍ ସର୍ବୋତ୍ତମ । ତେଣୁ ଏଠାରେ ଭଗବାନ୍, ପରମପୁରୁଷ ଭଗବାନ୍ କୁହନ୍ତି, ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ: "ମୁଁ ବର୍ତ୍ତମାନ ତୁମକୁ ଅତ୍ୟନ୍ତ ଗୋପନୀୟ ଜ୍ଞାନ କହୁଛି ।" ଜ୍ଞାନଂ ବିଜ୍ଞାନସହିତଂ । ଜ୍ଞାନ ପୂର୍ଣ୍ଣଜ୍ଞାନ ସହିତ ଅଛି, ନା କି ସେହି କଳ୍ପନା । ଜ୍ଞାନଂ ବିଜ୍ଞାନସହିତଂ । ବିଜ୍ଞାନ ଅର୍ଥାତ୍ "ବିଜ୍ଞାନ", "ବାସ୍ତବିକ ପ୍ରଦର୍ଶନ ।" ତେଣୁ ଜ୍ଞାନଂ ବିଜ୍ଞାନସହିତଂ ଯଜ୍ ଜ୍ଞାତ୍ଵା । ଯଦି ତୁମେ ଏହି ଜ୍ଞାନ ଶିଖିବ, ଯଜ୍ ଜ୍ଞାତ୍ଵା ମୋକ୍ଷ୍ୟସେ ଽଶୁଭାତ୍ । ଅଶୁଭାତ୍ । ମୋକ୍ଷ୍ୟସେ ଅର୍ଥାତ୍ ତୁମକୁ ମୁକ୍ତି ମିଳିବ, ଏଵଂ ଅଶୁଭାତ୍ ଅର୍ଥାତ୍ "ଅଶୁଭ ।" ଅଶୁଭ । ତେଣୁ ବର୍ତ୍ତମାନ ଆମର ଜୀବନ, ବର୍ତ୍ତମାନ କ୍ଷଣରେ, ବର୍ତ୍ତମାନ ଜୀବନ ଅର୍ଥାତ୍ ଯେ ପର୍ଯ୍ୟନ୍ତ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଏହା ଅଶୁଭତାରେ ପୂର୍ଣ୍ଣ ରହିବ । ମୋକ୍ଷ୍ୟସେ ଅଶୁଭାତ୍ । ଅଶୁଭାତ୍ ଅର୍ଥାତ୍ ଅଶୁଭ ।