OR/Prabhupada 0522 - ଯଦି ତୁମେ ଆନ୍ତରିକତାର ସହିତ ଏହି ମନ୍ତ୍ର ଜପ କର, ସବୁକିଛି ସ୍ପଷ୍ଟ ହୋଇଯିବ



Lecture on BG 7.1 -- Los Angeles, December 2, 1968

ପ୍ରଭୁପାଦ: ହଁ ।

ବିଷ୍ଣୁଜନ: ଭଗବାନ ଚୈତନ୍ୟ ଅନେକ ଦୁଃର୍ଜନଙ୍କୁ ରୂପାନ୍ତର କରିବାର ଅନେକ କାହାଣୀ ଅଛି । କେବଳ ତାଙ୍କ ଉପସ୍ଥିତିରେ, ସେମାନେ ହରେ କୃଷ୍ଣ ଜପ କରୁଥିଲେ । ଆମେ କିପରି ତାଙ୍କ କୃପା ପାଇପାରିବା ଯାହା ଦ୍ଵାରା ଆମେ ଆମ ଆଖପାଖର ଲୋକଙ୍କୁ ହରେ କୃଷ୍ଣ ଜପ କରିବାରେ ସାହାଯ୍ୟ କରିପାରିବା?

ପ୍ରଭୁପାଦ: ଯଦି ତୁମେ ଆନ୍ତରିକତାର ସହିତ ଏହି ମନ୍ତ୍ର ଜପ କର, ସବୁକିଛି ସ୍ପଷ୍ଟ ହୋଇଯିବ । ଏହା ଶୋଧନ ପ୍ରକ୍ରିୟା । ଯଦିଓ ତୁମର କିଛି ଦୁଷ୍ଟ ଧାରଣା, ଦୁଷ୍ଟ ସଙ୍ଗ ଅଛି, ଏଥିରେ କିଛି ଫରକ ପଡ଼ିବ ନାହିଁ । କେବଳ ଯଦି ତୁମେ ଜପ କର ... ତୁମେ ପ୍ରକୃତରେ ଜାଣିଛ, ସମସ୍ତେ, ଯେ ଏହି ଜପ ପ୍ରକ୍ରିୟା ହେଉଛି ଏକମାତ୍ର ପଦ୍ଧତି ଯାହା ଲୋକଙ୍କୁ ଉନ୍ନତ କରିବ । ତେଣୁ ଏହା ହେଉଛି ପଦ୍ଧତି, ଜପକରିବା ଏବଂ ଶୁଣିବା । ଭଗବଦ୍-ଗୀତା କିମ୍ବା ଶ୍ରୀମଦ୍-ଭାଗବତମ୍ ପ୍ରବଚନ ଶୁଣ, ବୁଝିବାକୁ ଚେଷ୍ଟା କର, ଏବଂ ଜପ କର, ଏବଂ ନୀତି ଓ ନିୟମ ଅନୁସରଣ କର । ନୀତି ନିୟମ ପରେ । ସର୍ବପ୍ରଥମେ, ତୁମେ ଶୁଣିବାକୁ ଏବଂ ଜପ କରିବାକୁ ଚେଷ୍ଟା କର । ଶୃଣୁବତାଂ ସ୍ଵ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ । ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ (ଭା. ୧.୨.୧୭) । ଯେକେହି ହରେ କୃଷ୍ଣ ଶୁଣନ୍ତି, ସେ କେବଳ ଶୁଣିବା ଦ୍ୱାରା ଧାର୍ମିକ ହୁଅନ୍ତି । ସେ ଶୁଦ୍ଧ ହୁଅନ୍ତି। ତେଣୁ ଗୋଟିଏ ପର୍ଯ୍ୟାୟରେ ସେ ଗ୍ରହଣ କରିବେ । କିନ୍ତୁ ଲୋକମାନେ ଭାବନ୍ତି ଯେ "ଏହି ହରେ କୃଷ୍ଣ ଜପ କଣ?" ତୁମେ ଦେଖୁଛ? ଯଦି ତୁମେ ସେମାନଙ୍କୁ କିଛି ଧୋକା, କୁଣ୍ଡଳିନୀ-ଯୋଗ ଏବଂ ଏହି ସମସ୍ତ ପାଖଣ୍ଡ ଦିଅନ୍ତି, ସେମାନେ ବହୁତ ଖୁସି ହେବେ । ତୁମେ ଦେଖୁଛ? ତେଣୁ ସେମାନେ ପ୍ରତାରିତ ହେବାକୁ ଚାହାଁନ୍ତି । ଏବଂ କିଛି ଠକମାନେ ଆସନ୍ତି, "ହଁ, ତୁମେ ଏହି ମନ୍ତ୍ର ନିଅ, ମୋତେ ପଚିଶ ଡଲାର ଦିଅ, ଏବଂ ଛଅ ମାସ ମଧ୍ୟରେ ତୁମେ ଭଗବାନ ହେବ, ତୁମର ଚାରି ହାତ ହେବ । ”(ହସି)

ତେଣୁ ଆମେ ପ୍ରତାରିତ ହେବାକୁ ଚାହୁଁଛୁ । ତାହା ହେଉଛି, ପ୍ରତାରଣା ପ୍ରକ୍ରିୟା, ବଦ୍ଧ ଜୀବନର ଅନ୍ୟତମ ତ୍ରୁଟି। ବଦ୍ଧ ଜୀବନରେ ଚାରୋଟି ତ୍ରୁଟି ଅଛି । ଗୋଟିଏ ତ୍ରୁଟି ହେଉଛି ଆମେ ଭୁଲ୍ କରିଥାଉ, ଏବଂ ଅନ୍ୟ ଏକ ତ୍ରୁଟି ହେଉଛି ଯେ ଆମେ କିଛି ଗ୍ରହଣ କରୁ, ଯାହା ତାହା ନୁହେଁ । ଯେପରି ଭୁଲ୍ କରିବା ପରି, ତାହା ବୁଝିବା କଷ୍ଟକର ନୁହେଁ । ଆମେ ସମସ୍ତେ ଜାଣୁ ଯେ ଆମେ କିପରି ଭୁଲ୍, ବଡ଼ ଭୁଲ୍ କରିଥାଉ । ମହାନ ବ୍ୟକ୍ତିମାନେ ମଧ୍ୟ ସେମାନେ ବଡ଼ ଭୁଲ୍ କରନ୍ତି, ଆପଣ ଦେଖନ୍ତି । ଯେପରି ରାଜନେତାମାନଙ୍କ ମଧ୍ୟରେ ଅନେକ ଉଦାହରଣ ଅଛି, ଟିକିଏ ଭୁଲ କିମ୍ବା ଛୋଟିଆ ଭୁଲ୍, ବଡ ଭୁଲ୍ ... ତେଣୁ ଭୁଲ୍, "ମଣିଷ ମାତ୍ରେ ଭୁଲ୍ ," ଭୁଲ୍ ଅଛି । ସେହିଭଳି, କିଛି ସତ୍ୟକୁ ଗ୍ରହଣ କରିବା ଯାହା ସତ୍ୟ ନୁହେଁ । ଏହା କିପରି? ବଦ୍ଧ ଜୀବନର ସମସ୍ତଙ୍କ ପରି, ସେମାନେ ଭାବନ୍ତି ଯେ “ଏହି ଶରୀର ମୁଁ” । କିନ୍ତୁ ମୁଁ ଏହା ନୁହେଁ ମୁଁ ଏହି ଶରୀର ନୁହେଁ । ତେଣୁ ଏହାକୁ ଭ୍ରମ, ପ୍ରମାଦ କୁହାଯାଏ । ସବୁଠାରୁ ଭଲ ଉଦାହରଣ ହେଉଛି ଏକ ଦଉଡିକୁ ସାପ ଭାବରେ ଗ୍ରହଣ କରିବା । ଧରାଯାଉ ଅନ୍ଧକାରରେ ଏହିପରି ଏକ ଦଉଡି ଅଛି, ଏବଂ ତୁମେ, "ଓଃ, ଏଠାରେ ଏକ ସାପ ଅଛି ।" ଏହା ହେଉଛି ଭ୍ରମର ସର୍ବୋତ୍ତମ ଉଦାହରଣ । ଏପରି କିଛି ଗ୍ରହଣ କରିବା ଯାହା ତାହା ନୁହେଁ ।

ତେଣୁ ବଦ୍ଧ ଜୀବନରେ ଏହି ତ୍ରୁଟି ଅଛି । ଏବଂ ତ୍ରୁଟି ଏବଂ ଭୁଲ କରିବା, ସେହି ତ୍ରୁଟି ସେଠାରେ ଅଛି । ଏବଂ ତୃତୀୟ ତ୍ରୁଟି ହେଉଛି ଯେ ଆମେ ପ୍ରତାରଣା କରିବାକୁ ଚାହୁଁ ଏବଂ ଆମେ ପ୍ରତାରିତ ହେବାକୁ ଚାହୁଁ । ଆମେ ମଧ୍ୟ ବହୁତ ବିଶେଷଜ୍ଞ । ଆମେ ସବୁବେଳେ ଚିନ୍ତା କରୁଛୁ ଯେ ମୁଁ କିପରି କାହାକୁ ଠକିବି । ଏବଂ ସ୍ୱାଭାବିକ ଭାବରେ, ସେ ମଧ୍ୟ ମୋତେ ଠକିବାକୁ ଚିନ୍ତା କରୁଛନ୍ତି । ତେଣୁ ସମଗ୍ର ବଦ୍ଧ ଜୀବନ ହେଉଛି ଠକ ଏବଂ ପ୍ରତାରଣାର ସଙ୍ଗଠନ, କେବଳ ସେତିକି । ତେଣୁ ଏହା ଅନ୍ୟ ଏକ ତ୍ରୁଟି । ଏବଂ ଚତୁର୍ଥ ତ୍ରୁଟି ହେଉଛି ଆମର ଇନ୍ଦ୍ରିୟଗୁଡିକ ଅସମ୍ପୂର୍ଣ୍ଣ । ତେଣୁ ସମସ୍ତ ଜ୍ଞାନ ଯାହା ଆମେ ଗ୍ରହଣ କରୁ, ତାହା ହେଉଛି ଅସମ୍ପୂର୍ଣ୍ଣ ଜ୍ଞାନ । ଜଣେ ବ୍ୟକ୍ତି କଳ୍ପନା କରିପାରେ, କିନ୍ତୁ ସେ ନିଜ ମନ ସହିତ କଳ୍ପନା କରିପାରେ । ଖାଲି ଏତିକି। କିନ୍ତୁ ତାଙ୍କ ମନ ଅସମ୍ପୂର୍ଣ୍ଣ ଅଟେ। ତଥାପି ସେ ଅନୁମାନ କରିପାରନ୍ତି, ସେ କିଛି ନିର୍ବୋଧତା ଉତ୍ପାଦନ କରିବେ, ତାହା କେବଳ । କାରଣ ତାଙ୍କ ମନ ଅସମ୍ପୂର୍ଣ୍ଣ ଅଟେ । ଏଥିରେ କିଛି ଫରକ ପଡ଼େ ନାହିଁ, ଯଦି ତୁମେ ହଜାରେ ଶୂନ ଯୋଗ କର, ଏହା ଏକ କରେ । ନା। ଏହା ତଥାପି ଶୂନ ଅଟେ । ତେଣୁ ପରମପୁରୁଷଙ୍କୁ ବୁଝିବା ପାଇଁ ଏହି କଳ୍ପନା ପ୍ରକ୍ରିୟା ଶୂନ୍ୟ ବ୍ୟତୀତ ଆଉ କିଛି ନୁହେଁ । ତେଣୁ ଆମର ବଦ୍ଧ ଜୀବନର ଏହି ସମସ୍ତ ତ୍ରୁଟି ସହିତ, ବାସ୍ତବ ଜୀବନକୁ ଆସିବା ସମ୍ଭବ ନୁହେଁ । ତେଣୁ ଆମକୁ ଏହାକୁ କୃଷ୍ଣଙ୍କ ପରି ବ୍ୟକ୍ତିତ୍ୱଙ୍କଠାରୁ ନେବାକୁ ପଡିବ । ଏବଂ ତାଙ୍କର ସଚ୍ଚୋଟ ପ୍ରତିନିଧୀ । ତାହା ହେଉଛି ପ୍ରକୃତ ଜ୍ଞାନ । ତା’ପରେ ତୁମେ ସିଦ୍ଧତା ପାଇବ ।