OR/Prabhupada 0155 - ସମସ୍ତେ ଭଗବାନ ହେବା ପାଇଁ ଚେଷ୍ଟା କରୁଛନ୍ତି



Lecture on SB 7.6.5 -- Toronto, June 21, 1976

ତେବେ ଆମେ ଭଗବଦ୍ ଗୀତାରୁ ପାଇଲୁ ଯେ ତିନୋଟି ତତ୍ଵ ଅଛି । ଏଠାରେ ସନାତନ ଶଦ୍ଦର ବ୍ୟବହାର କରାଯାଇଛି । ପ୍ରଥମେ ହେଉଛି ଜୀବ, ସେମାନଙ୍କୁ ସନାତନ ରୂପରେ ବର୍ଣ୍ଣନା କରାଯାଇଛି । ମମୈବାଂଶୋ ଜୀବଭୂତଃ ଜୀବଲୋକେ ସନାତନଃ (BG 15.7) । ଆମେମାନେ ଜୀବ, ସନାତନ । ଏହା ନୁହେଁ ଯେ ଆମେମାନେ ମାୟା ପ୍ରଭାବରେ ଜୀବଭୂତଃ ହୋଇଯାଇଛୁ । ଆମେ ନିଜକୁ ମାୟାର ପ୍ରଭାବରେ ପକେଇଛୁ; ସେଥିପାଇଁ ଆମେମାନେ ଜୀବଭୂତଃ ଅଟୁ । ବାସ୍ତବରେ ଆମେମାନେ ସନାତନ । ସନାତନ ଅର୍ଥାତ୍ ନିତ୍ୟ । ନିତ୍ୟଃ ଶାସ୍ଵତୋ । ଜିବାତ୍ମାକୁ ବର୍ଣ୍ଣନା କରାଯାଇଛି: ନିତ୍ୟଃ ଶାଶ୍ଵତୋଽୟଂ ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ତାହା ହେଉଛି ସନାତନ । କିନ୍ତୁ ଆମେମାନେ ଏତେ କମ ବୁଦ୍ଧିଆ ଯେ ଯଦି ଆମେମାନେ ସନାତନ, ମୋର ଜନ୍ମ ଏବା ମୃତ୍ୟୁ ନାହିଁ, କାହିଁକି ମୁଁ ଏହି ଜନ୍ମ ଏବଂ ମୃତ୍ୟୁର ପୀଡ଼ାରେ ପଡ଼ିଛି । ଏହାକୁ ବ୍ରହ୍ମ ଜିଜ୍ଞାସା କୁହାଯାଏ । କିନ୍ତୁ ଆମେ ଶିକ୍ଷିତ ନୁହେଁ । କିନ୍ତୁ ଆମେ ଶିକ୍ଷିତ ହେବା ଉଚିତ୍ । ଆମେ ଏହି ଉପଦେଶର ଲାଭ ଉଠେଇବା ଉଚିତ୍ । ଆମେମାନେ ସନାତନ । ଅନ୍ୟ ଏକ ଜଗତ ଅଛି, ଭଗବଦ୍ ଗୀତାରେ ଏହାର ଉଲ୍ଲେଖ କରାଯାଇଛି । ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ ଏହି ଭୌତିକ ଜଗତ ପ୍ରକଟ ହୁଏ ଏବଂ ଏହାର ସଂପୂର୍ଣ୍ଣ ଆଧାର ଭୌତିକ ଶକ୍ତି ଅଟେ, ମହତ ତତ୍ଵ । ତାହା ପ୍ରକଟ ହୁଏ ନାହିଁ । ତେଣୁ ବ୍ୟକ୍ତୋଽବ୍ୟକ୍ତା । ଏହାର ଉଦ୍ଧ୍ଵରେ ଅନ୍ୟ ଏକ ପ୍ରକୃତି ଅଛି, ଏକ ଆଧ୍ୟାତ୍ମିକ ପ୍ରକୃତି, ସନାତନ । ତାହାକୁ ସନାତନ କୁହାଯାଏ । ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ (BG 8.20) । ଏବଂ ଜୀବ-ଭୂତ-ସନାତନ । ଏବଂ ଏକାଦଶ ଅଧ୍ୟାୟରେ, ଅର୍ଜୁନ କୃଷ୍ଣଙ୍କୁ ସନାତନ ରୂପରେ ବର୍ଣ୍ଣନା କରିଛନ୍ତି । ତେବେ ତିନୋଟି ସନାତନ ଅଛନ୍ତି । ତିନୋଟି ସନାତନ ।

ତେବେ ଯଦି ଆମେ ସମସ୍ତେ ସନାତନ, ସନାତନ ଧାମ ଅଛି ଏବଂ କୃଷ୍ଣ ହେଉଛନ୍ତି ସନାତନ, ଆମେ ମଧ୍ୟ ସନାତନ ଅଟୁ । ତେବେ ସେମାନେ ଯେତେବେଳେ ଏକତ୍ରିତ ହୁଅନ୍ତି, ତାହାକୁ ସନାତନ ଧର୍ମ କୁହାଯାଏ । ସେମାନେ ଜାଣି ନାହାଁନ୍ତି ସନାତନ କ'ଣ । ସେମାନେ ଭାବନ୍ତି ୟଦି ମୁଁ ଏକ ନିର୍ଦ୍ଧିଷ୍ଟ ପ୍ରକାରର ପୋଷାକ ପିନ୍ଧିବି ଏବଂ ଯଦି ମୁଁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟରେ ଜନ୍ମ ହେବି, ତେବେ ମୁଁ ସନାତନ ଧର୍ମ ପାଳନ କରିବା ଯୋଗ୍ୟ ହୋଇପାରିବି । ନା । ସମସ୍ତେ ସନାତନ ଧର୍ମ ପାଳନ କରିପାରିବେ । କିନ୍ତୁ ସେମାନେ ଜାଣି ନାହାଁନ୍ତି ସନାତନର ଅର୍ଥ କ'ଣ । ସମସ୍ତ ଜୀବ ସନାତନ ଅଟନ୍ତି । ଏବଂ କୃଷ୍ଣ, ଭଗବାନ ସନାତନ ଅଟନ୍ତି । ଏବଂ ଏକ ସ୍ଥାନ ଅଛି ଯେଉଁଠାରେ ଆମେ ଏକତ୍ର ହୋଇପାରିବା - ତାହା ହେଉଛି ସନାତନ ଧାମ । ସନାତନ ଧାମ, ସନାତନ ଭକ୍ତି, ସନାତନ ଧର୍ମ । ଯେତେବେଳେ ଏହାକୁ ପାଳନ କରାଯାଏ, ତାହାକୁ ସନାତନ ଧର୍ମ କୁହାଯାଏ । ତେବେ ସେହି ସନାତନ ଧର୍ମ କ'ଣ? ମନେକର ମୁଁ ସେହି ସନାତନ ଧାମକୁ ଫେରିଲି ଏବଂ ସେଠାରେ ଭଗବାନ ଅଛନ୍ତି, ସନାତନ, ଏବଂ ମୁଁ ସନାତନ । ତେବେ ଆମର ସନାତନ କାର୍ଯ୍ୟକଳାପ କ'ଣ? ଯେତେବେଳେ ମୁଁ ସନାତନ ଧାମ ଫେରିବି ମୁଁ ଭଗବାନ ହୋଇଯିବି କି? ନା । ତୁମେ ଭଗବାନ ହୋଇପାରିବ ନାହିଁ । କାରଣ ଜଣେ ହିଁ ଭଗବାନ ଅଛନ୍ତି । ସେ ହେଉଛନ୍ତି ପରମ ଭଗବାନ, ମାଲିକ, ଏବଂ ଆମେମାନେ ତାଙ୍କର ସେବକ । ଚୈତନ୍ୟ ମହାପ୍ରଭୁ: ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) । ତେଣୁ ଏଠାରେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, କୃଷ୍ଣ ହେବାର ଦାବୀ କରନ୍ତି । କିନ୍ତୁ ତୁମେ ଯେତେବେଳେ ତୁମେ ସନାତନ ଧାମକୁ ଫେରିଯିବ, ତେବେ ଆମେ - ଯେ ପର୍ଯ୍ୟନ୍ତ ଯୋଗ୍ୟ ହୋଇନାହୁଁ ଆମେ ସେଠାକୁ ଯାଇ ପାରିବୁ ନାହିଁ । ତେବେ ଆମେ ଶାଶ୍ଵତ ଭାଗରେ ଭଗବାନଙ୍କର ସେବାରେ ନିଯୁକ୍ତ ହୋଇଯାଉ । ତାହା ହେଉଛି ସନାତନ ଧର୍ମ ।

ତେଣୁ ତୁମେ ଅଭ୍ୟାସ କର । ସନାତନ ଧର୍ମ ଅର୍ଥାତ୍ ଏହି ଭକ୍ତି ଯୋଗ । କାରଣ ଆମେ ଭୁଲିଯାଇଛୁ । ସମସ୍ତେ ଭଗବାନ ହେବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏଠାରେ କିପରି ଭଗବାନଙ୍କର ସେବକ ହେବ ତାହା ଅଭ୍ୟାସ କର । ଏବଂ ତୁମେ ଯଦି ଯୋଗ୍ୟ ହୋଇଯିବ, ବାସ୍ତବରେ, ତାହା ବର୍ତ୍ତମାନ ତୁମେ... ତେବେ ସୁନିଶ୍ଚିତ ଯେ ତୁମେ ଭଗବାନଙ୍କର ସେବକ ହୋଇପାରିବ, ତାହା ହେଉଛି ଭକ୍ତି ମାର୍ଗ । ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଗୋପି-ଭରତୁର ପଦ-କମଳୟର ଦାସ-ଦାସ-ଦାସ-ଦାସାନୁଦାସ । ଯେତେବେଳେ ଆମେ ଭଗବାନଙ୍କର ସେବକର ସେବକର ସେବକ ହେବାରେ ନିପୁଣ ହୋଇଯିବା - ଶହେ ଥର ତଳକୁ, ସେବକ - ତେବେ ତୁମେ ନିପୁଣ ହୋଇଯିବ (CC Madhya 13.80) । କିନ୍ତୁ ଏଠାରେ ସମସ୍ତେ ପରମ ଭଗବାନ ହେବାକୁ ଚେଷ୍ଟା କରୁଛନ୍ତି । କେହି ଜଣେ "ସ୍ଵ ଅହମ୍," "ଅହମ୍ ବ୍ରହ୍ମାସ୍ମୀ" ଶଦ୍ଦରେ ଅପପ୍ରୟୋଗ କରୁଛନ୍ତି ଏବଂ ସେଥିପାଇଁ "ମୁଁ ପରମ ଅଟେ ।" କିନ୍ତୁ ତାହା ନୁହେଁ । ଏଗୁଡ଼ିକ ବୈଦିକ ଶଦ୍ଦ, କିନ୍ତୁ ସ୍ଵ ଅହମର ଅର୍ଥ "ମୁଁ ଭଗବାନ" ନୁହେଁ । ତେଣୁ ଅହମ୍ ଅର୍ଥାତ୍ "ମୁଁ ମଧ୍ୟ ସେହି ଗୁଣର ଅଟେ ।" କାରଣ ମମୈବାଂଶୋ ଜୀବଭୂତଃ (BG 15.7) । ଜୀବ ଭଗବାନ,କୃଷ୍ଣଙ୍କର ଅଂଶ ବିଶେଷ, ତେଣୁ ଗୁଣ ସମାନ ଅଟେ । ଯେପରି ତୁମେ ସମୁଦ୍ରରୁ ଟୋପାଏ ଜଳ ନିଅ । ତେଣୁ ସମଗ୍ର ସମୁଦ୍ର ଜଳର ରସାୟନିକ ସଂରଚନା ଏବଂ ଟୋପାଏ ଜଳର ସଂରଚନା ସମାନ ଅଟେ । ତାହାକୁ ସ୍ଵ ଅହମ୍ କିମ୍ଵା ବ୍ରହ୍ମାସ୍ମୀ କୁହାଯାଏ । ନା କି ଆମେ ଏହି ବୈଦିକ ଶଦ୍ଦଗୁଡ଼ିକର ଅପପ୍ରୟୋଗ କରିବା, ଏବଂ ମୁଁ ଭୁଲ ଭାବରେ ଚିନ୍ତା କରିବି ଯେ "ମୁଁ ହେଉଛି ଭଗବାନ । ମୁଁ ଭଗବାନ ହୋଇଯାଇଛି ।" ଏବଂ ଯଦି ତୁମେ ଭଗବାନ, ତେବେ ତୁମେ କାହିଁକି କୁକୁର ହୋଇଯାଉଛ? ଭଗବାନ କୁକୁର ହୋଇଯାଉଛନ୍ତି କି? ନା । ତାହା ସମ୍ଭବ ନୁହେଁ । କାରଣ ଆମେ ସୂକ୍ଷ୍ମ କଣିକା ଅଟୁ । ତାହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି:

କେଶାଗ୍ର-ସତ-ଭାଗସ୍ୟ
ଶତାଦ୍ଧ କଳ୍ପିତସ୍ୟ ଚ
ଜୀବଃ ଭାଗୋ ସ ବିଜ୍ଞେୟ
ସ ଅନନ୍ତ୍ୟୟ କଳ୍ପତେ
(CC Madhya 19.140)

ଆମର ଆଧ୍ୟାତ୍ମିକ ପରିଚୟ ହେଉଛି ଯେ ଆମେ କେଶର ଅଗ୍ର ଭାଗର ଦଶ ହଜାର ଭାଗରୁ ଏକ ଭାଗ । ଏହା ଅତି କ୍ଷୁଦ୍ର, ଆମେ ତାକୁ ଦଶ ହଜାର ଭାଗ କରିବା, ଏବଂ ତାର ଏକ ଭାଗ ହେଉଛି ଆମର ପରିଚୟ । ଏବଂ ସେହି କ୍ଷୁଦ୍ର ପରିଚୟ ଏହି ଶରୀର ଭିତରେ ଅଛି । ତେବେ ତୁମେ କେମିତି ଏହାକୁ ଖୋଜିପାରିବ? ତୁମ ପାଖରେ ଏପରି କୌଣସି ଯନ୍ତ୍ର ନାହିଁ । ସେଥିପାଇଁ ଆମେ କହୁ ନିରାକାର । ନା ଆକାର ଅଛି, କିନ୍ତୁ ଏହା ଅତି କ୍ଷୁଦ୍ର ଅଂଶ, ତାହା ଏହି ଭୌତିକ ଚକ୍ଷୁରେ ଦେଖିପାରିବା ନାହିଁ । ତେଣୁ ଆମେ ଶାସ୍ତ୍ର ମାଧ୍ୟମରେ ଦେଖିବା ଦରକାର । ଶାସ୍ତ୍ର ଚକ୍ଷୁସା । ତାହା ହେଉଛି ବେଦାନ୍ତର ସଂସ୍କରଣ । ଆମ୍ଭମାନଙ୍କୁ ଶାସ୍ତ୍ର ମାଧ୍ୟମରେ ଦେଖିବାକୁ ହେବ । ଏହି ଦନ୍ଥରା ଛକ୍ଷୁ ଦ୍ଵାରା ନୁହେଁ । ଏହା ସମ୍ଭବ ନୁହେଁ ।