OR/Prabhupada 0347 - ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି



Lecture on BG 2.14 -- Mexico, February 14, 1975

ହୃଦୟାନନ୍ଦ: ଯଦି ଆମେ ନିଜକୁ ପାପମୁକ୍ତ କରିକି ଆମେ ଅନୁଭବ କରିପାରିବା କି ପରମ ପୁରୁଷ ଭଗବାନଙ୍କର ସହ ଆମର ସମ୍ବନ୍ଧକୁ?

ପ୍ରଭୁପାଦ: ହଁ । ତାହା ହେଉଛି ପାପରୁ ମୁକ୍ତ ହେବାର ଉଦ୍ଦେଶ୍ୟ ।

ହୃଦୟାନନ୍ଦ: (ସ୍ପାନିଶରେ)

ହନୁମାନ: ପ୍ରଭୁପାଦ, ମୁଁ ଜାଣିବାକୁ ଚାହୁଁଛି, ଆଧ୍ୟାତ୍ମିକ ଜଗତରେ ଜନ୍ମ ନାହିଁ କି, ଆମେ ଆଧ୍ୟାତ୍ମିକ ଜଗତରେ କିପରି ପୁନଃ ପ୍ରବେଶ କରିପାରିବା?

ପ୍ରଭୁପାଦ:କ'ଣ? ଜନ୍ମ ଅର୍ଥ ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି । କୃଷ୍ଣ କୌଣସି ଏକ ବ୍ରହ୍ମାଣ୍ଡରେ ଉପସ୍ଥିତ ଅଛନ୍ତି । ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି । ତେଣୁ ତୁମେ ତୁମର ଜନ୍ମ ପରବର୍ତ୍ତୀ ବ୍ରହ୍ମାଣ୍ଡରେ ନିଅ, ବା ଯେଉଁଠାରେ ବର୍ତ୍ତମାନ କୃଷ୍ଣ ଅଛନ୍ତି । ତେବେ ତୁମେ ପ୍ରଶିକ୍ଷିତ ହୋଇଯିବ । ଏବଂ ଯେତେବେଳେ ତୁମେ ପ୍ରଶିକ୍ଷିତ, ହୋଇଯିବ ତେବେ ତୁମେ ବ୍ୟକ୍ତିଗତ ଭାବରେ ବୈକୁଣ୍ଠ ଯାଇ ପାରିବ । ଜନ୍ମ ନାହିଁ, ହମ୍, ତାହା କ'ଣ?

ହୃଦୟାନନ୍ଦ: ଆଉ କିଛି ପ୍ରଶ୍ନ ଏବଂ ଉତ୍ତର?

ପ୍ରଭୁପାଦ: ଯଦି ତୁମେ ଚାହଁ, ମୁଁ କହି ଚାଲିବି ।

ହୃଦୟାନନ୍ଦ: ଅନ୍ୟ କୌଣସି ଉପାୟ ଅଛି କି ଭଗବାନଙ୍କ ପାଖକୁ ଯିବା ପାଇଁ । ଯଦି ଅନ୍ୟ ଉପାୟ ଅଛି ।

ପ୍ରଭୁପାଦ: ନାହିଁ । (ହାସ୍ୟ) କାରଣ ଏହା ଭଗବଦ୍ ଗୀତାରେ କୁହାଯାଇଛି,

ଭକ୍ତ୍ୟା ମାମଭିଜାନାତି
ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
ବିଶତେ ତଦନନ୍ତରମ୍
(BG 18.55)

ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି ।

ହୃଦୟାନନ୍ଦ:

ଭକ୍ତ୍ୟା ମାମଭିଜାନାତି
ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
ବିଶତେ ତଦନନ୍ତରମ୍
(BG 18.55)

ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର ।

ହୃଦାୟାନନ୍ଦ: (ସ୍ପେନିଶ)

ପ୍ରଭୁପାଦ: ତେବେ ସେମାନେ କାହିଁକି ଜ୍ଞାନ ପାଥରେ ଯାଉଛନ୍ତି? ଏଥିପାଇଁ ଏତେ ସାରା ଜ୍ଞାନ ଏବଂ ଏତେ ସାରା ବ୍ୟାକରଣର ଆବଶ୍ୟକତା ଅଛି, ଅତ୍ୟଧିକ ନାକ ଚିପିବା, ଏତେ ସାରା ଜିନିଷ । ତୁମେ ଏହି ସମସ୍ତ ଜିନିଷ ପରିହାର କର । କେବଳ ଏହି ତିନୋଟି ଜିନିଷ କର ତୁମେ ଭକ୍ତ ହୋଇଯିବ । କାହିଁକି ତୁମେ ସରଳ ଉପାୟ ଗ୍ରହଣ କରୁ ନାହଁ ଏବଂ ଘରକୁ ଫେରୁ ନାହଁ, ଭଗବଦ୍ ଧାମକୁ? ବହୁତ ବହୁତ ଧନ୍ୟବାଦ ।