OR/Prabhupada 0110 - ପୂର୍ବ ଆଚାର୍ଯ୍ୟଙ୍କ ସଖି କଣ୍ଢେଇ ହେବା



Morning Walk -- April 19, 1973, Los Angeles

ସ୍ଵରୂପ ଦାମୋଦର: ଯଦି ସେମାନେ ଶ୍ରୀମଦ୍ ଭାଗବତମ୍ ଶୁଣିବେ, ତେବେ ତାଙ୍କର ହୃଦୟ ପରିବର୍ତ୍ତନ ହେଇଯିବ ।

ପ୍ରଭୁପାଦ: ନିଶ୍ଚିତରେ । ଗତକାଲି, କେହି ଜଣେ ଆମ ଛାତ୍ର ମାନଙ୍କୁ ଧନ୍ୟବାଦ ଜଣେଇଥିଲେ ଯେ: "ଓଃ, ଆମେ ତୁମ ପ୍ରତି ବହୁ କୃତଜ୍ଞ ତୁମେ ଭାଗବତ ଯୋଗାଇ ଦେଉଛ ।" ଏହା ନୁହେଁ କି, କେହି ଜଣେ କହିଥିଲେ?

ଭକ୍ତଗଣ: ହଁ ହଁ । ତ୍ରିପୁରାରି କହିଥିଲେ । ତ୍ରିପୁରାରି ।

ପ୍ରଭୁପାଦ: ଓଃ ତ୍ରିପୁରାରି ହଁ । କେହି ସେମିତି କହିଥିଲେ?

ତ୍ରିପୁରାରି: ହଁ, ଗତକାଲି ଦୁଇ ଜଣ ଯୁବକ ବିମାନ ବନ୍ଦରରେ, ସେମାନେ ଦୁଇ ଯୋଡା ଭାଗବତ କିଣିଥିଲେ ।

ଜୟତୀର୍ଥ: ସମ୍ପୁର୍ଣ୍ଣ?

ତ୍ରିପୁରାରି: ଛଅଟି ପୁସ୍ତକ । ସେମାନେ ଭାଗବତକୁ ଧରିଲେ, ଏବଂ କହିଲେ "ବହୁତ ଧନ୍ୟବାଦ ।" ଏବଂ ସେମାନେ ତାକୁ ନିଜ ସିନ୍ଦୁକରେ ରଖିଦେଲେ, ଏବଂ ତାଙ୍କ ବିମାନ ପାଇଁ ଅପେକ୍ଷା କରିଲେ, ଏବଂ ପ୍ରତ୍ୟେକଙ୍କ ପାଖରେ ପ୍ରଥମ ସ୍କନ୍ଦ ଥିଲା...

ପ୍ରଭୁପାଦ: ହଁ । ଯେ କୌଣସି ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତି ଆମର ଏହି ଆନ୍ଦୋଳନର ପ୍ରଚାର ପ୍ରତି ଉପକୃତ ହେବ । ଏହି ପୁସ୍ତକ ଗୁଡିକୁ ବିତରଣ କରି, କୃଷ୍ଣଙ୍କର ମହାନ ସେବା କରୁଛ । ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି: ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ ଗୀ ୧୮.୬୬) । ସେଥିପାଇଁ ସେ ଆସନ୍ତି । ତେଣୁ ଯେ କେହି ସେହି ସେବା କରିଛନ୍ତି, ସେହି: "ଆତ୍ମସମର୍ପଣ କୃଷ୍ଣଙ୍କ ନିକଟରେ " ତେବେ ସେ କୃଷ୍ଣଙ୍କ ଦ୍ଵାରା ଭଲ ଭାବରେ ଅଧିକୃତ ହେବ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରିଯାଇଛି: ନ ଚ ତସ୍ମାନୁଷ୍ୟେଷୁ (BG 18.69) । ଏହି ମନୁଷ୍ୟ ସମାଜରେ କେହି ମଧ୍ୟ ତାଙ୍କଠାରୁ ପ୍ରିତିକର ନୁହେଁ ଯିଏ ଏହି ଜ୍ଞାନ ପ୍ରଚାର କରିବାରେ ସାହାର୍ଯ୍ୟ କରେ । ହରେ କୃଷ୍ଣ ।

ବ୍ରହ୍ମାନନ୍ଦ: ଆମେ ଆପଣଙ୍କର ସଖି କଣ୍ଢେଇ ମାତ୍ର, ଶ୍ରୀଲା ପ୍ରଭୁପାଦ । ଆପଣ ଆମମାନଙ୍କୁ ଏହି ପୁସ୍ତକ ଦେଉଛନ୍ତି ।

ପ୍ରଭୁପାଦ: ନା । ଆମେ ସମସ୍ତେ କୃଷ୍ଣଙ୍କର ସଖି କଣ୍ଢେଇ ଦଳ । ମୁଁ ମଧ୍ୟ ସଖି କଣ୍ଢେଇ । ସଖି କଣ୍ଢେଇ । ଏହା ହେଉଛି ଗୁରୁ-ଶିଶ୍ୟ ପରମ୍ପରା । ଆମକୁ ସଖି କଣ୍ଢେଇ ହେବାକୁ ପଡିବ । ବାସ୍ । ମୁଁ ଯେପରି ମୋ ଗୁରୁ ମହାରାଜାଙ୍କର ସଖି କଣ୍ଢେଇ, ଯଦି ତୁମେ ମୋର ସଖି କଣ୍ଢେଇ ହେଇପାରିବ, ତେବେ ତାହା ହେଉଛି ସଫଳତା । ଆମେ ସଫଳତା ଲାଭ କରିବା ଯେବେ ଆମେ ଆମ ପୂର୍ବ ଗୁରୁଙ୍କ ସଖି କଣ୍ଢେଇ ହେବା । ତାଦେର ଚରଣ ସେଵି ଭକ୍ତ ସାନେ ବାସ । ଭକ୍ତ ମାନଙ୍କ ସଙ୍ଗରେ ବାସ କରିବା ଏବଂ ପୂର୍ବ ଆଚାର୍ଯ୍ୟଙ୍କ ସଖି କଣ୍ଢେଇ ହେବା । ଏହା ହେଉଛି ସଫଳତା । ତେଣୁ ଆମେ ତାହା ଅନୁସରଣ କରିବାକୁ ଚେଷ୍ଟା କରୁଛୁ । କୃଷ୍ଣ ଚେତନା ସମାଜ ଏବଂ ପୂର୍ବ ଗୁରୁଙ୍କ ସେବା । ବାସ୍ । ହରେର୍ ନାମ ହରେର୍ ନାମ...(CC Adi 17.21) । ଲୋକମାନେ ଆସିବେ । ଲୋକମାନେ ଆମର ପ୍ରଚାରକୁ ପ୍ରଶଂସା କରିବେ । କିଛି ସମୟ ଲାଗିବ ।

ସ୍ଵରୂପ ଦାମୋଦର: ସେମାନେ ପୂର୍ବ ଅପେକ୍ଷା ଏବେ ବହୁ ପ୍ରଶଂସା କରୁଛନ୍ତି ।

ପ୍ରଭୁପାଦ: ହଁ, ହଁ ।

ସ୍ଵରୂପ ଦାମୋଦର: ସେମାନେ ଏହି ଯଥାର୍ଥ ତତ୍ଵଜ୍ଞାନକୁ ବୁଝିବାକୁ ଚେଷ୍ଟା କରୁଛନ୍ତି ।