OR/Prabhupada 0079 - ଏଥିରେ ମୋର କୌଣସି ଶ୍ରେୟ ନାହିଁ



Lecture on SB 1.7.6 -- Hyderabad, August 18, 1976

ବର୍ତ୍ତମାନ ଏହି ବିଦେଶୀମାନେ, ସେମାନେ ନା ହିନ୍ଦୁ ନା ଭାରତୀୟ ନା ବ୍ରାହ୍ମଣ ଅଟନ୍ତି । ସେମାନେ କିପରି ଗ୍ରହଣ କରୁଛନ୍ତି? ସେମାନେ ମୂର୍ଖ ଏବଂ ଦୁର୍ଜନ ନୁହଁନ୍ତି । ସେମାନେ ଭଲ ପରିବାରରୁ ଆସିଛନ୍ତି, ଶିକ୍ଷିତ ଅଟନ୍ତି । ତେଣୁ ଅାମର ଇରାନରେ ମଧ୍ୟ କେନ୍ଦ୍ର ଅଛି । ତେହେରାନ ରେ, ମୁଁ ସେଠାରୁ ଏବେ ଆସୁଛି । ଆମର ଅନେକ ମହମ୍ମଦିଆନ୍ ଛାତ୍ର ଅଛନ୍ତି, ଏବଂ ସେମାନେ ମଧ୍ୟ ଏହା ଗ୍ରହଣ କରିଛନ୍ତି । ଆଫ୍ରିକାରେ ସେମାନେ ଏହାକୁ ଗ୍ରହଣ କରିଛନ୍ତି । ଅଷ୍ଟ୍ରେଲିଆରେ ସେମାନେ ଏହାକୁ ଗ୍ରହଣ କରିଛନ୍ତି । ସହଗ୍ର ବିଶ୍ଵରେ । ତେଣୁ ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ ।

ପୃଥିବୀତେ ଆଛେ ଯତ ନଗରାଦି ଗ୍ରାମ
ସର୍ବତ୍ର ପ୍ରଚାର ହେବେ ମୋର ନାମ

ଏହା ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଭବିଷ୍ୟବାଣୀ ଅଟେ । ସମଗ୍ର ବିଶ୍ଵରେ ଯେତେ ଗାଁ ଏବଂ ସହର ଅଛି, ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାରିତ ହେବ । ତେଣୁ ଏଥିରେ ମୋର କୌଣସି ଶ୍ରେୟ ନାହିଁ, କିନ୍ତୁ ଏହା କେବଳ ଏକ ଛୋଟ ଏବଂ ନମ୍ର ପ୍ରୟାସ ଅଟେ । ତେଣୁ ଯଦି ଜଣେ ବ୍ୟକ୍ତି ଏହା କରିପାରୁଛି, ଯଦି ତୁମେ କହିବ, କିଛି ସଫଳତା, ଆମେ ସମସ୍ତେ କାହିଁକି କରିପାରିବା ନାହିଁ? ଚୈତନ୍ୟ ମାହାପ୍ରଭୁ ସମସ୍ତ ଭାରତୀୟଙ୍କୁ ଏହି ଅଧିକାର ଦେଇଛନ୍ତି । ଭାରତ-ଭୂମିତେ ହୈଲ ମନୁଷ୍ୟ-ଜନ୍ମ ଯାର (CC Adi 9.41) । ସେ ମନୁଷ୍ୟମାନଙ୍କ ସହିତ କଥା ହେଉଛନ୍ତି, କୁକୁର ଏବଂ ବିଲେଇମାନଙ୍କ ସହିତ ନୁହେଁ । ତେଣୁ ମନୁଷ୍ୟ-ଜନ୍ମ ଯାର ଜନ୍ମ ସାର୍ଥକ କରି । ସର୍ବପ୍ରଥମେ, ଜୀବନର ଉଦ୍ଦେଶ୍ୟ କ'ଣ ତାହା ବୁଝିବାକୁ ଚେଷ୍ଟା କର । ତାହକୁ ଜନ୍ମ ସାର୍ଥକ କୁହାଯାଏ । ଜନ୍ମ ସାର୍ଥକ କରି କର ପର ଉପକାର । ଯାଅ । ସର୍ବତ୍ର କୃଷ୍ଣ ଚେତନାର ଭାରୀ ଭଲ ଚାହିଦା ଅଛି ।