OR/Prabhupada 0659 - କେବଳ ନିଷ୍ଠାବାନ ଏବଂ ବିନମ୍ରତାର ସହିତ ଶୁଣ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ



Lecture on BG 6.13-15 -- Los Angeles, February 16, 1969

ପ୍ରଭୁପାଦ: ହଁ?

ଭକ୍ତ:ପ୍ରଭୁପାଦ, ଆପଣ କହିଲେ ଯେ କୃଷ୍ଣଙ୍କର କୌଣସି ଅଙ୍ଗ ନାହିଁ, ଆଖି ନାହିଁ, ରୂପ ନାହିଁ ଯାହା ଆମେ ବୁଝି ପାରିବା । ତେବେ କିପରି ଆମେ କୃଷ୍ଣଙ୍କୁ ଆମେ ବୁଝି ପାରିବୁ ଯାହା ଛବି ଏବଂ ମୂର୍ତ୍ତୀ ରୂପରେ ଆମକୁ ଦିଆଯାଇଛି?

ପ୍ରଭୁପାଦ: ହଁ, ତାହା ମୁଁ ବୁଝେଇଛି । ଯେ ତୁମକୁ କେବଳ ତାଙ୍କର ସେବା କରିବାକୁ ହେବ, ତାପରେ ସେ ପ୍ରକାଶିତ କରିବେ । ତୁମେ ତୁମର ଆରୋହୀ ପ୍ରକ୍ରିୟା ଦ୍ଵାରା କୃଷ୍ଣଙ୍କୁ ବୁଝିପାରିବ ନାହିଁ । ତୁମକୁ କୃଷ୍ଣଙ୍କର ସେବା କରିବାକୁ ହେବ ଏବଂ କୃଷ୍ଣ ତୁମକୁ ପ୍ରକାଶିତ କରିବେ । ତାହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଦଶମ ଅଧ୍ୟାୟରେ ପାଇବ ।

ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ
ନାଶୟାମ୍ୟାତ୍ମଭାବତ୍ସୋ ଜ୍ଞାନଦୀପେନ ଭାସ୍ଵତା
(BG 10.11)

"ଯେଉଁମାନେ ସର୍ବଦା ମୋର ସେବାରେ ନିଯୁକ୍ତ, ସେମାନଙ୍କୁ ଏକ ବିଶେଷ କୃପା ଦେଖେଇବା ପାଇଁ," ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ ନାଶୟାମି । "ମୁଁ ସମସ୍ତ ପ୍ରକାରର ଅଜ୍ଞାନତାର ଅନ୍ଧକାରକୁ ମୋର ଜ୍ଞାନର ଆଲୋକରେ ଦୂର କରି ଦେବି ।" ତେବେ କୃଷ୍ଣ ତୁମ ଭିତରେ ଅଛନ୍ତି । ଏବଂ ଯେତେବେଳେ ତୁମେ ନିଷ୍ଠାବାନ ଭାବରେ ଭକ୍ତି ଯୋଗ ଦ୍ଵାରା କୃଷ୍ଣଙ୍କୁ ଖୋଜିବ, ଏହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଅଷ୍ଟାଦଶ ଅଧ୍ୟାୟରେ ପାଇବ, ଭକ୍ତ୍ୟା ମାମଭିଜାନାତି (BG 18.55) । "ଜଣେ ମୋତେ କେବଳ ଭକ୍ତି ପ୍ରକ୍ରିୟା ଦ୍ଵାରା ବୁଝି ପାରିବ ।" ଭକ୍ତ୍ୟା । ଏବଂ ଭକ୍ତ କ'ଣ? ଭକ୍ତି ହେଉଛି: ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ (SB 7.5.23) । କେବଳ ବିଷ୍ଣୁଙ୍କ ବିଷୟରେ ଶୁଣ ଏବଂ ଜପ କର । ଏହା ହେଉଛି ଭକ୍ତିର ପ୍ରାରମ୍ଭ ।

ତେଣୁ ଯଦି ତୁମେ ନିଷ୍ଠାବାନ ଏବଂ ବିନମ୍ରତାର ସହିତ କେବଳ ଶୁଣିବ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ । କୃଷ୍ଣ ତୁମ ଆଗରେ ପ୍ରକାଶିତ କରିବେ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ଅର୍ଚନଂ ବନ୍ଦନଂ ଦାସ୍ୟଂ, ନଅଟି ଭିନ୍ନ ଭିନ୍ନ ପ୍ରକାରର ଅଛି । ତେଣୁ ବନ୍ଦନଂ, ପ୍ରାର୍ଥନା କରିବା, ତାହା ମଧ୍ୟ ହେଉଛି ଭକ୍ତି । ଶ୍ରବଣଂ, ତାଙ୍କ ବିଷୟରେ ଶୁଣିବା । ଯେପରି ଆମେ ଭଗବଦ୍ ଗୀତାରୁ କୃଷ୍ଣଙ୍କ ବିଷୟରେ ଶୁଣୁଛୁ । ତାଙ୍କର ଖ୍ୟାତି ଜପ କରିବା, ହରେ କୃଷ୍ଣ । ଏହା ହେଉଛି ପ୍ରାରମ୍ଭ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ (SB 7.5.23) । ବିଷ୍ଣୁ ଅର୍ଥାତ୍, ଏହି...ସବୁକିଛି ହେଉଛନ୍ତି ବିଷ୍ଣୁ । ଧ୍ୟାନ ହେଉଛନ୍ତି ବିଷ୍ଣୁ । ଭକ୍ତି ହେଉଛି ବିଷ୍ଣୁ । ବିଷ୍ଣିଙ୍କ ବିନା ନୁହେଁ । ଏବଂ କୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କର ମୂଳ ରୂପ । କୃଷ୍ଣସ୍ ତୁ ଭଗବାନ ସ୍ଵୟଂ (SB 1.3.28) । ପରମ ପୁରୁଷ ଭଗବାନଙ୍କର ମୂଳ ରୂପ । ତେଣୁ ଯଦି ଆମେ ପ୍ରକ୍ରିୟା ଅନୁସରଣ କରିବା ତେବେ ଆମେ ବୁଝି ପାରିବା କୌଣସି ସନ୍ଦେହ ବିନା ।