OR/Prabhupada 0071 - ଆମେମାନେ ସମସ୍ତେ ଭଗବାନଙ୍କର ବେଖାତିର୍ ଅପବ୍ୟୟୀ ପୁତ୍ର ଅଟୁ



Room Conversation With French Commander -- August 3, 1976, New Mayapur (French farm)

ଆମେମାନେ ସମସ୍ତେ ଭଗବାନଙ୍କର ବେଖାତିର୍ ଅପବ୍ୟୟୀ ପୁତ୍ର ଅଟୁ । ଆମେମାନେ ଭଗବାନଙ୍କର ପୁତ୍ର ଅଟୁ, ସେଥିରେ ସନ୍ଦେହ ନାହିଁ, କିନ୍ତୁ ବର୍ତ୍ତମାନ ସମୟରେ, ବେଖାତିର୍ ଅପବ୍ୟୟୀ । ଏପରିକି ଆମେ ଆମର ମୂଲ୍ୟବାନ ଜୀବନର ଅପବ୍ୟୟ କରୁଛୁ, ଆମେମାନେ ଏତେ ବେଖାତିର୍ । ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ସେମାନଙ୍କର ବେଖାତିରିଆ ଭାବକୁ ବନ୍ଦ କରିବା । ଏବଂ ସେମାନଙ୍କୁ ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବାର ଦାୟିତ୍ଵ ବୋଧ କରାଇବା । ଏହା ହେଉଛି କୃଷ୍ଣ ଚେତନା । କିନ୍ତୁ ଲୋକମାନେ ଏତେ ବେଖାତିର୍, ଯେମିତି ତୁମେ ଭଗବାନଙ୍କ ବିଷୟରେ କିଛି କହିବ, ତୁରନ୍ତ ସେମାନେ ହସିବେ, "ଓ, କି ନିରର୍ଥକ କଥା, ଭଗବାନ ।" ଏହା ସର୍ବୋଚ୍ଚ ବେଖାତିର୍ ଅଟେ । ଭାରତ ଭଗବାନଙ୍କ ବିଷୟରେ ଭାରୀ ଗମ୍ଭୀର ଅଟେ । ଏପର୍ଯ୍ୟନ୍ତ, ଭାରତ ଗମ୍ଭୀର ଅଟେ । ଏବେ, ବର୍ତ୍ତମାନର ନେତା, ସେମାନେ ଭାବୁଛନ୍ତି ଭାରତୀୟମାନେ ନଷ୍ଟ ହୋଇଗଲେଣି, ସେମାନେ କେବଳ ଭଗବାନଙ୍କ ବିଷୟରେ ଭାବୁଛନ୍ତି - ସେମାନେ ଆମେରିକୀୟ ଏବଂ ଇରୋପୀୟମାନଙ୍କ ପରି ଆର୍ଥିକ ବିକାସ ପାଇଁ ଭାବୁନାହାଁନ୍ତି ।

ତେଣୁ ଏହା ହେଉଛି ସ୍ଥିତି, ଏବଂ ଏହା ଅତ୍ୟନ୍ତ କଷ୍ଟକର, କିନ୍ତୁ ତଥାପି ଆମେ ମାନବଜାତି ପାଇଁ କିଛି କରିପାରିବା, ଏହି କୃଷ୍ଣ ଚେତନା ଆନ୍ଦୋଳନର ଶିକ୍ଷା ଦେଇ । ଏବଂ ଯେଉଁମାନେ ଭାଗ୍ୟବାନ ଅଟନ୍ତି, ସେମାନେ ଆସିବେ, ଏହାକୁ ଗମ୍ଭୀରତାର ସହିତ ନେବେ । ଏହି ବେଖାତିର୍ ବଦଖର୍ଚ୍ଚୀ ପୁତ୍ରମାନେ, ଆମେ ଅନେକ ଉଦାହରଣ ପାଇଛୁ । ଉଦାହରଣ ସ୍ଵରୂପ, ଯେପରିକି ପେଟ୍ରୋଲିୟମ୍ ର କିଛି ଭଣ୍ତାର ଅଛି, ଏବଂ ସେମାନେ ସୂଚନା ପାଇଲେ ଯେ ସେମାନେ ପେଟ୍ରୋଲିୟମ୍ ଦ୍ଵାରା ମୋଟରଗାଡ଼ି ଚଲେଇପାରିବେ, ବିନା ଘୋଡ଼ାରେ । ତେଣୁ ଲକ୍ଷେ ମୋଟର ଗାଡ଼ି ନିର୍ମାଣ କର ଏବଂ ସବୁ ତେଲ ନଷ୍ଟ କର । ଏହା ବେଖାତିର୍ ଅଟେ । ଏବଂ ଯେତେବେଳେ ଏହା ସରିଯିବ, ତେବେ ସେମାନେ କାନ୍ଦିବେ । ଏବଂ ଏହା ସରିଯିବ । ଏହା ଚାଲିଛି । ବେଖାତିର୍ । ଯେପରି ବେଖାତିର୍ ବାଳକ, ପିତା କିଛି ସମ୍ପତ୍ତି ଛାଡିଯାଇଛନ୍ତି, ଏହାର ଉପଯୋଗ କର, ଏହାର ଉପଯୋଗ କର । ଯେମିତି ତୁମେ ଏହା ପାଇବ । ଶୀଘ୍ର ଏହା ସମାପ୍ତ ହୋଇଯିବ, ବାସ୍ । ତାହା ବେଖାତିର୍ ଅଟେ । ଶରୀରରେ କିଛି ଶକ୍ତି ଅଛି, ଏବଂ ଯେତେ ଶୀଘ୍ର ଯୌନ ଜୀବନର ସ୍ଵାଦ ମିଳିଯାଏ, "ଓ, ଏହାକୁ ଖର୍ଚ୍ଚ କର, ଏହାକୁ ଖର୍ଚ୍ଚ କର," ସମସ୍ତ ଶକ୍ତି ବ୍ୟୟ ହୋଇଯାଏ । ମସ୍ତିଷ୍କ ଖାଲିହୋଇଯାଏ । ବାର ବର୍ଷରୁ ଆରମ୍ଭ କରି, ତିରିସି ବର୍ଷ ପର୍ଯ୍ୟନ୍ତ ସବୁ ସମାପ୍ତ ହୋଇଯାଏ । ତାପରେ ସେ ନପୁଂସକ ହୋଇଯାଏ । ଆମର ପିଲାଦିନେ - ଆମର ପିଲାଦିନେ ଅର୍ଥାତ୍, ଧର, ଅଶୀ ବର୍ଷ ପୂର୍ବରୁ, କିମ୍ଵା ଧର, ଶହେ ବର୍ଷ ପୂର୍ବରୁ - କୌଣସି ମୋଟର ଗାଡ଼ି ନଥିଲା । ଏବଂ ବର୍ତ୍ତମାନ, ତୁମେ ଯେ କୌଣସି ସ୍ଥାନକୁ ଯାଅ, ଯେ କୌଣସି ଦେଶରେ, ତୁମେ ହଜାର ଏବଂ ଲକ୍ଷ ମୋଟର ଗାଡ଼ି ଦେଖିବ । ଏହା ବେଖାତିର୍ ଅଟେ । ଶହେ ବର୍ଷ ପୂର୍ବରୁ ସେମାନେ ମୋଟର ଗାଡ଼ି ବିନା କାମ କରୁଥିଲେ, ଏବଂ ବର୍ତ୍ତମାନ ସେମାନେ ମୋଟର ଗାଡ଼ି ବିନା ବଞ୍ଚିପାରୁନାହାଁନ୍ତି । ଏହିପରି, ଅନାବଶ୍ୟକ ଭାବରେ, ସେମାନେ ଶାରୀରିକ କିମ୍ଵା ଜୀବନର ଭୌତିକ ଆବଶ୍ୟକତାଗୁଡ଼ିକୁ ବୃଦ୍ଧି କରୁଛନ୍ତି । ଏହା ବେଖାତିର୍ ଅଟେ । ଏବଂ ଯେଉଁ ନେତା ଏହି ବେଖାତିର୍ ଭାବକୁ ପ୍ରୋତ୍ସାହନ କରନ୍ତି, ସେମାନେ ଭଲ ନେତୃତ୍ଵ କରୁଛନ୍ତି । ଏବଂ ଯିଏ କହେ, "ଏହି ନିରର୍ଥକ କଥା ବନ୍ଦ କର, କୃଷ୍ଣ ଚେତନାକୁ ଆସ ।" କେହି ଖାତିର କରନ୍ତି ନାହିଁ । ଅନ୍ଧା ଯଥାନ୍ଧୈର୍ ଉପନୀଯମାନାସ୍ ତେ ଅପୀଶ-ତଂତ୍ରଯାମ୍ ଉରୁଦାମ୍ନି ବଦ୍ଧାଃ (SB 7.5.31) । ଏହାକୁ କୁହାଯାଏ ଅନ୍ଧ ନେତାର ଅନ୍ଧ ଅନୁସରଣ କାରୀ । ସେମାନେ ଜାଣି ନାହାଁନ୍ତି ଯେ ସେମାନେ ଦୁଇଜଣ ପ୍ରକୃତିର ଶକ୍ତ, କଠୋର ନିୟମରେ ବନ୍ଧା । ...ପ୍ରକୃତିର ନିୟମ କିପରି କାମ କରୁଛି । ସେମାନେ ସଂପୂର୍ଣ୍ଣ ଅଜ୍ଞତାରେ ଅଛନ୍ତି । ସେମାନେ ଜାଣି ନାହାଁନ୍ତି । ଏହା ଆଧୁନିକ ସଭ୍ୟତା ଅଟେ । ପ୍ରକୃତିର ନିୟମ ନିଜ ହିସାବରେ କାମ କରେ । ତୁମେ ଏହାକୁ ଖାତିର କର କିମ୍ଵା ନ କର, ତାହା ତୁମର କାମ ଅଟେ, କିନ୍ତୁ ପ୍ରକୃତିର ନିୟମ କାର୍ଯ୍ୟ କରିବ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । କିନ୍ତୁ ଏହି ଦୁର୍ଜନମାନେ, ସେମାନେ ଜାଣି ନାହାଁନ୍ତି ପ୍ରକୃତିର ନିୟମ କିପରି କାର୍ଯ୍ୟ କରେ । ସେମାନେ ଅପ୍ରାକୃତିକ ଭାବରେ, ମୁର୍ଖତା ଭାବେ, ପ୍ରକୃତିର ନିୟମକୁ ବଶୀଭୂତ କରିବାକୁ ଚେଷ୍ଟା କରନ୍ତି । ଏହା ହେଉଛି ବିଜ୍ଞାନ, ଦୁର୍ଜନମାନଙ୍କ ବିଜ୍ଞାନ, ଯାହା ଅସମ୍ଭବ, କିନ୍ତୁ ସେମାନେ ଚେଷ୍ଟା କରନ୍ତି । ଏହାକୁ ଧୂର୍ତତା କୁହାଯାଏ । ବୋକାମି । ବୈଜ୍ଞାନିକମାନେ ସେପରି କୁହଁନ୍ତି ନାହିଁ କି? "ଆମେ ବଶୀଭୁତ କରିବାକୁ ଚେଷ୍ଟା କରୁଛୁ ।" ଦୁର୍ଜନ, ତୁମେ ତାହା କରିବାକୁ କେବେ ସକ୍ଷମ ହେବ ନାହିଁ । କିନ୍ତୁ ଏହି ଧୂର୍ତତା ଚାଲିଥିବ । ଏବଂ ସେମାନେ ସମର୍ଥନ କରୁଛନ୍ତି, "ଓ, ବହୁତ ଭଲ, ବହୁତ ଭଲ, ବହୁତ ଭଲ ।" "ଓ, ତୁମେ ଚନ୍ଦ୍ର ଗ୍ରହକୁ ଯାଉଛ ।" କିନ୍ତୁ ସବୁ ପ୍ରୟାସ ପରେ, ଅଙ୍ଗୁର ଖଟା ଅଛି : "ଏହା ଉପଯୋଗୀ ନୁହେଁ ।" ବାସ୍ । ତୁମକୁ କାହାଣୀ ଜଣା ଅଛି? ଶୃଗାଳ? ସେ ଅଙ୍ଗୁର ପାଇଁ ଚେଷ୍ଟା କରୁଥିଲା, ଡେଇଁ, ଡେଇଁ, ଡେଇଁ । ଯେତେବେଳେ ବିଫଳ ହେଲା, ସେ କହିଲା, "ଓ, ଏହା ବ୍ୟର୍ଥ ଅଟେ । ଏହା ଖଟା ଅଛି, କିଛି ଫାଇଦା ନାହିଁ ।" ତେଣୁ ସେମାନେ ସେହିପରି କରୁଛନ୍ତି । ଶୃଗାଳମାନେ ଡେଉଁଛନ୍ତି, ବାସ୍ । ଏବଂ ଆମେ ଦେଖିପାରିବା ଏହି ଦୁର୍ଜନମାନେ ବେକାରରେ ଡେଉଁଛନ୍ତି । ତେଣୁ ଆମେମାନେ ଲୋକମାନଙ୍କୁ ଚେତାବନୀ ଦେଉଛୁ କି ଏହି ନିର୍ବୋଧ ଶୃଗାଳମାନଙ୍କୁ ଅନୁସରଣ କର ନାହିଁ । ବୁଦ୍ଧିମତା ପୂର୍ଣ୍ଣ ଏବଂ କୃଷ୍ଣ ଚେତନାଶୀଳ ହୁଅ । ତାହା ତୁମ ଜୀବନ ସଫଳ କରିବ ।