OR/Prabhupada 0072 - ସେବକର କାମ ହେଉଛି ଆତ୍ମସମର୍ପଣ କରିବା

From Vanipedia
Jump to: navigation, search
Go-previous.png ପୂର୍ବ ପୃଷ୍ଠା - ବିଡିଓ 0071
ପର ପୃଷ୍ଠା - ବିଡିଓ 0073 Go-next.png

ସେବକର କାମ ହେଉଛି ଆତ୍ମସମର୍ପଣ କରିବା
- Prabhupāda 0072


Lecture on CC Madhya-lila 20.108-109 -- New York, July 15, 1976

ତେଣୁ କେହି ମାଲିକ ହୋଇପାରିବେ ନାହିଁ । ତାହା ଅସମ୍ଭବ ଅଟେ । ତୁମେ ଏହି ଆଦେଶ ପାଇବ, ଏକଲେ ଇଶ୍ଵର କୃଷ୍ଣ ଆର ସବ ଭୃତ୍ୟ (CC Adi 5.142) । କେବଳ କୃଷ୍ଣ ହେଉଛନ୍ତି ମାଲିକ, ଏବଂ ଆମେ ସମସ୍ତେ ସେବକ ଅଟୁ । ଏହା ହେଉଛି ଆମର ବାସ୍ତବିକ ସ୍ଥିତି । କିନ୍ତୁ ଅପ୍ରାକୃତିକ ଭାବେ ଆମେ ମାଲିକ ହେବାକୁ ଚେଷ୍ଟା କରୁ । ଏହା ଜୀବନର ସଂଘର୍ଷ ଅଟେ । ଆମେ ଯାହା ନାହୁଁ ତାହା ହେବା ପାଇଁ ଆମେ ଚେଷ୍ଟା କରୁ । ଆମେ ଏହି ଶଦ୍ଦ ଜାଣିଛୁ, "ଜୀବନ ସଂଘର୍ଷ," "ଯୋଗ୍ୟତମର ଉତ୍ତରଜୀବିତା ।" ତେଣୁ ଏହା ହେଉଛି ସଂଘର୍ଷ । ଆମେମାନେ ମାଲିକ ନାହୁଁ; ତଥାପି, ଆମେ ମାଲିକ ହେବା ପାଇଁ ଚେଷ୍ଟା କରୁଛୁ । ମାୟାବାଦୀ ଦର୍ଶନ, ସେମାନେ ମଧ୍ୟ କଠୋର ତପସ୍ୟା କରନ୍ତି, କିନ୍ତୁ କେଉଁ ଭାବନାରେ? ଭାବନା ହେଉଛି ଯେ "ମୁଁ ଭଗବାନଙ୍କ ସହିତ ଏକ ହୋଇଯିବି ।" ସେହି ଭୁଲ । ସେହି ଭୁଲ । ସେ ଭଗବାନ ନୁହେଁ, କିନ୍ତୁ ସେ ଭଗବାନ ହେବା ପାଇଁ ଚେଷ୍ଟା କରୁଛି । ଯଦିଓ ସେ ଏତେ କଠୋର ତପସ୍ୟା କରିଛି, ବୈରାଗ୍ୟ, ତ୍ୟାଗ, ସବୁକିଛି... ବେଳେ ବେଳେ ସେମାନେ ସମସ୍ତ ଭୌତିକ ଆନନ୍ଦକୁ ତ୍ୟାଗ କରି, ଜଙ୍ଗଲକୁ କଠୋର ତପସ୍ୟା କରିବାକୁ ଯାଆନ୍ତି । ଭାବନା କ'ଣ? "ବର୍ତ୍ତମାନ ମୁଁ ଭଗବାନଙ୍କ ସହିତ ଏକ ହୋଇଯିବି ।" ସମାନ ଭୁଲ ।

ତେଣୁ ମାୟା ଭାରୀ ଶକ୍ତିଶାଳୀ ଅଟେ, ଯେ ଏହି ଭୁଲଗିଡ଼ିକ କ୍ରମାଗତ ଚାଲିଛି ଏହିପରିକି ଜଣେ ତଥାକଥିତ ଆଧ୍ୟାତ୍ମିକ ସ୍ତରରେ ଉନ୍ନତ ହେଲେ ମଧ୍ୟ । ନା । ସେଥିପାଇଁ ଚୈତନ୍ୟ ମହାପ୍ରଭୁ ତୁରନ୍ତ ତାଙ୍କ ଶିକ୍ଷା ମାଧ୍ୟମରେ ମୂଖ୍ୟ କଥାକୁ ଆସନ୍ତି । ତାହା ଚୈତନ୍ୟ ମହାପ୍ରଭୁଙ୍କର ଦର୍ଶନ ଅଟେ । ଯେତେବେଳେ କୃଷ୍ଣ ଅନ୍ତିମ ଶଦ୍ଦ କୁହନ୍ତୁ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ..(BG 18.66) । ସେ ତାଙ୍କର ପରମ ସ୍ଥାନରୁ କହୁଛନ୍ତି; ସେ ହେଉଛନ୍ତି କୃଷ୍ଣ, ପରମ ପୁରୁଷୋତ୍ତମ ଭଗବାନ । ସେ ଦାବୀ କରୁଛନ୍ତି, "ହେ ଦୁର୍ଜନ, ସବୁକିଛି ଛାଡ଼ିଦିଅ । ମୋତେ ଆତ୍ମସମର୍ପଣ କର । ତେବେ ତୁମେ ସୁଖୀ ହେବ । ଏହା ଭଗବଦ୍ ଗୀତାର ଅନ୍ତିମ ଉପଦେଶ ଅଟେ । ଚୈତନ୍ୟ ମାହାପ୍ରଭୁ, ସେହି କୃଷ୍ଣ କିନ୍ତୁ କୃଷ୍ଣଙ୍କର ଭକ୍ତ ରୁପେ ଅଭିନୟ କରୁଛନ୍ତି; ସେଥିପାଇଁ ସେ ସେହି କଥା କହୁଛନ୍ତି । କୃଷ୍ଣ କୁହୁଛନ୍ତି, "ତୁମେ ଆତ୍ମସମର୍ପଣ କର", ଏବଂ ଚୈତନ୍ୟ ମହାପ୍ରଭୁ କହିଲେ ଯେ "ସମସ୍ତ ଜୀବ କୃଷ୍ଣଙ୍କର ସେବକ ଅଟନ୍ତି ।" ତାହା ଅର୍ଥାତ୍ ତାକୁ ଆତ୍ମସମର୍ଣ କରିବାକୁ ହେବ । ସେବକର କାମ ହେଉଛି ଆତ୍ମସମର୍ପଣ କରିବା । ମାଲିକ ସହିତ ଯୁକ୍ତି କରିବା ନୁହେଁ କିମ୍ଵା ଦାବୀ କରିବା ଯେ " ମୁଁ ଆପଣଙ୍କ ସହିତ ସମାନ ଅଟେ ।" ଏଗୁଡ଼ିକ ଧର୍ମାନ୍ଧ, ଉଗ୍ର ପ୍ରସ୍ତାବ ଅଟେ ।

ପିଶାଚୀ ପାଇଲେ ଯେନ ମତି-ଛନ୍ନ ହୟ
ମାୟା-ଗ୍ରସ୍ତ ଜୀବେର ସେ ଦାସ ଉପଜୟ

ଏକ ସେବକ ମାଲିକ ହୋଇପାରିବ ନାହିଁ । ତାହା ସମ୍ଭବ ନୁହେଁ । କିନ୍ତୁ ଯେତେ ଶୀଘ୍ର...ଯେତେ ପର୍ଯ୍ୟନ୍ତ ଆମେ ଜୀବନର ଏହି ଭୁଲ ଧାରଣାରେ ଦୃଢ଼ ରହିବା, ଯେ " ମୁଁ ମାଲିକ ନୁହେଁ, ମୁଁ ସେବକ," ମୋ କହିବାର ମାନେ ହେଉଛି, "ମୁଁ ସେବକ ନୁହେଁ; ମୁଁ ମାଲିକ," ତେବେ ସେ ପୀଡିତ ହେବ । ମାୟା ତାକୁ ପୀଡା ଦେବ । ଦୈବ ହ୍ୟେଷା । ଯେପରିକି ଡାକୁ, ବଦମାସ, ଚୋର, ସେମାନେ ସରକାରଙ୍କର ଆଦେଶ ଅବଜ୍ଞା କରନ୍ତି । "ମୁଁ ସରକାରକୁ ଖାତିର୍ କରେ ନାହିଁ ।" କିନ୍ତୁ ତାହା ମାନେ ସେ ସ୍ଵଇଛାରେ ପୀଡା ସ୍ଵୀକାର କରେ । ତାକୁ ସରକାରଙ୍କର ନିୟମକୁ ଖାତିର କରିବାକୁ ପଡିବ । ଯଦି ସେ ଖାତିର ନ କରେ, ନିୟମ ବିରୋଦ୍ଧି, ତେବେ ତାକୁ କାରାଗାରରେ ପକେଇ ଦିଆଯିବ । ଏବଂ ବଳପ୍ରୟୋଗ ଦ୍ଵାରା, ମାଡ ଖାଇ, ଦଣ୍ତ ଦ୍ଵାରା, ସେ ସ୍ଵୀକାର କରିବ ଯେ "ହଁ, ହଁ, ମୁଁ ସ୍ଵୀକାର କରୁଛି ।"

ତେଣୁ ଏହା ହେଉଛି ମାୟା । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା (BG 7.14) । ଆମେମାନେ ମାୟାର ନିଷ୍ପତି ଅଧିନରେ ଅଛୁ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । କାହିଁକି? କାରଣ ଅମେ ନିଜକୁ ମାଲିକ ଘୋଷଣା କରୁ । ସେବକ ମାଲିକ ହେବାର ଘୋଷଣା କରେ; ସେଥିପାଇଁ ପୀଡିତ । ଏବଂ ଯେତେ ଶୀଘ୍ର ଆମେ ସ୍ଵୀକାର କରିବା ଯେ " ମୁଁ ମାଲିକ ନୁହେଁ; ମୁଁ ସେବକ," ତେବେ କିଛି ପୀଡା ରହିବ ନାହିଁ । ଅତି ସରଳ ଦର୍ଶନ ଶାସ୍ତ୍ର । ଏହା ମୁକ୍ତି ଅଟେ । ମୁକ୍ତି ଅର୍ଥାତ୍ ଠିକ୍ ସ୍ତରକୁ ଆସିବା । ତାହା ହେଉଛି ମୁକ୍ତି । ମୁକ୍ତି ଶ୍ରୀମଦ୍ ଭାଗବତମ୍ ରେ ବର୍ଣ୍ଣନା କରାଯାଇଛି, ମୁକ୍ତିର୍ ହିତ୍ଵା ଅନ୍ୟଥା ରୁପଂ ସ୍ଵରୂପେଣ ବ୍ୟବସ୍ଥିତିଃ (SB 2.10.6) । ମୁକ୍ତି ଅର୍ଥାତ୍ ଏହି ନିରର୍ଥକ କାର୍ଯ୍ୟକୁ ତ୍ୟାଗ କରିବା, ଅନ୍ୟଥା । ସେ ସେବକ, କିନ୍ତୁ ସେ ମାଲିକ ବୋଲି ଭାବୁଛି । ତାହା ହେଉଛି ଅନ୍ୟଥା, ଠିକ୍ ବିପରୀତ । ତେଣୁ ଯେତେବେଳେ ସେ ଜୀବନର ଏହି ବିପରୀତ ଧାରଣା ତ୍ୟାଗ କରେ ଯେ ସେ ମାଲିକ ଅଟେ, ତେବେ ସେ ମୁକ୍ତ; ତାକୁ ତୂରନ୍ତ ମୁକ୍ତି ମିଳିଯାଏ । ମୁକ୍ତି ପାଇଁ ଏତେ ସମୟ ଲାଗେ ନାହିଁ ଯେ ତୁମକୁ ବହୁତ ସାରା କଠୋର ତପସ୍ୟା କରିବାକୁ ପଡିବ ଏବଂ ଜଙ୍ଗଲକୁ ଜୀବାକୁ ପଡିବ ଏବଂ ହିମାଳୟ ଜୀବାକୁ ପଡିବ ଏବଂ ଧ୍ୟାନ କରିବାକୁ ପଡିବ ଏବଂ ତୁମ ନାକକୁ ଚିପିବାକୁ ପଡିବ ଏବଂ ଏପରି ଅନେକ କଥା । ମୁକ୍ତି ଅନେକ ଜିନିଷ ଆବଶ୍ୟକ କରେ ନାହିଁ । କେବଳ ତୁମକୁ ଏହି ସିଧା କଥା ବୁଝିବାକୁ ହେବ, ଯେ "ମୁଁ କୃଷ୍ଣଙ୍କର ସେବକ ଅଟେ"- ତୁମେ ତୂରନ୍ତ ମୁକ୍ତ ହୋଇଯିବ । ମୁକ୍ତିର ଏହି ପରିଭାଷା ଶ୍ରୀମଦ୍ ଭାଗବତମ୍ ରେ ଦିଆଯାଇଛି । ମୁକ୍ତିର୍ ହିତ୍ଵା ଅନ୍ୟଥା ରୁପଂ ସ୍ଵରୂପେଣ ବ୍ୟବସ୍ଥିତିଃ । ଯେପରିକି କାରାଗାରରେ ଥିବା ଏକ ଅପରାଧି, ଯଦି ସେ ବିନମ୍ର ହୋଇଯାଏ ଯେ "ଏଣିକି ମୁଁ ଆଇନର ପାଳନ କରିବି । ମୁଁ ଅଜ୍ଞାଧିନ ଭାବେ ସରକାରଙ୍କର ଆଇନ ପାଳନ କରିବି," ତେବେ ବେଳେ ବେଳେ ତାକୁ ଦଣ୍ତ ପୁରା ହେବା ଆଗରୁ କେବଳ ଏହି କଥା କହିବାରୁ ଛାଡି ଦିଆଯାଏ । ତେଣୁ ଆମେ ଏହି ଭୌତିକ ଅସ୍ତିତ୍ଵର କାରାଗାରରୁ ତୂରନ୍ତ ମୁକ୍ତ ହୋଇପାରିବା ଯଦି ଆମେ ଚୈତନ୍ୟ ମାହାପ୍ରଭୁଙ୍କର ଏହି ଉପଦେଶକୁ ସ୍ଵୀକାର କରିବା, "ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) ।