OR/Prabhupada 0278 - ଶିଷ୍ୟ ଅର୍ଥାତ୍ ଯିଏ ଅନୁଶାସନ ସ୍ଵୀକାର କରେ



Lecture on BG 7.2 -- San Francisco, September 11, 1968

ବର୍ତ୍ତମାନ ଏହି ଜ୍ଞାନ ଏକ ବ୍ୟକ୍ତି ଦ୍ଵାରା ବୁଝାଯାଇ ପାରିବ ଯିଏ କୃଷ୍ଣଙ୍କ ସହିତ ସମ୍ପର୍କ ସ୍ଥାପନ କରିଛି ଏବଂ ଏକ ସମର୍ପିତ ଆତ୍ମା । ଆତ୍ମ ସମର୍ପଣ ନ କରି, ନିୟନ୍ତ୍ରକ ଏବଂ ତାଙ୍କର ଶକ୍ତିଗୁଡ଼ିକୁ ବିଝିବା ଅତ୍ୟନ୍ତ କଷ୍ଟକର, କିପରି ସେ ସବୁକିଛି ନିୟନ୍ତ୍ରଣ କରନ୍ତି । ତୁଭ୍ୟାମ ପ୍ରପନ୍ନାୟ ଅଶେଶତହ ସମଗ୍ରେନ ଉପଦେକ୍ଶୟାତି । ଏହା ହେଉଛି ସର୍ତ୍ତ । ପର ଅଧ୍ୟାୟଗୁଡ଼ିକରେ ତୁମେ ପାଇବ ଯେ କୃଷ୍ଣ କୁହଁନ୍ତି, ନାହଂ ପ୍ରକାଶଃ ସର୍ବସ୍ୟ (BG 7.25) । ଯେପରି ତୁମେ ଏକ ଶିକ୍ଷା ଅନୁଷ୍ଠାନକୁ ପ୍ରବେଶ କର, ଯଦି ତୁମେ ଅନୁଷ୍ଠାନର ନିୟମ ଏବଂ କାନୁନ ପ୍ରତି ନିଜକୁ ସମର୍ପିତ ନ କର, କିପରି ତୁମେ ଅନୁଷ୍ଠାନ ଦ୍ଵାରା ଦିଆଯାଉଥିବା ଜ୍ଞାନର ଲାଭ ପାଇ ପାରିବ? ସର୍ବତ୍ର, ଯେଉଁଠାରେ ତୁମେ କିଛି ପ୍ରାପ୍ତ କରିବାକୁ ଚାହଁ, ତୁମକୁ ନିୟନ୍ତ୍ରିତ ହେବାକୁ ପଡ଼ିବ, କିମ୍ଵା ତୁମକୁ ନିୟମ ଏବଂ କାନୁନ ପ୍ରତି ସମର୍ପଣ କରିବାକୁ ହେବ । ଯେପରି ଆମେ ଏହି କକ୍ଷରେ ଭଗବଦ୍ ଗୀତାର କିଛି ଶିକ୍ଷା ପ୍ରଦାନ କରୁଛୁ, ଏବଂ ଯଦି ତୁମେ ଏହି କକ୍ଷର ନିୟମ ଏବଂ କାନୁନ ଅନୁସରଣ କରିବ ନାହିଁ, ଜ୍ଞାନ ପ୍ରାପ୍ତ କରିବା ସମ୍ଭବ ହେବ ନାହିଁ । ସେହିପରି, ନିୟନ୍ତ୍ରକଙ୍କର ପୂର୍ଣ୍ଣ ଜ୍ଞାନ ଏବଂ ନିୟନ୍ତ୍ରଣ କରିବାର ପ୍ରକ୍ରିୟା ବୁଝାଯାଇ ପାରିବ ଯେତେବେଳେ ଜଣେ ଅର୍ଜୁନଙ୍କ ପରି କୃଷ୍ଣଙ୍କୁ ଆତ୍ମ ସମର୍ପଣ କରିବ । ଯେ ପର୍ଯ୍ୟନ୍ତ ଜଣେ ସମର୍ପିତ ଆତ୍ମା ହୋଇ ନାହିଁ, ଏହା ସମ୍ଭବ ନୁହେଁ । ତୁମେ ସର୍ବଦା ମନେ ରଖ କୃଷ୍ଣଙ୍କୁ, ଅର୍ଜୁନ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଥିଲେ । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ଵାଂ ପ୍ରପନ୍ନମ୍ (BG 2.7) । ତେଣୁ କୃଷ୍ଣ ମଧ୍ୟ ତାଙ୍କୁ କହୁଛନ୍ତି ।

ବାସ୍ତବରେ, ଶାସ୍ତ୍ରର ଏହି ଆଲୋଚନା ପ୍ରଭାବ ପକାଏ ନାହିଁ, ଯେ ପର୍ଯ୍ୟନ୍ତ ବକ୍ତା ଏବଂ ଦର୍ଶକ ମଧ୍ୟରେ ସମ୍ପର୍କ ହୋଇ ନାହିଁ । ତେଣୁ ଦର୍ଶକ ଅର୍ଥାତ୍ ଶିଷ୍ୟମାନେ । ଶିଷ୍ୟ ଅର୍ଥାତ୍ ଯିଏ ଅନୁଶାସନ ସ୍ଵୀକାର କରେ । ଶିଷ୍ୟ । ଶିଷ୍ୟ । ସଠିକ୍ ସଂସ୍କୃତ ଶଦ୍ଦ ହେଉଛି ଶିଷ୍ୟ । ଏକ ଶିଷ୍ୟ ଅର୍ଥାତ୍...ଏକ କ୍ରିୟା ଅଛି, ସଂସ୍କୃତ କ୍ରିୟା, ଯାହାକୁ ଶାସ କୁହାଯାଏ । ଶାସ ଅର୍ଥାତ୍ ନିୟନ୍ତ୍ରଣ କରିବା । ଶାସରୁ, "ଶାସ୍ତ୍ର" ଆସିଛି । ଶାସ୍ତ୍ର ଅର୍ଥାତ୍ ପୁସ୍ତକଗୁଡ଼ିକୁ ନିୟନ୍ତ୍ରଣ କରିବା । ଏବଂ ଶାସରୁ, ଶସ୍ତ୍ର । ଶସ୍ତ୍ର ଅର୍ଥାତ୍ ଅସ୍ତ୍ରଶସ୍ତ୍ର । ଯେତେବେଳେ ଯୁକ୍ତି ବିଫଳ ହୋଇଯାଏ, କାରଣ ବିଫଳ ହୋଇଯାଏ...ଯେପରି ରାଜ୍ୟ ନିୟନ୍ତ୍ରଣ କରେ । ସର୍ବ ପ୍ରଥମେ ସେମାନେ କାନୁନ ଦିଅନ୍ତି । ଯଦି ତୁମେ କାନୁନ ଭାଙ୍ଗିବ, ଯଦି ତୁମେ ନିୟମ ପୁସ୍ତକ ଅନୁସରଣ କରିବ ନାହିଁ, ଅର୍ଥାତ୍ ଶାସ୍ତ୍ର, ତେବେ ପରବର୍ତ୍ତୀ ସୋପାନ ହେଉଛି ଶସ୍ତ୍ର । ଶସ୍ତ୍ର ଅର୍ଥାତ୍ ଅସ୍ତ୍ରଶସ୍ତ୍ର । ଯଦି ତୁମେ ସରକାରଙ୍କର ନିୟମ ପାଳନ ନ କର, ଡ଼ାହଣ ପଟେ ରୁହ, ତେବେ ପୋଲିସ୍ ଲାଠି ଅଛି - ଶସ୍ତ୍ର । ତେବେ ତୁମକୁ ନିୟନ୍ତ୍ରିତ ହୋଇ ରହିବାକୁ ହେବ । ଯଦି ତୁମେ ଏକ ଭଦ୍ର ବ୍ୟକ୍ତି, ତେବେ ତୁମେ ଶାସ୍ତ୍ରର ନିର୍ଦ୍ଦେଶରେ ନିୟନ୍ତ୍ରିତ ହେବାକୁ ପଡ଼ିବ । ଯଦି ତୁମେ ଅବହେଳା କର, ତେବେ ଦୁର୍ଗା ଦେବୀଙ୍କର ତ୍ରୀଶୁଳ ଅଛି । ତୁମେ ଦୁର୍ଗା ଦେବୀଙ୍କୁ ଦେଖି ଥିବ, ଛବି, ତ୍ରୀଶୁଳ, ତ୍ରିଗୁଣ ପୀଡ଼ା । ତୁମେ କରିପାରିବ ନାହିଁ, ମୋର କହିବାର ଅର୍ଥ ହେଲା, କୌଣସି ନିୟମ ଏବଂ କାନୁନ୍ ଉଲଘଂନ କରିବା; ଯେପରି ସରକାର, ସେହିପରି ସର୍ବୋଚ୍ଚ ସରକାର କୃଷ୍ଣ । ଏହା ସମ୍ଭବ ନୁହେଁ । ଉଦାହରଣ ସ୍ଵରୂପ ସ୍ଵାସ୍ଥ୍ୟ ପାଇଁ କିଛି ନିୟମ ଅଛି । ଯଦି ଆମେ ବେଶୀ ଖାଇବା, ତେବେ ତୁମେ କିଛି ରୋଗ ଦ୍ଵାରା ନିୟନ୍ତ୍ରିତ ହେବ । ତୁମକୁ ଅଜୀର୍ଣ୍ଣ ହେବ ଏବଂ ଚିକିତ୍ସକ ତିନିଦିନ ପାଇଁ ନ ଖାଇବାକୁ ପରାମର୍ଶ ଦେବେ । ତେବେ ନିୟନ୍ତ୍ରଣ ଅଛି । ପ୍ରକୃତି ଦ୍ଵାରା, ପ୍ରକୃତି ଅର୍ଥାତ୍ ଭଗବାନଙ୍କର ନିୟମ, ସ୍ଵୟଂଚାଳିତ ଭାବରେ କାର୍ଯ୍ୟ କରେ । ମୂର୍ଖ ବ୍ୟକ୍ତିମାନେ ଭଗବାନଙ୍କର ନିୟମକୁ ଦେଖିପାରନ୍ତି ନାହିଁ, କିନ୍ତୁ ଭଗବାନଙ୍କର ନିୟମ ଅଛି । ସୂର୍ଯ୍ୟ ଠିକ୍ ସମୟରେ ଉଦୟ ହୁଅନ୍ତି, ଚନ୍ଦ୍ର ଠିକ୍ ସମୟରେ ଉଦୟ ହୁଅନ୍ତି । ପ୍ରଥମ ବର୍ଷ, ପ୍ରଥମ ଜାନୁୟାରୀ, ଠିକ୍ ସମୟରେ ଆସିଲା ।

ତେଣୁ ନିୟନ୍ତ୍ରଣ ଅଛି । କିନ୍ତୁ ମୂର୍ଖ ଲୋକମାନେ, ସେମାନେ ଏହା ଦେଖିପାରନ୍ତି ନାହିଁ । ସବୁକିଛି ନିୟନ୍ତ୍ରିତ । ତେଣୁ ଭଗବାନଙ୍କୁ ଜାଣିବା ପାଇଁ ଏବଂ ଜିନିଷଗୁଡ଼ିକ କିପରି କାମ କରୁଛନ୍ତି ଏବଂ ଏଗୁଡ଼ିକ କିପରି ନିୟନ୍ତ୍ରିତ ହେଉଛନ୍ତି, ଏହିସବୁ କଥା ଜାଣିବା ଉଚିତ୍ । ଆମେ କେବଳ ଭାବନାରେ ଯିବା କଥା ନୁହେଁ । ଧାର୍ମିକ ଭାବନା ଯେଉଁ ବ୍ୟକ୍ତି ଅନ୍ଧ ଭାବରେ ଅନୁସରଣ କରେ ତାହା ପାଇଁ ଭଲ । କିନ୍ତୁ ବର୍ତ୍ତମାନ ସମୟରେ, ଲୋକମାନେ ତଥା କଥିତ ଶିକ୍ଷାରେ ଉନ୍ନତ । ତେଣୁ ଭଗବଦ୍ ଗୀତା ତୁମକୁ ପୂର୍ଣ୍ଣ ସୂଚନା ଦିଏ ଯେପରିକି ତୁମେ ଭଗବାନଙ୍କୁ ତୁମର ବିଚାର, ତୁମର ଯୁକ୍ତି, ତୁମର ଜ୍ଞାନ ଦ୍ଵାରା ସ୍ଵୀକାର କରି ପାରିବ । ଏହା ଅନ୍ଧ ବିଶ୍ଵାସ ନୁହେଁ । କୃଷ୍ଣ ଚେତନା ଏକ ଭାବନା ନୁହେଁ । ଏହା ଜ୍ଞାନ ଏବଂ ବ୍ୟବହାରିକ ଜ୍ଞାନ ଦ୍ଵାରା ସମର୍ଥିତ । ବିଜ୍ଞାନମ । ଜ୍ଞାନମ ବିଜ୍ଞାନ ସହିତମ । ତେଣୁ ବିଜ୍ଞାନ ସହିତମ... ଏବଂ ଏହି ବିଜ୍ଞାନକୁ ବୁଝିବାର ପ୍ରକ୍ରିୟା ହେଉଛି ଆତ୍ମ ସମର୍ପଣ କରିବା । ସେଥିପାଇଁ, ଆମେ...ଶିଷ୍ୟ, ଶିଷ୍ୟ ଅର୍ଥାତ୍ ଜଣେ ଯିଏ ଅନୁଶାସନ ସ୍ଵୀକାର କରେ । ଅନୁଶାସନ ସ୍ଵୀକାର ନ କରି, ଆମେ କୌଣସି ପ୍ରଗତି କରି ପାରିବା ନାହିଁ । ଏହା ସମ୍ଭବ ନୁହେଁ । ଜ୍ଞାନର ଯେ କୌଣସି କ୍ଷେତ୍ର, କାର୍ଯ୍ୟକଳାପର ଯେ କୌଣସି କ୍ଷେତ୍ର, ଯଦି ତୁମେ ଜାଗୃତ ହେବାକୁ ଚହୁଁଛ, ବୈଜ୍ଞାନିକ ଏବଂ ବାସ୍ତବରେ, ତେବେ ତୁମକୁ ନିୟନ୍ତ୍ରଣର ସିଦ୍ଧାନ୍ତ ସ୍ଵୀକାର କରିବାକୁ ପଡ଼ିବ । ସମଗ୍ରେନ ବକ୍ଷା ଯ ସ୍ଵରୂପମ ସର୍ବୋକରମ ଯତ୍ର ଧିୟମ ତଦ ଅଭୟ ବିଷୟକମ ଜ୍ଞାନମ ବ୍ୟକ୍ତୁମ ।