OR/Prabhupada 0280 - ଭକ୍ତି ଯୋଗର, ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକୁ ଶୁଦ୍ଧ କରିବା



Lecture on BG 7.2 -- San Francisco, September 11, 1968

ତେଣୁ କୃଷ୍ଣ ଚେତନା, କିମ୍ଵା ଭକ୍ତି ଯୋଗର, ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକୁ ଶୁଦ୍ଧିକରଣ କରିବା । ବାସ । ଆମକୁ ବନ୍ଦ କରିବାର ନାହିଁ, କାମୁକ ଗତିବିଧି ଗୁଡିକୁ । ନାଁ । କେବଳ ଆମ ଇନ୍ଦ୍ରିୟ ଗୁଡିକୁ ଶୁଦ୍ଧ କରିବାକୁ ହେବ । କେମିତି ତୁମେ ଇନ୍ଦ୍ରିୟ ଗୁଡିକରୁ ବାହାରକୁ ବାହାରିପାରିବ? କାରଣ ତୁମେ ଏକ ଜୀବ, ଇନ୍ଦ୍ରିୟ ଗୁଡିକ ଅଛି । କିନ୍ତୁ କଥା ହେଉଛି ଏହି ସମୟରେ, ଯେହେତୁ ଆମେ ଭୌତିକତାରେ ପ୍ରଦୁଷିତ ଅଛୁ, ଆମର ଇନ୍ଦ୍ରିୟ ଗୁଡିକୁ ସମ୍ପୂର୍ଣ୍ଣ ଆନନ୍ଦ ମିଳୁନାହିଁ । ଏହା ହେଉଛି ଅତ୍ୟନ୍ତ ବିଜ୍ଞାନ ପୂର୍ଣ୍ଣ । ତେଣୁ ଭକ୍ତି ଯୋଗର ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକୁ ଶୁଦ୍ଧ କରିବା । ସର୍ବୋପାଧି ବିନିର୍ମୁକ୍ତମ ତତ ପରତ୍ଵେନ ନିର୍ମଳମ (CC Madhya 19.170) ନିର୍ମଳମ ଅର୍ଥାତ୍ ଶୁଦ୍ଧିକରଣ ।କିପରି ତୁମେ ତୁମର ଇନ୍ଦ୍ରିୟଗୁଡିକୁ ଶୁଦ୍ଧ କରିବ? ତାହା ନାରଦ-ଭକ୍ତି-ସୂତ୍ରରେ ବର୍ଣ୍ଣନା କରାଯାଇଛି । ଏହା କୁହାଯାଏ ଯେ ସର୍ବୋପାଧି ବିନିର୍ମୁକ୍ତମ । ଇନ୍ଦ୍ରିୟଗୁଡିକର ଶୁଦ୍ଧିକରଣ ଅର୍ଥାତ୍ ତୁମକୁ ସମସ୍ତ ପ୍ରକାରର ପଦବୀରୁ ମୁକ୍ତ ହେବାକୁ ପଡ଼ିବ । ଆମେ ଜୀବନ ପଦବୀରେ ପୂର୍ଣ୍ଣ । ଯେପରି ମୁଁ ଭାବୁଛି "ମୁଁ ଭାରତୀୟ," ମୁଁ ଭାବୁଛି "ମୁଁ ସନ୍ୟାସୀ," ତୁମେ ଭାବୁଛ ତୁମେ ଆମେରିକୀୟ, ତୁମେ ଭାବୁଛ "ପୁରୁଷ," ତୁମେ ଭାବୁଛ "ମହିଳା," ତୁମେ ଭାବୁଛ "ଗୋରା," ତୁମେ ଭାବୁଛ "କଳା ।" ଏତେ ସାରା ପଦବୀ । ଏଗୁଡୁକ ସବୁ ପଦବୀ ଅଟନ୍ତି । ତେବେ ଇନ୍ଦ୍ରିୟଗୁଡ଼ିକର ଶୁଦ୍ଧିକରଣ ଅର୍ଥାତ୍ ପଦବୀର ଶୁଦ୍ଧିକରଣ । ଏବଂ କୃଷ୍ଣ ଚେତନାର ଅର୍ଥ ହେଉଛି "ନା ମୁଁ ଭାରତୀୟ ନା ଇଉରୋପିୟ ନା ଆମେରିକୀୟ ନା ଏହା ନା ତାହା । ମୁଁ ଶାଶ୍ଵତ ଭାବରେ କୃଷ୍ଣଙ୍କ ସହିତ ଜଡିତ । ମୁଁ ହେଉଛି କୃଷ୍ଣଙ୍କର ଅଂଶ ବିଶେଷ ।" ଯେତେବେଳେ ଆମେ ପୂର୍ଣ୍ଣ ଭାବରେ ଦୃଢ଼ ନିଶ୍ଚୟୀ ଯେ "ମୁଁ ହେଉଛି କୃଷ୍ଣଙ୍କର ଅଂଶ ବିଶେଷ," ତାହା ହେଉଛି କୃଷ୍ଣ ଚେତନା ଏବଂ ତାହା ହେଉଛି ତୁମର ଇନ୍ଦ୍ରିୟଗୁଡିକର ଶୁଦ୍ଧିକରଣ ।

ତେଣୁ କୃଷ୍ଣଙ୍କର ଅଂଶ ବିଶେଷ ଭାବରେ, ତୁମକୁ କୃଷ୍ଣଙ୍କର ସେବା କରିବାକୁ ହେବ । ତାହା ହେଉଛି ତୁମର ପ୍ରସନ୍ନତା । ବର୍ତ୍ତମାନ ଆମେ ଆମର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛୁ, ଆମର ଭୌତିକ ଇନ୍ଦ୍ରିୟଗୁଡ଼ିକୁ । ଯେତେବେଳେ ତୁମେ..., ନିଜେ ଅନୁଭବ କରିବ ଯେ ତୁମେ ହେଉଛ କୃଷ୍ଣଙ୍କର ଅଂଶ ବିଶେଷ, ତାପରେ ତୁମେ କୃଷ୍ଣ, ଗୋବିନ୍ଦଙ୍କର ଇନ୍ଦ୍ରିୟଗୁଡିକୁ ସନ୍ତୁଷ୍ଟ କରିପାରିବ । ଏବଂ ତାଙ୍କର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା ଦ୍ଵାରା, ତୁମର ଇନ୍ଦ୍ରିୟଗୁଡ଼ିକ ସନ୍ତୁଷ୍ଟ ହେବେ । ଯେପରିକି ଅପରିପକ୍ଵ ଉଦାହରଣ - ଏହା ଆଧ୍ୟାତ୍ମିକ ନୁହେଁ - ଯେପରିକି ସ୍ଵାମୀଙ୍କୁ ଉପଭୋକ୍ତା ଭାବେ ବୁଝାଯାଏ, ଏବଂ ସ୍ତ୍ରୀକୁ ଉପଭୋଗ କରିବାର ମାଧ୍ୟମ ଭାବରେ ବୁଝାଯାଏ । କିନ୍ତୁ ଯଦି ସ୍ତ୍ରୀ ସ୍ଵାମୀର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିପାରେ, ତାର ଇନ୍ଦ୍ରିୟଗୁଡ଼ିକ ମଧ୍ୟ ସନ୍ତୁଷ୍ଟ ହୋଇଯାଆନ୍ତି । ସେହିପରି, ଯଦି ତୁମ ଶରୀରରେ ଯଦି କୁଣ୍ଡେଇ ହୁଏ, ଏବଂ ତୁମ ଶରୀରର ଅଂଶ, ଆଙ୍ଗୁଳିଗୁଡ଼ିକ, ସେହି ଶରୀରରେ କୁଣ୍ଡାନ୍ତି, ସନ୍ତୁଷ୍ଟତା ଆଙ୍ଗୁଳିମାନଙ୍କ ଦ୍ଵାରା ମଧ୍ୟ ଅନୁଭବ କରାଯାଏ । ଏହା ନୁହେଁ ଯେ କେବଳ ସେହି ନିର୍ଦ୍ଧିଷ୍ଟ ଅଂଶ ସନ୍ତୁଷ୍ଟତାର ଭାବନା ଅନୁଭବ କରେ, କିନ୍ତୁ ସମ୍ପୂର୍ଣ୍ଣ ଶରୀର ଏହି ସନ୍ତୁଷ୍ଟତାର ଭାବନା ଅନୁଭବ କରେ । ସେହିପରି, କୃଷ୍ଣ ପୂର୍ଣ୍ଣ ଅଟନ୍ତି, ଯେତେବେଳେ ତୁମେ କୃଷ୍ଣଙ୍କୁ ସନ୍ତୁଷ୍ଟ କର, କୃଷ୍ଣ, ଗୋବିନ୍ଦଙ୍କର ଇନ୍ଦ୍ରିୟଗୁଡ଼ିକୁ, ତେବେ ସମଗ୍ର ବିଶ୍ଵ ସନ୍ତୁଷ୍ଟ ହୁଏ । ଏହା ହେଉଛି ବିଜ୍ଞାନ । ତସ୍ମିନ୍ ତୁଷ୍ଟ ଜଗତ ତୁଷ୍ଟ । ଅନ୍ୟ ଏକ ଉଦାହରଣ ହେଉଛି ଯେପରି ତୁମ ଶରୀରରେ ଯଦି ତୁମେ ପେଟକୁ ସନ୍ତୁଷ୍ଟ କରିବା ପାଇଁ ଚାହଁ, ତେବେ ପୁରା ଶରୀର ସନ୍ତୁଷ୍ଟ ହୁଏ । ପେଟ ଖାଦ୍ୟ ପଦାର୍ଥର ପାଚନ ଦ୍ଵାରା ଏପରି ଶକ୍ତି ଦିଏ, ଯେ ଏହା ରକ୍ତରେ ପରିବର୍ତ୍ତନ ହୁଏ, ଏହା ହୃଦୟକୁ ଆସେ, ଏବଂ ହୃଦୟରୁ ଏହା ସମଗ୍ର ଶରୀରକୁ ପ୍ରସାରିତ ହୁଏ, ଏବଂ ସମଗ୍ର ଶରୀରର ଉଦାସୀନତା, କ୍ଲାନ୍ତି ଯାହା ସବୁ ଥାଏ, ତାହା ସନ୍ତୁଷ୍ଟ ହୋଇଯାଏ ।

ତେବେ ଏହା ହେଉଛି କୃଷ୍ଣ ଚେତନାର ପ୍ରକ୍ରିୟା । ଏହା ହେଉଛି କୃଷ୍ଣ ଚେତନାର ବିଜ୍ଞାନ, ଏବଂ କୃଷ୍ଣ ବ୍ୟକ୍ତିଗତ ଭାବରେ ବର୍ଣ୍ଣନା କରୁଛନ୍ତି । ତେଣୁ ଯଜ ଜ୍ଞାତ୍ଵା, ଯଦି ଆମେ କୃଷ୍ଣ ଚେତନାର ବିଜ୍ଞାନ ଆମେ ବୁଝିପାରିବା, ତେବେ କିଛି ଅଜଣା ରହିବ ନାହିଁ । ସବୁକିଛି ଜାଣିବା ଉଚିତ୍ । ଏହା କେତେ ଭଲ କଥା ।