OR/Prabhupada 0279 - ବାସ୍ତବରେ ଆମେ ଟଙ୍କାର ସେବା କରୁ



Lecture on BG 7.2 -- San Francisco, September 11, 1968

ବର୍ତ୍ତମାନ ଏଠାରେ, ଏହି ଅଧ୍ୟାୟରେ, ଏହା ସୁସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି, ଯେ କିଏ ସର୍ବୋଚ୍ଚ ପୂଜନୀୟ । ଆମେମାନେ ପୂଜା କରୁଛୁ । ଆମର କ୍ଷମତା ଅନୁସାରେ, ଆମେ ଜଣଙ୍କୁ ପୂଜା କରୁଛୁ । ଅତି କମରେ ଆମେ ଅମ ମାଲିକଙ୍କୁ ପୂଜା କରୁଛୁ । ମନେକର ମୁଁ ଏକ କାର୍ଯ୍ୟାଳୟରେ କିମ୍ଵା ଏକ କାରଖାନାରେ କାମ କରୁଛି, ମୋତେ ମୋର ମାଲିକଙ୍କର ପୂଜା କରିବାକୁ ହେବ । ମୋତେ ତାଙ୍କର ଆଦେଶ ପାଳନ କରିବାକୁ ହେବ । ତେବେ ସମସ୍ତେ ପୂଜା କରୁଛନ୍ତି । ବର୍ତ୍ତମାନ, ସର୍ବୋଚ୍ଚ ପୂଜନୀୟ କିଏ, କୃଷ୍ଣ, ସେ କପରି ସର୍ବୋଚ୍ଚ ପୂଜନୀୟ ହେଲେ, ତାହା ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ଯ ସ୍ଵରୂପମ୍ ସର୍ବ କର୍ମ ଚ ଯଚ ଚ ଧିୟମ୍ ତଦ ଉଭୟ-ବିଶ୍ୟକମ୍ ଜ୍ଞାନମ୍ ବ୍ୟକ୍ତୁମ ଅତ୍ର ଭକ୍ତି-ପ୍ରତିଜ୍ଞାନମ । ସେଥିପାଇଁ ଯଦି ଆମେ ବୁଝିପାରିବା ଯେ ଏଠାରେ ସର୍ବୋଚ୍ଚ ନିୟନ୍ତ୍ରକ ଅଛନ୍ତି, ଏଠାରେ ସର୍ବୋଚ୍ଚ ପୂଜନୀୟ ଅଛନ୍ତି, ତେବେ ଆମ ଜୀବନର ସମସ୍ୟା ଏକା ଥରକେ ସମାଧାନ ହୋଇଯିବ । ଆମେ ଖୋଜୁଛୁ... ଯେପରି ଅନ୍ୟ ଏକ ଦିନ, ମୁଁ ତୁମକୁ ଏକ କାହାଣୀ କହିଥିଲି, ଯେ ଏକ ମୁସଲମାନ ଭକ୍ତ, ସେ ସର୍ବୋଚ୍ଚଙ୍କର ସେବା କରିବାକୁ ଚାହୁଁଥିଲା । ସେ ନବାବଙ୍କର ସେବା କରୁଥିଲା, ତାପରେ ସେ ସମ୍ରାଟ, ବାଦଶାହଙ୍କ ପାଖକୁ ଗଲା, ତାପରେ ସମ୍ରାଟଙ୍କ ଠାରୁ ହରିଦାସ, ଏକ ସାଧୁ ବ୍ୟକ୍ତି, ଏବଂ ହରିଦାସଙ୍କ ଠାରୁ ତାଙ୍କୁ ବୃନ୍ଦାବନରେ କୃଷ୍ଣଙ୍କୁ ପୂଜା କରିବା ପାଇଁ ପ୍ରୋତ୍ସାହନ କରାଗଲା ।

ତେଣୁ ଆମେ ଯଥେଷ୍ଟ ଜିଜ୍ଞାସୁ, ବୁଦ୍ଧିମାନ ହେବା ଉଚିତ୍ । ଆମେ ସେବା କରୁଛୁ । ସମସ୍ତେ, ଆମେ ସେବା କରୁଛୁ, ଅତିକମରେ ଆମେ ଇନ୍ଦ୍ରିୟମାନଙ୍କର ସେବା କରୁଛୁ । ସମସ୍ତେ, ବ୍ୟବହାରିକ ଭାବରେ, ସେମାନେ କୌଣସି ମାଲିକଙ୍କର ସେବା କରୁ ନାହାଁନ୍ତି କିମ୍ଵା କୌଣସି ସ୍ଵାମୀଙ୍କର, ସେମାନେ ସେମାନଙ୍କର ଇନ୍ଦ୍ରିୟମାନଙ୍କର ସେବା କରୁଛନ୍ତି । ମନେକର ମୁଁ ଯଦି ଜଣଙ୍କୁ ମୋର ମାଲିକ ଭାବରେ ସେବା କରୁଛି, ବାସ୍ତବରେ ମୁଁ ସେହି ବ୍ୟକ୍ତିକୁ ପୂଜା କରୁନାହିଁ, ମୁଁ ତାର ଟଙ୍କାକୁ ପୂଜା କରୁଛି । ଯଦି ସେ କୁହେ, "ଆସନ୍ତା କାଲି ତୁମକୁ ମାଗଣାରେ କାମ କରିବାକୁ ହେବ । ତୁମେ ବର୍ତ୍ତମାନ ଦିନକୁ କୋଡିଏ ଡଲାର ପାଉଛ । ଅାସନ୍ତା କାଲି ମୋ ପାଖରେ ଟଙ୍କା ନ ଥିବ । ତୁମକୁ ମାଗଣାରେ କାମ କରିବାକୁ ହେବ ।" "ଅହ, ନା, ନା, ମହାଶୟ । ମୁଁ ଆସିପାରିବି ନାହିଁ କାରଣ ମୁଁ ଆପଣଙ୍କର ସେବା କରୁନାହିଁ; ମୁଁ ଆପଣଙ୍କର ଟଙ୍କାର ସେବା କରୁଛି ।" ତେବେ ବାସ୍ତବରେ ଆମେ ଟଙ୍କାର ସେବା କରୁ । ଏବଂ କାହିଁକି ତୁମେ ଟଙ୍କାର ସେବା କର? କାରଣ ଟଙ୍କା ଦ୍ଵାରା ଆମେ ଅାମ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିପାରିବୁ । ବିନା ଟଙ୍କାରେ, ଆମେ ଏହି ନିର୍ଭୟ ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରି ପାରିବା ନାହିଁ । ଯଦି ମୁଁ ପିଇବା ପାଇଁ ଚାହୁଁଛି, ଯଦି ମୁଁ ଅମୁକ ଜିନିଷ ଉପଭୋଗ କରିବା ପାଇଁ ଚାହୁଁଛି, ତେବେ ମୋତେ ଟଙ୍କା ଆବଶ୍ୟକ । ସେଥିପାଇଁ ଅନ୍ତରେ ମୁଁ ମୋର ଇନ୍ଦ୍ରିୟମାନଙ୍କର ସେବା କରୁଛି ।

ସେଥିପାଇଁ କୃଷ୍ଣଙ୍କୁ ଗୋବିନ୍ଦ କୁହାଯାଏ । ଆମେ ଅନ୍ତରେ ଆମ ଇନ୍ଦ୍ରିୟମାନଙ୍କର ସନ୍ତୁଷ୍ଟି ଚାହୁଁ, ଏବଂ ଗୋ ଅର୍ଥାତ୍ ଇନ୍ଦ୍ରିୟମାନେ । ଏଠାରେ ବ୍ୟକ୍ତି ଅଛନ୍ତି, ପରମ ପୁରୁଷ ଭଗବାନ । ଯଦି ତୁମେ କୃଷ୍ଣଙ୍କର ସେବା କର, ତେବେ ତୁମର ଇନ୍ଦ୍ରିୟମାନେ ସନ୍ତୁଷ୍ଟ ହେବେ । ସେଥିପାଇଁ ତାଙ୍କର ନାମ ହେଉଛି ଗୋବିନ୍ଦ । ବାସ୍ତବରେ, ଆମେ ଅମର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚାହୁଁ, କିନ୍ତୁ ପ୍ରକୃତ ଇନ୍ଦ୍ରିୟଗୁଡ଼ିକ, ଦିବ୍ୟ ଇନ୍ଦ୍ରିୟଗୁଡ଼ିକ, ହେଉଛି କୃଷ୍ଣ, ଗୋବିନ୍ଦ । ସେଥିପାଇଁ ଭକ୍ତି, ଭକ୍ତି ଯୋଗ, ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ଶୁଦ୍ଧ କରିବା । ପରମ ଶୁଦ୍ଧଙ୍କ ସେବାରେ ନିଯୁକ୍ତ କରିବା । ଭଗବାନ ହେଉଛନ୍ତି ପବିତ୍ରତମ । ଭଗବଦ୍ ଗୀତାରେ, ଦଶମ ଅଧ୍ୟାୟରେ ତୁମେ ପାଇବ ଯେ କୃଷ୍ଣ ଅର୍ଜୁନଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛନ୍ତି, ପବିତ୍ରଂ ପରମଂ ଭବାନ୍: "ଆପଣ ହେଉଛନ୍ତି ପବିତ୍ରତମ ।" ତେଣୁ ଯଦି ଆମେ ପବିତ୍ରତମଙ୍କର ଇନ୍ଦ୍ରିୟମାନଙ୍କର ସେବା କରିବାକୁ ଚାହୁଁ, ତେବେ ଆମକୁ ମଧ୍ୟ ପବିତ୍ର ହେବାକୁ ପଡ଼ିବ । କାରଣ ବିନା...ପବିତ୍ର ହେବା ଅର୍ଥାତ୍ ଆଧ୍ୟାତ୍ମିକ । ଆଧ୍ୟାତ୍ମିକ ଜୀବନ ମାନେ ପବିତ୍ର ଜୀବନ, ଏବଂ ଭୌତିକ ଜୀବନ ମାନେ ଅପବିତ୍ର ଜୀବନ । ଠିକ ଯେପରି ଆମର ଏହି ଶରୀର, ଭୌତିକ ଶରୀର । ଏହା ଅପବିତ୍ର ଶରୀର । ସେଥିପାଇଁ ଆମେ ରୋଗର ଶିକାର ହେଉଛୁ, ଆମେ ବୃଦ୍ଧାବସ୍ଥାର ଶିକାର ହେଉଛୁ, ଆମେ ଜନ୍ମର ଶିକାର ହେଉଛୁ, ଆମେ ମୃତ୍ୟୁର ଶିକାର ହେଉଛୁ । ଏବଂ ଆମର ବାସ୍ତବ, ପବିତ୍ର ରୂପ, ଆଧ୍ୟାତ୍ମିକ ରୂପ, ସେଥିରେ ଏହିପରି କୌଣସି ପିଡା ନାହିଁ । ସେଥିରେ ଜନ୍ମ ନାହିଁ, ମୃତ୍ୟୁ ନାହିଁ, ରୋଗ ନାହିଁ ଏବଂ ବୃଦ୍ଧାବସ୍ଥା ନାହିଁ । ଏହି ଭଗବଦ୍ ଗୀତାରେ ତୁମେ ପଢିଅଛ, ନିତ୍ୟଃ ଶାଶ୍ଵତୋଽୟଂ ନ ହନ୍ୟମାନେ ଶରୀରେ (BG 2.20) । ନିତ୍ୟ । ଯଦିଓ ମୁଁ ପୁରାତନ, କାରଣ ମୁଁ ଶରୀର ପରିବର୍ତ୍ତନ କରୁଛି... ମୁଁ, ଆତ୍ମା ରୂପରେ ପବିତ୍ର ଅଟେ । ମୋର ଜନ୍ମ ନାହିଁ, ମୃତ୍ୟୁ ନାହିଁ, କିନ୍ତୁ କେବଳ ମୁଁ ଶରୀର ପରିବର୍ତ୍ତନ କରୁଛି । ସେଥିପାଇଁ ମୁଁ ପୁରାତନ । ତ ଯଦିଓ ମୁଁ ପୁରାତନ, ମୁଁ ନୁଆ ଜୀବନ ପାଇଛି । ମୁଁ ସର୍ବଦା ସ୍ଵଚ୍ଛ । ଏହା ହେଉଛି ମୋର ସ୍ଥିତି ।