OR/Prabhupada 0587 - ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି



Lecture on BG 2.20 -- Hyderabad, November 25, 1972

ତେବେ ଯଦି ମୁଁ ଭାବେ ଯେ, ମୁଁ ହେଉଛି ଏହି କୋଟ, ତାହା ହେଉଛି ମୋର ଅଜ୍ଞାନତା । ଏବଂ ତାହା ଚାଲିଛି । ମାନବତା ପାଇଁ ତଥା କଥିତ ସେବା ଅର୍ଥାତ୍ କୋଟକୁ ଧୋଇବା । ଯେପରି ଯଦି ତୁମେ ଭୋକିଲା ଅଛ ଏବଂ ମୁଁ ତୁମ କୋଟକୁ ଭଲ ଭାବରେ ସାବୁନରେ ଧୋଉଛି, ତୁମେ ସନ୍ତୁଷ୍ଟ ହେବ କି? ନା । ତାହା ସମ୍ଭବ ନୁହେଁ । ତେବେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି । ଏହି ଲୋକମାନେ କୋଟ ଏବଂ ସାର୍ଟ ଧୋଇକି କ'ଣ କରିବେ? କୌଣସି ଶାନ୍ତି ହେବ ନାହିଁ । ତଥା କଥିତ ମାନବୀୟ ସେବା ଅର୍ଥାତ୍ ସେମାନେ ଏହି ବାସାମ୍ସୀ ଜୀର୍ଣ୍ଣାନିକୁ ଧୋଉଛନ୍ତି । ବାସ୍ । ଏବଂ ମୃତ୍ୟୁ ଅର୍ଥାତ୍, ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯେ ଯେତେବେଳେ ପୋଷାକ, ତୁମର ପୋଷାକ, ମୋର ପୋଷାକ, ଅତି ପୁରୁଣା ହୋଇଯାଇଛି, ଆମେ ଏହାକୁ ବଦଳାଇଦେଉ । ସେହିପରି, ଜନ୍ମ ଏବଂ ମୃତ୍ୟୁ ଅର୍ଥାତ୍ ପୋଷାକ ବଦଳାଇବା । ଏହା ଅତି ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଛି । ବାସାଂସି ଜୀର୍ଣ୍ଣାନି ଯଥା ବିହାୟ (BG 2.22) । ଜୀର୍ଣ୍ଣାନି, ପରୁଣା ପୋଷାକ, ପୁରୁଣା ବସ୍ତ୍ର, ଆମେ ଏହାକୁ ଫିଙ୍ଗି ଦେଉ, ଏବଂ ନୂଆ ପୋଷାକ ନେଉ,ନୂଆ ପୋଷାକ । ସେହିପରି, ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହଣାତି । ଏକ ନୂଆ, ସତେଜ ପୋଷାକ । ସେହିପରି, ମୁଁ ଏକ ବୃଦ୍ଧ ବ୍ୟକ୍ତି ।

ତେଣୁ ଯଦି ମୁଁ ମୁକ୍ତ ନ ହୁଏ, ଯଦି, ଯଦି ମୋର ଅନେକ ଯୋଜନା ଅଛି ଏହି ଭୌତିକ ଦୁନିଆରେ ନିଷ୍ପାଦନ କରିବା ପାଇଁ, ତେବେ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ତୁମର ଯଦି କୌଣସି ଯୋଜନା ନାହିଁ, କୌଣସି ଯୋଜନା ନାହିଁ, ନିଷ୍କିନ୍ଚନ... ତାହାକୁ ନିଷ୍କାନ୍ଚନ କୁହାଯାଏ । ନିଷ୍କିନ୍ଚନସ୍ୟ ଭଗବଦ୍ ଭଜନୋମୁଖସ୍ୟ । ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ନିଷ୍କିନ୍ଚନ । ଜଣକୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହେବାକୁ ପଡ଼ିବ, ସମ୍ପୂର୍ଣ୍ଣ ଭାବରେ ଭୌତିକ ଦୁନିଆରୁ ମୁକ୍ତ । ଆମେ ଘୃଣା କରିବା ଉଚିତ୍ । ତେବେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ସମ୍ଭାବନା ଅଛି ।