OR/Prabhupada 0109 - ଆମେ କୌଣସି ଅଳସୁଆ ବ୍ୟକ୍ତିକୁ ଅନୁମତି ଦେଉନାହୁଁ



Lecture on SB 1.7.24 -- Vrndavana, September 21, 1976

ତୁମେ ତୁମ କର୍ତ୍ତବ୍ୟ ଅତି ଭଲ ଭାବରେ ନିର୍ବାହ କରୁଛ । ତୁମର ଧର୍ମ ଅର୍ଥାତ୍ ତୁମର ବୃତ୍ତିଗତ କର୍ତ୍ତବ୍ୟ । ମନେକର ତୁମେ ଏକ ଯାନ୍ତ୍ରିକ ଅଟ । ତୁମେ ଅତି ଭଲ ଭାବରେ କାମ କରୁଛ । କିମ୍ଵା ଏକ ଚିକିତ୍ସକ, କିମ୍ଵା ଏକ ବ୍ୟବସାୟୀ, କିମ୍ଵା ଯେ କେହି - ସମସ୍ତଙ୍କୁ କିଛି କରିବାକୁ ପଡେ । ତୁମେ ଅଳସୁଆ ହୋଇ ବସିପାରିବ ନାହିଁ ଏବଂ ତୁମକୁ ତୁମର ଜୀବିକା ମିଳିଯିବ । ଏପରିକି ତୁମେ ସିଂହ ହୋଇଥିଲେ ମଧ୍ୟ ତୁମକୁ କାମ କରିବାକୁ ପଡିବ । ନା ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗହ । ଏହା...ଭୌତିକ ଦୁନିଆ ସେହିପରି ଅଟେ । ଏପରିକି ତୁମେ ସିଂହ ପରି ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ତୁମେ ଶୋଇପାରିବ ନାହିଁ । ଯଦି ତୁମେ ଭାବିବ, "ମୁଁ ସିଂହ, ମୁଁ ଜଙ୍ଗଲର ରାଜା ଅଟେ । ମୋତେ ଶୋଇବାକୁ ଦିଅ, ଏବଂ ପଶୁମାନେ ଆସି ମୋ ପାଟିରେ ପ୍ରବେଶ କରିବେ ।" ନା, ତାହା ସମ୍ଭବ ନୁହେଁ । ଏପରିକି ତମେ ପଶୁ ହେଲେ ମଧ୍ୟ, ତୁମକୁ ପଶୁ ଧରିବାକୁ ପଡ଼ିବ । ତାପରେ ତୁମେ ଖାଇପାରିବ । ଅନ୍ୟଥା ତୁମକୁ ଭୋକରେ ରହିବାକୁ ପଡ଼ିବ । ସେଥିପାଇଁ କୃଷ୍ଣ କୁହଁନ୍ତି, ନିତ୍ୟମ୍ କୁରୁ କର୍ମ ତ୍ଵମ୍ କର୍ମ ଜ୍ଞାୟେୋ ହି ଅକର୍ମନଃ "ତୁମକୁ ତୁମର କର୍ତ୍ତବ୍ୟ କରିବା ଉଚିତ୍ ।" ଶରୀର-ଯତ୍ରାପି ଚ ତେ ନ ପ୍ରସିଧ୍ୟଯେଦ୍ ଅକର୍ମନଃ ଭାବନାହିଁ...ଦୁର୍ଜନମାନେ କୁହଁନ୍ତି ଯେ "କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ପଳାୟନ କରିବାର ଶିକ୍ଷା ଦେଉଛି । ସେମାନେ ହୋଇଯାଇଛନ୍ତି... ନା, ତାହା କୃଷ୍ଣଙ୍କର ନିର୍ଦ୍ଦେଶ ନୁହେଁ । ଆମେ କୌଣସି ଅଳସୁଆ ବ୍ୟକ୍ତିକୁ ଅନୁମତି ଦେଉନାହୁଁ । ସେ କାମରେ ବ୍ୟସ୍ତ ରହିବା ଉଚିତ୍ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ତାହା ହେଉଛି କୃଷ୍ଣଙ୍କର ଆଦେଶ । ନିୟତମ୍ କୁରୁ କର୍ମ । ଅର୍ଜୁନ ଯୁଦ୍ଧ କରିବାକୁ ମନା କରୁଥିଲେ । ସେ ଅହିଂସାତ୍ମକ ବ୍ୟକ୍ତି ହେବା ପାଇଁ ଚେଷ୍ଟା କରୁଥିଲେ । କୃଷ୍ଣ ତାଙ୍କୁ ଅନୁମତି ଦେଲେ ନାହିଁ । "ନା, ନା, ତୁମେ ତାହା କରିପାରିବ ନାହିଁ । ତାହା ହେଉଛି ତୁମର ଦୁର୍ବଳତା ।" କୁତସ୍ ତ୍ଵା କଶ୍ମଲମ୍ ଇଦମ୍ ବିଶମେ ସମୁପସ୍ଥିତମ୍: "ତୁମେ ନିଜକୁ ଦୁର୍ଜନ ସାବ୍ୟସ୍ତ କରୁଛ । ଏହା ଅନାର୍ଯ ଦୁଶ୍ଟମ୍ ଅଟେ । ଏହି ପ୍ରକାରର ପ୍ରସ୍ତାବ ହେଉଛି ଅନାର୍ଯ, ଅସଭ୍ୟ ବ୍ୟକ୍ତିମାନଙ୍କ ପାଇଁ । "ତାହା କର ନାହିଁ ।" ତାହା ହେଉଛି କୃଷ୍ଣଙ୍କର... ତେଣୁ ଭାବ ନାହିଁ ଯେ କୃଷ୍ଣ ଚେତନା ଆନ୍ଦୋଳନ ହେଉଛି, ଯେଉଁମାନେ କୃଷ୍ଣ ଚେତନାଶୀଳ, ସେମାନେ ଅଳସୁଆ ହୋଇଯାନ୍ତି ଏବଂ ହରିଦାସ ଠାକୁରଙ୍କୁ ନକଲ କରିପାରନ୍ତି । ତାହା କୃଷ୍ଣ ଚେତନା ନୁହେଁ । କୃଷ୍ଣ ଚେତନା ଅର୍ଥାତ୍, ଯେପରି କୃଷ୍ଣ ନିର୍ଦ୍ଦେଶ ଦିଅନ୍ତି, ତୁମେ ଅତ୍ୟନ୍ତ ବ୍ୟସ୍ତ ରହିବା ଉଚିତ୍, ଚବିଶ ଘଣ୍ଟା । ତାହା ହେଉଛି କୃଷ୍ଣ ଚେତନା । ଅଳସୁଆ ଅନୁସରଣ କାରି ହେବା ନୁହେଁ, ଖାଇବା ଏବଂ ଶୋଇବା, ନା ।

ତେଣୁ ଏହା ହେଉଛି ଧର୍ମସ୍ୟ ଗ୍ଲାନିଃ । କିନ୍ତୁ ତୁମକୁ ତୁମର ଦୃଷ୍ଟି କୋଣ ପରିବର୍ତ୍ତନ କରିବାକୁ ହେବ । ଜୀବନର ଭୌତିକ ଅବସ୍ଥାରେ ତୁମର ଲକ୍ଷ୍ୟ ହେଉଛି କିପରି ନିଜର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବ । ଏବଂ କୃଷ୍ଣ ଚେତନା ଅର୍ଥାତ୍ ତୁମକୁ ସେହି ଭାବରେ କାମ କରିବାକୁ ହେବ, ସେହି ଉତ୍ସାହ ସହିତ, କିନ୍ତୁ ତୁମକୁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ । ତାହା ହେଉଛି ଆଧ୍ୟାତ୍ମିକ ଜୀବନ । ନାକି ଅଳସୁଆ ବ୍ୟକ୍ତି ହେବା । ଅନ୍ତର ହେଉଛି, ଯାହା ଲେଖକଙ୍କ ଦ୍ଵାରା କୁହାଯାଇଛି, କୃଷ୍ଣଦାସ, ଆତ୍ମେନ୍ଦ୍ରିୟ ପ୍ରୀତି ବାଞ୍ଛା ତାରେ ବଲି କାମ (CC Adi 4.165) କର୍ମ କ'ଣ? କର୍ମ ଅର୍ଥାତ୍ ଯେତେବେଳେ ଜଣେ ନିଜର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ । ତାହା ହେଉଛି କର୍ମ । କୃଷ୍ଣେନ୍ଦ୍ରୟ ପ୍ରୀତି ଇଛା ଧରେ ପ୍ରେମ ନାମ । ଏବଂ ପ୍ରେମ କ'ଣ? ପ୍ରେମ ଅର୍ଥାତ୍ ଯେତେବେଳେ ତୁମେ ନିଜକୁ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାରେ ନିଯୁକ୍ତ କର । କାହିଁକି ଗୋପିମାନେ ଅସାଧାରଣ ଅଟନ୍ତି? କାରଣ ସେମାନଙ୍କର ଏକମାତ୍ର ପ୍ରୟାସ ହେଉଛି କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବା । ତେଣୁ ଚୈତନ୍ୟ ମହାପ୍ରଭୁ ସୁପାରିସ୍ କରିଛନ୍ତି, ରମ୍ୟା କାଚିଦ୍ ଉପାସନା ବ୍ରଜ-ବଧୂ-ବର୍ଗେନ ଯା କଳ୍ପିତା । ସେମାନଙ୍କର ଅନ୍ୟ କୌଣସି କାର୍ଯ୍ୟ ନାହିଁ । ବୃନ୍ଦାବନ ଅର୍ଥାତ୍, ଯେଉଁମାନେ ବୃନ୍ଦାବନରେ ଅଛନ୍ତି... ଯଦି ସେମାନେ ପ୍ରକୃତରେ ଵୃନ୍ଦାବନରେ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କର କାମ ହେଉଛି କିପରି କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବେ । ତାହା ହେଉଛି ବୃନ୍ଦାବନ । ନାକି "ମୁଁ ବୃନ୍ଦାବନରେ ରହୁଛି ଏବଂ ମୋର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି ।" ସେ ବୃନ୍ଦାବନ ବାସୀ ନୁହେଁ । ସେ ପ୍ରକାରର ଜୀବନ ଯାପନ ହେଉଛି... ବୃନ୍ଦାବନରେ ଅନେକ ମାଙ୍କଡ଼, କୁକୁର, ଏବଂ ଘୁଷୁରିମାନେ ମଧ୍ୟ ଅଛନ୍ତି । ତୁମେ କହିବାକୁ ଚାହୁଁଛ କି ସେମାନେ ବୃନ୍ଦାବନରେ ବାସ କରୁଛନ୍ତି? ନା । ଯେ କୌଣସି ବ୍ୟକ୍ତି ବୃନ୍ଦାବନରେ ନିଜର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ, ସେମାନଙ୍କର ପରବର୍ତ୍ତୀ ଜୀବନ ହେଉଛି କୁକୁର, ଘୁଷୁରି ଏବଂ ମାଙ୍କଡ । ତୁମେ ତାହା ଜାଣିବା ଉଚିତ୍ । ତେଣୁ ଜଣେ ବୃନ୍ଦାବନରେ ଇନ୍ଦ୍ରିୟ ସନ୍ତୁଷ୍ଟି କରିବା ଉଚିତ୍ ନୁହେଁ । ଏହା ହେଉଛି ଏକ ବଡ଼ ପାପ । କେବଳ କୃଷ୍ଣଙ୍କର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର ।