OR/Prabhupada 0588 - ତୁମେ ଯାହା କିଛି ଚାହଁ କୃଷ୍ଣ ତୁମକୁ ଦେବେ



Lecture on BG 2.20 -- Hyderabad, November 25, 1972

ଯେ ପର୍ଯ୍ୟନ୍ତ ଜଣଙ୍କର ଏକ ଚୁଟକି ଭି ଇଛା ଅଛି ଯେ "ଯଦି ମୁଁ ବ୍ରହ୍ମା, କିମ୍ଵା ରାଜା, କିମ୍ଵା ଜବାହାରଲାଲ ନେହେରୁଙ୍କ ପରି ହେବି," ତେବେ ମୋତେ ଏକ ଶରୀର ଗ୍ରହଣ କରିବାକୁ ହେବ । ଏହି ଇଛା । କୃଷ୍ଣ ହେଉଛନ୍ତି ଏତେ ଉଦାର, ଏତେ ଦୟାଳୁ । ଆମେ ଯାହା କିଛି ଚାହୁଁ- ଯେ ଯଥା ମାଂ ପ୍ରପଦ୍ୟନ୍ତେ (BG 4.11)- କୃଷ୍ଣ ତୁମକୁ ଦେବେ । କୃଷ୍ଣଙ୍କ ଠାରୁ କିଛି ଗ୍ରହଣ କରିବା ... ଯେପରି ଖ୍ରୀଷ୍ଟିୟାନମାନେ ପ୍ରାର୍ଥନା କରନ୍ତି, "ହେ ଭଗବାନ, ଆମକୁ ଆମର ଦୈନିକ ରୁଟି ଦିଅ ।" ତେଣୁ କୃଷ୍ଣଙ୍କ ପାଇଁ ଏହା ଭାରି କଷ୍ଟକର କାମ ଆମର ଦେବାପାଇଁ ଦୈନି... ? ସେ ପୂର୍ବରୁ ଦେଉଛନ୍ତି । ସେ ସମସ୍ତଙ୍କୁ ଦୈନିକ ରୁଟି ଦେଉଛନ୍ତି । ତେଣୁ ଏହା ପ୍ରାର୍ଥନା କରିବାର ଢଙ୍ଗ ନୁହେଁ । ସେମାନଙ୍କର ପ୍ରାର୍ଥନା କରିବାର ଢଙ୍ଗ... ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ମମ ଜନ୍ମାନି ଜନ୍ମନିଶ୍ଵରେ ଭବତାଦ୍ ଭକ୍ତିର ଅହୈତୁକି ତ୍ଵୟି (CC Antya 20.29, Śikṣāṣṭaka 4) । ଏହା ହେଉଛି ପ୍ରାର୍ଥନା, ଆମକୁ କିଛି ବି ମାଗିବାର ଦରକାର ନାହିଁ । କୃଷ୍ଣ, ଭଗବାନ, ଆମର ପୋଷଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତ । ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଆଦାୟ ପୂର୍ଣ୍ଣମ ୠବ ଅବଶିଷ୍ୟତେ (ISO Invocation) । କିନ୍ତୁ ଏହା ପ୍ରକୃତି ଦ୍ଵାରା ପ୍ରତିବନ୍ଧିତ ଯେତେବେଳେ ଆମେ ପାପ କରିବା । ଆମେ ନାସ୍ତିକ ହେଲେ, ଅସୁର ହେଲେ । ସେତେବେଳେ ଯୋଗାଣ ସୀମିତ ହୋଇଯାଏ । ତେବେ ଆମେ କାନ୍ଦୁ । "ଓଃ, ବର୍ଷା ନାହିଁ । ଏହା ନାହିଁ, ନାହିଁ..." ତାହା ପ୍ରକୃତିର ପ୍ରତିବନ୍ଧ । କିନ୍ତୁ ଭଗବାଙ୍କର ବ୍ୟବସ୍ଥାରେ, ସମସ୍ତଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ଅଛି । ଏକୋ ବହୁନାମ ବିଦଧାତି କାମାନ । ସେ ସମସ୍ତଙ୍କୁ ଯୋଗାଇ ଦେଉଛନ୍ତି ।

ତେଣୁ ଯେପର୍ଯ୍ୟନ୍ତ ଆମର ଚିମୁଟାଏ ବି ଭୌତିକ ଇଛା ଅଛି ଆମର ଯୋଜନା କାର୍ଯ୍ୟକାରୀ କରିବା ପାଇଁ, ତେବେ ଆମକୁ ଏକ ଭୌତିକ ଶରୀର ଗ୍ରହଣ କରିବାକୁ ପଡିବ, ଏବଂ ତାକୁ ଜନ୍ମ କୁହାଯାଏ । ଅନ୍ୟଥା ଜୀବମାନଙ୍କର ଜନ୍ମ ଏବଂ ମୃତ୍ୟୁ ନାହିଁ । ବର୍ତ୍ତମାନ, ଏହି ଜନ୍ମ, ଏବଂ ମୃତ୍ୟୁ... ଜୀବମାନେ, ସେମାନଙ୍କୁ ଅଗ୍ନିକଣା ସହିତ ତୁଳନା କରାଯାଏ, ଏବଂ ପରମ ଭଗବାନଙ୍କୁ ବୃହତ ଅଗ୍ନି ପରି । ତେଣୁ ବୃହତ ଅଗ୍ନି, ଏହା ହେଉଛି ତୁଳନା । ଏବଂ ଛୋଟ ଅଗ୍ନିକଣା, ଉଭୟ ମଧ୍ୟ ନିଆଁ ।। କିନ୍ତୁ ବେଳେବେଳେ ଅଗ୍ନିକଣା ବୃହତ ଅଗ୍ନିରୁ ତଳକୁ ଖସି ପଡେ । ତାହା ହେଉଛି ଆମର ପତନ । ପତନ ଅର୍ଥ ଏହି ଭୌତିକ ଜଗତକୁ ଆସିବା । କାହିଁକି? କେବଳ ଉପଭୋଗ କରିବା ପାଇଁ, କୃଷ୍ଣଙ୍କୁ ନକଲ କରିବା ପାଇଁ । କୃଷ୍ଣ ହେଉଛନ୍ତି ପରମ ଉପଭୋକ୍ତା । ତେଣୁ ଆମେ ହେଉଛୁ ସେବକ । ବେଳେ ବେଳେ... ଏହା ସ୍ଵାଭାବିକ । ସେବକ ଇଛାକରେ ଯେ ମୁଁ "ଯଦି ମୁଁ ମାଲିକ ପରି ଉପଭୋଗ କରିଥାନ୍ତି..." ତେଣୁ ଯେବେ ଏହି ଭାବ କିମ୍ଵା ସମସ୍ୟା ଆସେ, ତାହାକୁ ମାୟା କୁହାଯାଏ । କାରଣ ଆମେ ଉପଭୋକ୍ତା ହୋଇପାରିବେ ନାହିଁ । ଏହା ମିଥ୍ୟା । ଯଦି ମୁଁ ଭାବିବି ଯେ ମୁଁ ଉପଭୋକ୍ତା ହୋଇପାରିବି, ଏହି ଭୌତିକ ଜଗତରେ ମଧ୍ୟ, ତଥା କଥିତ... ସେମାନେ, ସମସ୍ତେ ଉପଭୋକ୍ତା ହେବାପାଇଁ ଚେଷ୍ଟା କରୁଛନ୍ତି । ଏବଂ ଭୋକ୍ତା ହେବାର ଅନ୍ତିମ ଜାଲ ମାନେ, ଯେ ଜଣେ ଭାବେ ଯେ, "ବର୍ତ୍ତମାନ ମୁଁ ଭଗବାନ ହୋଇଯିବି ।" ତାହା ହେଉଛି ଅନ୍ତିମ ଜାଲ । ସର୍ବ ପ୍ରଥମେ, ମୁଁ ପ୍ରବନ୍ଧକ ବା ମାଲିକ ହେବାପାଇଁ ଚାହୁଁଛି । ତାପରେ ପ୍ରଧାନ ମନ୍ତ୍ରୀ । ତାପରେ ଏହା ଏବଂ ତାହା । ଏବଂ ଯେତେବେଳେ ସବୁକିଛି ଚକିତ ହୋଇଯିବ, ତେବେ ଜଣେ ଭାବିବ ଯେ "ବର୍ତ୍ତମାନ ମୁଁ ଭଗବାନ ହୋଇଯିବି ।" ତାହା ଅର୍ଥ ସେହି ପ୍ରବୃତି, ମାଲିକ ହେବା ପାଇଁ, କୃଷ୍ଣଙ୍କୁ ନକଲ କରିବା, ଏସବୁ ଚାଲିଆସିଛି ।