OR/Prabhupada 0078 - ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର



Lecture on SB 1.2.16 -- Los Angeles, August 19, 1972

ତେଣୁ ଶୁଶ୍ରୁଷୋଃ ଶ୍ରଦ୍ଧଧାନସ୍ୟ ବାସୁଦେବ କଥା ରୁଚିଃ । ପୂର୍ବ ଶ୍ଳୋକରେ, ଏହା ବର୍ଣ୍ଣନା କରାଯାଇଛି, ଯଦ୍ ଅନୁଦ୍ୟସିନା ଯୁକ୍ତାଃ (SB 1.2.15) । ଜଣେ ସର୍ବଦା ଭାବିବାରେ ବ୍ୟସ୍ତ ରହିବା ଉଚିତ୍ । ଏହା ଏକ ଖଣ୍ତା ଅଟେ । ତୁମକୁ କୃଷ୍ଣ ଚେତନାର ଖଣ୍ତା ଧରିବାକୁ ହେବ । ତେବେ ତୁମେ ମୁକ୍ତ ହୋଇପାରିବ । ଗଣ୍ଠି ଏହି ଖଣ୍ତା ଦ୍ଵାରା କଟାଯାଏ । ତେଣୁ... ବର୍ତ୍ତମାନ ଆମେ କିପରି ଏହି ଖଣ୍ତା ପାଇପାରିବା? ସେହି ପ୍ରକ୍ରିୟା ଏଠାରେ ବର୍ଣ୍ଣନା କରାଯାଇଛି ଯେ ତୁମେ କେବଳ, ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର । ତୁମକୁ ସେହି ଖଣ୍ତା ମିଳିଯିଵ । ବାସ୍ । ବାସ୍ତବରେ, ଆମର କୃଷ୍ଣ ଚେତନା ଆନନ୍ଦୋଳନ ବିସ୍ତାର କରୁଛି । କେବଳ ଶୁଣିବାରୁ, ଆମକୁ ଗୋଟିଏ ପରେ ଗୋଟିଏ ଖଣ୍ତା ମିଳିଚାଲିଛି । ମୁଁ ଏହି ଆନନ୍ଦୋଳନ ନିୟୂ ୟାଁର୍କରେ ଆରମ୍ଭ କରିଥିଲି । ତୁମେ ସମସ୍ତେ ଜାଣିଛ । ମୋ ପାଖରେ କୌଣସି ଖଣ୍ତା ନ ଥିଲା । ଯେପରିକି ଧାର୍ମିକ ସିଦ୍ଧାନ୍ତମାନଙ୍କରେ, ସେମାନେ ଗୋଟିଏ ହାତରେ ଧାର୍ମିକ ଗ୍ରନ୍ଥ ନିଅନ୍ତି ଏବଂ ଅନ୍ୟ ହାତରେ, ଖଣ୍ତା: " ତୁମେ ଏହି ଗ୍ରନ୍ଥକୁ ସ୍ଵୀକାର କର; ଅନ୍ୟଥା, ମୁଁ ତୁମର ମୁଣ୍ତ କାଟି ଦେବି ।" ଏହା ମଧ୍ୟ ଅନ୍ୟ ଏକ ପ୍ରକାରର ପ୍ରଚାର । କିନ୍ତୁ ମୋ ପାଖରେ ମଧ୍ୟ ଖଣ୍ତା ଅଛି, କିନ୍ତୁ ସେହିପରି ଖଣ୍ତା ନୁହେଁ । ଏହି ଖଣ୍ତା - ଲୋକମାନଙ୍କୁ ଶୁଣିବା ପାଇଁ ସୁଯୋଗ ଦେବା ପାଇଁ ଅଛି । ବାସ୍ ।

ବାସୁଦେବ କଥା ରୁଚିଃ । ତେଣୁ ଯଥାଶ୍ରୀଘ୍ର ସେ ରୁଚି ପାଏ... ରୁଚି । ରୁଚି ଅର୍ଥାତ୍ ସ୍ଵାଦ । "ଅହ, ଏଠାରେ କୃଷ୍ଣ କହୁଛନ୍ତି, ବହୁତ ଭଲ । ମୁଁ ଶୁଣିବା ଉଚିତ୍ ।" ତୂରନ୍ତ, ତୁମକୁ ଏହି ଖଣ୍ତା ନେବା ଉଚିତ୍ । ଖଣ୍ତା ତୁମ ହାତରେ । ବାସୁଦେବ କଥା ରୁଚିଃ । କିନ୍ତୁ ଏହି ରୁଚି କାହାକୁ ଆସେ? ଏହି ସ୍ଵାଦ? କିନ୍ତୁ, ଯେପରିକି ମୁଁ ଅନେକ ଥର ଏହା ବର୍ଣ୍ଣନା କରିଛି, ସ୍ଵାଦ, ଯେପରିକି ମିଶ୍ରି । ସମସ୍ତେ ଜାଣିଛନ୍ତି ଏହା ଭାରୀ ମିଠା, କିନ୍ତୁ ତୁମେ ଯଦି କାମଳ(ଜଣ୍ତିସ୍) ରୋଗରେ ପୀଡିତ ବ୍ୟକ୍ତିକୁ ଏହା ଦେବ, ତାକୁ ଏହା ପିତା ଲାଗିବ । ସମସ୍ତେ ଜାଣିଛନ୍ତି ମିଶ୍ରି ଭାରୀ ମିଠା, କିନ୍ତୁ ଯେଉଁ ବ୍ୟକ୍ତି କାମଳ ରୋଗରେ ପୀଡ଼ିତ ତାକୁ ଏହି ମିଶ୍ରି ଭାରୀ ପିତା ଲାଗିବ । ସମସ୍ତେ ଏହା ଜାଣିଛନ୍ତି । ତାହା ତଥ୍ୟ ଅଟେ ।

ତେଣୁ ରୁଚି, ବାସୁଦେବ କଥା, କୃଷ୍ଣ କଥା ଶୁଣିବା ପାଇଁ ରୁଚି, ଏହି ଭୌତିକବାଦୀ ରୋଗୀ ଏହାର ସ୍ଵାଦ ନେଇପାରିବେ ନାହିଁ । ଏହି ରୁଚି, ସ୍ଵାଦ । ଏହି ରୁଚିକୁ ପାଇବା ପାଇଁ କିଛି ପ୍ରାରମ୍ଭିକ କାର୍ଯ୍ୟ ଅଛି । ତାହା କ'ଣ? ପ୍ରଥମ କଥା ହେଉଛି ପ୍ରଶଂସା: "ଓ, ଏହା ବହୁତ ଭଲ ।" ଆଦୌ ଶ୍ରଦ୍ଧା, ଶ୍ରଦ୍ଧାଧାନ । ତେଣୁ ଶ୍ରଦ୍ଧା, ପ୍ରଶଂସା, ଏହା ହେଉଛି ଆରମ୍ଭ । ତାପରେ ସାଧୁ-ସଙ୍ଗ (CC Madhya 22.83) । ତାପରେ ମିସା ମିସି: "ଠିକ୍ ଅଛି, ଏହି ଲୋକମାନେ ଜପ କରୁଛନ୍ତି ଏବଂ କୃଷ୍ଣଙ୍କ ବିଷୟରେ କଥା ହେଉଛନ୍ତି । ମୁଁ ଯାଇ ଏମାନଙ୍କ ସହ ବସିବା କଥା ଏବଂ ଅଧିକ ଶୁଣିବା କଥା ।" ଏହାକୁ ସାଧୁ-ସଙ୍ଗ କୁହାଯାଏ । ଯେଉଁମାନେ ଭକ୍ତ, ସେମାନଙ୍କ ସହିତା ମିଶିବା । ଏହା ଦ୍ଵିତୀୟ ସ୍ତର ଅଟେ । ତୃତୀୟ ସ୍ତର ହେଉଛି ଭଜନ-କ୍ରିୟା । ଯେତେବେଳେ ଜଣେ ଭଲରେ ମିଶେ, ତାପରେ ସେ ଭାବେ, "ମୁଁ କାହିଁକି ଶିଷ୍ୟ ନ ହେବି?" ତେବେ ଆମକୁ ଦରଖାସ୍ତ ମିଳେ, "ପ୍ରଭୁପାଦ, ଆପଣ ମୋତେ ଶିଷ୍ୟ ରୂପରେ ଗ୍ରହଣ କରନ୍ତୁ ।" ଏହା ଭଜନ-କ୍ରିୟାର ପ୍ରାରମ୍ଭ ଅଟେ । ଭଜନ-କ୍ରିୟା ଅର୍ଥାତ୍ ଭଗବାନଙ୍କ ସେବାରେ ନିଯୁକ୍ତ ହେବା । ଏହା ହେଉଛି ତୃତୀୟ ସ୍ତର ।