OR/Prabhupada 0295 - ଏକ ଜୀବ ଅନ୍ୟ ସମସ୍ତ ଜୀବମାନଙ୍କର ଦାବୀଗୁଡ଼ିକୁ ଯୋଗାଇ ଦେଉଛି



Lecture -- Seattle, October 4, 1968

ଏହି ଜୀବନ, ଏହି ମନୁଷ୍ୟ ଜୀବନ...ବର୍ତ୍ତମାନ ଆମର... ଅନ୍ୟ ଜୀବନମାନଙ୍କରେ ଆମେ ପୂର୍ଣ୍ଣ ଭାବରେ ଇନ୍ଦ୍ରିୟ ସୁଖ ଭୋଗ କରିଲୁ । ଏହି ମନୁଷ୍ୟ ଜୀବନରେ ଆମେ କ'ଣ ଉପଭୋଗ କରିପାରିବା? ଅନ୍ୟ ଜୀବନମାନଙ୍କରେ... ଅବଶ୍ୟ, ଡାର୍ବ୍ଵିନଙ୍କର ସିଦ୍ଧାନ୍ତ ଅନୁସାରେ, ମରନୁଷ୍ୟ ଜୀବନ ପୂର୍ବରୁ ମାଙ୍କଡ ଜୀବନ ଥିଲା । ତେଣୁ ମାଙ୍କଡମାନେ...ତୁମର ଅନୁଭବ ନାହିଁ । ଭାରତରେ ଆମର ଅନୁଭବ ଅଛି । ପ୍ରତ୍ୟେକ ମାଙ୍କଡ ସହିତ ଅତି କମରେ ଶହେଟି ଝିଅ ଥାନ୍ତି । ଶହେ, ଏକ ଶହ । ତେଣୁ ଆମେ କ'ଣ ଉପଭୋଗ କରିବାକୁ ଯୋଗ୍ୟ? ସମସ୍ତେ, ପ୍ରତ୍ୟେକ, ସେମାନଙ୍କର ଦଳ ଥାଏ, ଏବଂ ପ୍ରତ୍ୟେକ ଦଳ, ଏକ ମାଙ୍କଡ ସହିତ ଅତି କମରେ ପଚାଶ, ଷାଠିଏ, ପଚିଶରୁ କମ ନୁହେଁ । ତେଣୁ ଏକ ଘୁଷୁରିର ଜୀବନ, ସେମାନଙ୍କର ମଧ୍ୟ ଏକ ଡର୍ଜନ...ଡର୍ଜନ । ଏବଂ ସେମାନଙ୍କର କୌଣସି ଭେଦଭାବ ନାହିଁ, "କିଏ ମୋର ମାତା, କିଏ ମୋର ଭଉଣୀ, କିଏ ମୋର ସମ୍ପର୍କୀୟ ।" ତୁମେ ଦେଖୁଛ? ତେଣୁ ସେମାନେ ଉପଭୋଗ କରୁଛନ୍ତି । ତେବେ ତୁମେ କହିବାର ଅର୍ଥ କି ମାନବ ଜୀବନ ସେଥିପାଇଁ ହୋଇଛି - ମାଙ୍କଡ ଏବଂ ଘୁଷୁରିମାନଙ୍କ ପରି ଏବଂ ବିଲେଇ ଏବଂ କୁକୁରମାନଙ୍କ ପରି? ତାହା ମାନବ ଜୀବନର ପୂର୍ଣ୍ଣତା କି, ଇନ୍ଦ୍ରିୟ ସନ୍ତୁଷ୍ଟି କରିବା? ନା । ତାହା ଆମେ ଜୀବନର ବିଭିନ୍ନ ରୂପରେ ଉପଭୋଗ କରିଛୁ । ବର୍ତ୍ତମାନ, ବେଦାନ୍ତ କୁହେ, ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହି ଜୀବନ ହେଉଛି ବ୍ରାହ୍ମଣ ବିଷୟରେ ଅନୁସନ୍ଧାନ କରିବା ଏବଂ ବୁଝିବା ପାଇଁ । ବ୍ରାହ୍ମଣ କ'ଣ? ଇଶ୍ଵରଃ ପରମଃ ବ୍ରହ୍ମ କିମ୍ଵା ପରମ, ଇଶ୍ଵରଃ ପରମଃ କୃଷ୍ଣଃ (Bs 5.1) । ଏବଂ କୃଷ୍ଣ ହେଉଛନ୍ତି ପର ବ୍ରାହ୍ମଣ । ବ୍ରାହ୍ମଣ, ଆମେ ସମସ୍ତେ ବ୍ରାହ୍ମଣ, କିନ୍ତୁ ସେ ହେଉଛନ୍ତି ପର ବ୍ରାହ୍ମଣ, ସର୍ବୋଚ୍ଚ ବ୍ରାହ୍ମଣ । ଈଶ୍ଵରଃ ପରମଃ କୃଷ୍ଣଃ (Bs 5.1) । ଯେପରି ତୁମେ ସମସ୍ତେ ଆମେରିକୀୟ, କିନ୍ତୁ ତୁମର ରାଷ୍ଟ୍ରପତି ଜନସନ୍ ହେଉଛନ୍ତି ସର୍ବୋଚ୍ଚ ଆମେରିକୀୟ । ତାହା ହେଉଛି ସ୍ଵାଭାବିକ । ବେଦ କୁହଁନ୍ତି ଯେ ଭଗବାନ ହେଉଛନ୍ତି ସମସ୍ତଙ୍କର ସର୍ବୋଚ୍ଚ । ନିତ୍ୟୋ ନିତ୍ୟାନାମଂ ଚେତନାଶ ଚେତନାନମ (Katha Upanishad 2.2.13) । ଭଗବାନ କିଏ? ସେ ହେଉଛନ୍ତି ସବୁଠାରୁ ପୂର୍ଣ୍ଣ ଶାଶ୍ଵତ, ସେ ହେଉଛନ୍ତି ସବୁଠାରୁ ପୂର୍ଣ୍ଣ ଜୀବାତ୍ମା । ସେ ହେଉଛନ୍ତି ଭଗବାନ । ଏକୋ ବହୁନାମ ବିଦଧାତି କାମାନ ।

ଏକୋ ବହୁନାମ ବିଦଧାତି କାମାନ । ଏହାର ଅର୍ଥ ହେଉଛି ଯେ ଏକ ଜୀବ ଅନ୍ୟ ସମସ୍ତ ଜୀବମାନଙ୍କର ଦାବୀଗୁଡ଼ିକୁ ଯୋଗାଇ ଦେଉଛି । ଯେପରି ଏକ ପରିବାରରେ ପିତା ସ୍ତ୍ରୀ, ସନ୍ତାନ, ଚାକରର ଆବଶ୍ୟକତାଗୁଡ଼ିକୁ ପୁରଣ କରନ୍ତି - ଏକ ଛୋଟ ପରିବାର । ସେହିପରି, ତୁମେ ଏହାକୁ ବିସ୍ତାର କର: ସରକାର କିମ୍ଵା ରାଜ୍ୟ କିମ୍ଵା ରାଜା ନଗରବାସୀଙ୍କର ଆବଶ୍ୟକତାଗୁଡ଼ିକୁ ପୁରଣ କରୁଛି । କିନ୍ତୁ ସବୁକିଛି ହେଉଛି ଅସମ୍ପୂର୍ଣ୍ଣ । ସବୁକିଛି ହେଉଛି ଅସମ୍ପୂର୍ଣ୍ଣ । ତୁମେ ତୁମର ପରିବାରକୁ ଯୋଗାଇ ପାର, ତୁମେ ତୁମର ସମାଜକୁ ଯୋଗାଇ ପାର, ତୁମେ ତୁମର ଦେଶକୁ ଯୋଗାଇ ପାର, କିନ୍ତୁ ତୁମେ ସମସ୍ତଙ୍କୁ ଯୋଗାଇ ପାରିବ ନାହିଁ । କିନ୍ତୁ ଲକ୍ଷ ଏବଂ କୋଟି ଜୀବ ଅଛନ୍ତି । କିଏ ଖାଦ୍ୟ ଯୋଗାଉଛି? କିଏ ତୁମ କକ୍ଷର ଗାତରେ ଥିବା ଲକ୍ଷ ଏବଂ କୋଟି ପିମ୍ପୁଡ଼ିମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛି? କିଏ ଖାଦ୍ୟ ଯୋଗାଉଛି? ଯେତେବେଳେ ତୁମେ ଗ୍ରୀନ୍ ଲେକକୁ ଯାଅ, ସେଠାରେ ହଜାରେ ବତକ ଅଛନ୍ତି । କିଏ ସେମାନଙ୍କର ଯତ୍ନ ନେଉଛି? କିନ୍ତୁ ସେମାନେ ଜୀବନ ଯାପନ କରୁଛନ୍ତି । ଲକ୍ଷ ଲକ୍ଷ ଘରଚଟିଆ ଅଛନ୍ତି, ପକ୍ଷୀ, ଜନ୍ତୁ, ହାତୀ । ଏକାଥରକେ ସେ ଶହେ ପାଉଣ୍ଡ ଖାଦ୍ୟ ଖାଏ । କିଏ ଖାଦ୍ୟ ଯୋଗାଇ ଦେଉଛି? କେବଳ ଏଠାରେ ନୁହେଁ, କିନ୍ତୁ ଲକ୍ଷ ଏବଂ କୋଟି ଗ୍ରହ ଏବଂ ବ୍ରହ୍ମାଣ୍ଡ ସବୁଆଡ଼େ । ସେ ହେଉଛନ୍ତି ଭଗବାନ । ନିତ୍ୟୋ ନିତ୍ୟାନାମଂ ଏକୋ ବହୁନାମଂ ବିଦଧନ୍ତି କାମାନ । ସମସ୍ତେ ତାଙ୍କ ଉପରେ ନିର୍ଭରଶୀଳ, ଏବଂ ସେ ସମସ୍ତ ଆବଶ୍ୟକତା ଯୋଗାଇ ଦିଅନ୍ତି, ସମସ୍ତ ଆବଶ୍ୟକତା । ସବୁକିଛି ପୂର୍ଣ୍ଣ । ଯେପରି ଏହି ଗ୍ରହ, ସବୁକିଛି ପୂର୍ଣ୍ଣ ।

ପୂର୍ଣ୍ଣମ ଇଦମ ପୂର୍ଣ୍ଣମ ଅଦଃ
ପୂର୍ଣାତ ପୁର୍ଣମ ଉଦଚ୍ୟତେ
ପୂର୍ଣ୍ଣସ୍ୟ ପୂର୍ଣମ ଆଦାୟ
ପୂର୍ଣମ ଏବାବଶିଶୟତେ
(Isopanisad Invocation)

ସମସ୍ତ ଗ୍ରହ ଏପରି ଭାବରେ ନିର୍ମିତ, ଯେ ଏହା ସ୍ଵୟଂରେ ପୂର୍ଣ୍ଣ ଅଟେ । ଜଳ ଅଛି, ସମୁଦ୍ର ଏବଂ ମାହାସାଗରରେ ପୂର୍ଣ୍ଣ । ସେହି ଜଳ ସୂର୍ଯ୍ୟକିରଣ ଦ୍ଵାରା ଚାଲିଯାଏ । କେବଳ ଏଠାରେ ନୁହେଁ, ଅନ୍ୟ ଗ୍ରହମାନଙ୍କରେ ମଧ୍ୟ, ସମାନ ପ୍ରକ୍ରିୟା ଚାଲିଛି । ଏହା ମେଘରେ ପରିବର୍ତ୍ତନ ହୁଏ, ତାପରେ ସମଗ୍ର ଭୁମିରେ ବିତରଣ ହୁଏ, ଏବଂ ସେଠାରେ ପରିବା, ଫଳ ଏବଂ ବୃକ୍ଷ, ସବୁକିଛି ଉତ୍ପନ ହୁଏ । ତେଣୁ ସବୁକିଛି ହେଉଛି ପୂର୍ଣ୍ଣ ବ୍ୟବସ୍ଥା । ତାହା ଅାମକୁ ବୁଝିବାକୁ ହେବ, ଯେ କିଏ ସର୍ବତ୍ର ଏହି ପୂର୍ଣ୍ଣ ବ୍ୟବସ୍ଥା କରିଛି । ସୂର୍ଯ୍ୟ ସମୟରେ ଉଦୟ ହୁଅନ୍ତି, ଚନ୍ଦ୍ର ସମୟରେ ଉଦୟ ହୁଅନ୍ତି, ସମୟରେ ଋତୁ ପରିବର୍ତ୍ତନ ହେଉଛି । ତେଣୁ ତୁମେ କିପରି କହିପାରିବ? ବେଦରେ ପ୍ରମାଣ ଅଛି କି ଭଗବାନ ଅଛନ୍ତି ।