OR/Prabhupada 0154 - ତୁମ ଅସ୍ତ୍ରକୁ ସର୍ବଦା ତୀକ୍ଷ୍ଣ ରଖ



Room Conversation -- May 7, 1976, Honolulu

ତମାଳ କୃଷ୍ଣ: ଆପଣଙ୍କର ନିବନ୍ଧ ଭଗବତ ଧାମକୁ ଫେରିବା ମାର୍କ୍ସ ବିଷୟରେ, ଆପଣ ତାକୁ ନିରର୍ଥକ କହିଛନ୍ତି, ଆପଣ ମାର୍କ୍ସବାଦକୁ ନିରର୍ଥକ କହିଛନ୍ତି ।

ପ୍ରଭୁପାଦ: ହଁ, ତାର ତତ୍ଵଜ୍ଞାନ କ'ଣ? ତର୍କଶାସ୍ତ୍ର?

ତମାଳକୃଷ୍ଣ: ତର୍କଶାସ୍ତ୍ର ଭୌତିକବାଦ ।

ପ୍ରଭୁପାଦ: ତେଣୁ ଆମେ ତର୍କଶାସ୍ତ୍ର ଆଧ୍ୟାତ୍ମିକବାଦ ଲେଖିଛୁ ।

ହରି ଶୌରି: ହରିକେଶ ର ।

ପ୍ରଭୁପାଦ: ହରିକେଶ ।

ତମାଳ କୃଷ୍ଣ: ହଁ, ସେ ଆମକୁ ପଢ଼ି ଶୁଣେଇଥିଲା । ସେ ପ୍ରଚାର କରୁଛି, ମୁଁ ଭାବୁଛି ବେଳେ ବେଳେ ପୂର୍ବ ଇଉରୋପରେ । ଆମେ ଏକ ବିବରଣ ପାଇଛୁ । ସେ ଆପଣକୁ ଲେଖିଥିଲେ କି?

ପ୍ରଭୁପାଦ: ହଁ । ମୁଁ ତାହା ଶୁଣିଥିଲି, କିନ୍ତୁ ସେ ଭଲ ଅଛି କି ନାହିଁ?

ତମାଳ କୃଷ୍ଣ: ବିବରଣରୁ ଏହା ଜଣା ପଡ଼ୁଛି ଯେ ସେ ବେଳେ ବେଳେ କିଛି ପୂର୍ବ ଇଉରୋପ ଦେଶମାନଙ୍କୁ ଯାଆନ୍ତି । ଅଧିକାଂଶ ସେ ଇଂଲଣ୍ଡ, ଜର୍ମାନି ଏବଂ ସ୍କେନଡିନେବିୟାସ ରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ତାଙ୍କର ଏକ ଦଳ ଅଛି ଏବଂ ସେମାନେ ପ୍ରଚାର ଏବଂ ପୁସ୍ତକ ବିତରଣ କରୁଛନ୍ତି । ଏବଂ ସେ ବେଳେ ବେଳେ କେଉଁ ଦେଶମାନଙ୍କୁ ଯାଆନ୍ତି?

ଭକ୍ତ: ଚେକୋସ୍ଲୋଭାକିଆ, ହଂଗାରୀ, ବୁଡାପେସ୍ଟ ।

ତମାଳ କୃଷ୍ଣ: ସେ କେତେକ ସାମ୍ୟବାଦ ଇଉରୋପିୟ ଦେଶମାନଙ୍କୁ ଯାଉଛନ୍ତି ।

ଭକ୍ତ: ସେମନେ ତାଙ୍କର ଭେନ୍ ରେ ନକଲି ତଳ ଭାଗ ବନାନ୍ତି ଏବଂ ପୁସ୍ତକଗୁଡ଼ିକୁ ତଳେ ଲୁଚାନ୍ତି ଯେପରିକି ସୀମାରେ କେହି ଦେଖିପାରିବେ ନାହିଁ । ଭେନ୍ ର ତଳେ ଆପଣଙ୍କର ସମସ୍ତ ପୁସ୍ତକ ଅଛି । ଯେତେବେଳେ ସେମାନେ ସହର ମଧ୍ୟରେ ପ୍ରବେଶ କରନ୍ତି ତାପରେ ସେମାନେ ଏହି ଛାତ୍ରମାନଙ୍କୁ ପୁସ୍ତକ ବିତରଣ କରନ୍ତି ।

ତମାଳ କୃଷ୍ଣ: କ୍ରାନ୍ତି ।

ପ୍ରଭୁପାଦ: ଏହା ଭାରି ଭଲ ।

ଭକ୍ତ: ବେଳେ ବେଳେ ସେ ଯେତେବେଳେ ସେ କୁହଁନ୍ତି, ଅନୁବାଦକ କିଛି କହିପାରନ୍ତି ନାହିଁ ଯାହା ସେ କହୁଛନ୍ତି କାରଣ ଏହା...

ତମାଳ କୃଷ୍ଣ: ବେଳେ ବେଳେ ସେ ଭୁଲିଯାଆନ୍ତି - ସାଧାରଣତଃ ସେ ଧ୍ୟାନର ସହିତ କୁହଁନ୍ତି - ସତର୍କତାର ସହିତ କଥା ହୁଅନ୍ତି । କିନ୍ତୁ ଥରେ କିମ୍ଵା ଦୁଇଥର ସେ କୁହଁନ୍ତି, ସେ ପ୍ରତ୍ୟକ୍ଷ ଭାବରେ କୃଷ୍ଣ ଚେତନା ବିଷୟରେ କହିବା ଆରମ୍ଭ କରନ୍ତି ଏବଂ ଅନୁବାଦକ ତାଙ୍କୁ ଦେଖନ୍ତି ଏବଂ ସ୍ଥାନୀୟ ଭାଷାରେ ଅନୁବାଦ କରିନ୍ତି ନାହିଁ । ବେଳେ ବେଳେ ସେ ନିଜ ବିଷୟରେ ଭୁଲିଯାଆନ୍ତି ଏବଂ ପରମ ପୁରୁଷ ଭଗବାନ କୃଷ୍ଣଙ୍କ ବିଷୟରେ କହିବା ଆରମ୍ଭ କରନ୍ତି ଏବଂ ଅନୁବାଦକ ଆକସ୍ମକ ତାଙ୍କୁ ଦେଖେ । ସାଧାରଣତଃ ସେ ସବୁ କିଛି ସମ୍ଭାଳି ନିଅନ୍ତି ।

ପ୍ରଭୁପାଦ: ସେ ବହୁତ ଭଲ କାମ କରୁଛି ।

ତମାଳ କୃଷ୍ଣ: ସେ ଏକ ଉପଯୁକ୍ତ ବ୍ୟକ୍ତି, ଭାରି ବୁଦ୍ଧିମାନ ।

ପ୍ରଭୁପାଦ: ତେଣୁ ଏହିପରି ଭାବରେ...ତୁମେ ସମସ୍ତେ ବୁଦ୍ଧିମାନ, ତୁମେ ଯୋଜନା କରିପାରିବ । ମୁଖ୍ୟ ଲକ୍ଷ୍ୟ ହେଉଛି ପୁସ୍ତକ ବିତରଣ । ତାହା ହେଉଛି ମୁଖ୍ୟ ବିଚାର । ଭାଗବତମ୍ ରେ ଏହା ଅତ୍ୟନ୍ତ ଆଳଙ୍କରିକ ଭାବରେ ବର୍ଣ୍ଣନା କରାଯାଇଛି ଯେ ଆମେ ଏହି ଶରୀର ଏବଂ ବିଭିନ୍ନ ଭାଗ ପାଇଛୁ । ଯେପରିକି ଅର୍ଜୁନ ରଥ ଉପରେ ବସିଛନ୍ତି । ସେଥିରେ ରଥ ଚାଳକ, ଘୋଡା, ଲଗାମ ଅଛି । କ୍ଷେତ୍ର, ଏବଂ ତୀର, ଏବଂ ଧନୁ ଅଛି । ସେଗୁଡ଼ିକ ଅଂଳକୃତ ହୋଇଛନ୍ତି । ତେଣୁ ଏହାକୁ ଆମ କୃଷ୍ଣ ଚେତନାର ଶତ୍ରୁମାନଙ୍କୁ ମାରିବା ପାଇଁ ବ୍ୟବହାର କରାଯାଇ ପାରିବ । ଏବଂ ତାପରେ ରଥ ଏବଂ ଏହିସବୁ ଆଭୁଷଣ ତ୍ୟାଗ କରିବା, ଆମେ... ଯେପରିକି ଯୁଦ୍ଧ ପରେ, କେବଳ ବିଜୟ, ତାପରେ ତୁମେ ସେମାନଙ୍କର ହତ୍ୟାକର । ଏବଂ ସେହିପରି ଏହି ଶରୀର ଅଛି, ମନ ଅଛି, ଇନ୍ଦ୍ରିୟମାନେ ଅଛନ୍ତି । ତେଣୁ ଏହାକୁ ଭୌତିକ ଅସ୍ତିତ୍ଵ ଉପରେ ବିଜୟ ଲାଭ କରିବା ପାଇଁ ଉପଯୋଗ କର । ଏବଂ ତାପରେ ଏହି ଶରୀର ତ୍ୟାଗ କର ଏବଂ ଘରକୁ ଫେରିଯାଅ ।

ତମାଳ କୃଷ୍ଣ: ଜଣେ ଭକ୍ତ, ମୋ କହିବାର ଅର୍ଥ ହେଉଛି ଯେପରି ଆପଣ ସର୍ବଦା ଆମକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି...

ପ୍ରଭୁପାଦ: ଏହା ହେଉଛି ନିଜ ଅସ୍ତ୍ରକୁ ମୁନିଆ କରିବା । ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ଆଧ୍ୟତ୍ମିକ ଗୁରୁଙ୍କର ସେବା କରି, ତୁମେ ତୁମ ଅସ୍ତ୍ରକୁ ସର୍ବଦା ତୀକ୍ଷ୍ଣ ରଖିପାରିବ । ଏବଂ ତାପରେ କୃଷ୍ଣଙ୍କ ଠାରୁ ସାହାଯ୍ୟ ନିଅ । ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦ ଅସ୍ତ୍ରକୁ ତୀକ୍ଷ୍ଣ ରଖେ । ଏବଂ ୟସ୍ୟ ପ୍ରସାଦାଦ୍ ଭାଗବତ...ଏବଂ ଆଧ୍ୟାତ୍ମିକ ଗୁରୁ ଖୁସି ହେଲେ, କୃଷ୍ଣ ତୂରନ୍ତ ସାହାଯ୍ୟ କରିବେ । ସେ ତୁମକୁ ଶକ୍ତି ଦେବେ । ମନେକର ତୁମ ପାଖରେ ଏକ ଖଣ୍ଡା ଅଛି, ତୀକ୍ଷ୍ଣ ଖଣ୍ଡା, କିନ୍ତୁ ତୁମର ଯଦି ଶକ୍ତି ନାହିଁ, ତୁମେ ଖଣ୍ଡା ସହିତ କ'ଣ କରିବ? କୃଷ୍ଣ ତୁମକୁ ଶକ୍ତି ଦେବେ, କିପରି ଯୁଦ୍ଧ କରିବ ଏବଂ ଶତ୍ରୁକୁ ହତ୍ୟା କରିବ । ସବୁକିଛି ବର୍ଣ୍ଣନା କରାଯାଇଛି । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଗୁରୁ କୃଷ୍ଣ କୃପାୟ (CC Madhya 19.151), ଆଧ୍ୟାତ୍ମିକ ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ନିଜର ଅସ୍ତ୍ର ତୀକ୍ଷ୍ଣ କର ଏବଂ ତାପରେ କୃଷ୍ଣ ତୁମକୁ ଶକ୍ତି ଦେବେ, ତୁମେ ଜିତିବା ପାଇଁ ଯୋଗ୍ୟ ହୋଇଯିବ । ଏହି ଅଂଳକୃତ ବର୍ଣ୍ଣନା ମୁଁ ଭାବୁଛି ଗତ ରାତିରେ କରିଥିଲି । ଏଠାରେ ଏକ ଶ୍ଳୋକ ଅଛି, ଅଚ୍ୟୁତ ବାଲା, ଅଚ୍ୟୁତ ବାଲା । ପୁଷ୍ଟ କୃଷ୍ଣ ଏଠାରେ ଅଛି କି?

ହରି ଶୋରି: ପୁଷ୍ଟ କୃଷ୍ଣ?

ପ୍ରଭୁପାଦ: ଆମେମାନେ କୃଷ୍ଣଙ୍କର ସୈନ୍ୟ ଅଟୁ, ଅର୍ଜୁନଙ୍କ ସେବକ । କେବଳ ତୁମକୁ ସେହି ଅନୁସାରେ କାମ କରିବାକୁ ହେବ, ତେବେ ତୁମେ ଶତ୍ରୁକୁ ଶେଷ କରିପାରିବ । ସେମାନଙ୍କର କୌଣସି ଶକ୍ତି ନାହିଁ, ଯଦିଓ ସେମାନଙ୍କର ସଂଖ୍ୟା ଶହେ ଗୁଣ ଅଟେ । ଯେପରିକି କୁରୁ ଏବଂ ପାଣ୍ଡବମାନେ । ସେମାନଙ୍କର କୌଣସି ଶକ୍ତି ନାହିଁ, ଯତ୍ର ଯୋଗେଶ୍ଵରଃ କୃଷ୍ଣୋ (BG 18.78) । କୃଷ୍ଣଙ୍କୁ ତୁମ ପକ୍ଷରେ ରଖ, ତେବେ ସବୁକିଛି ସଫଳ ହୋଇଯିବ । ତତ୍ର ଶ୍ରୀର୍ ବିଜୟୋ ।