OR/Prabhupada 1031 - ସମସ୍ତ ଜୀବ, ସେମାନେ ଭୌତିକ ପୋଷାକ ଦ୍ଵାରା ଅଛାଦିତ



740628 - Lecture at St. Pascal's Franciscan Seminary - Melbourne

ତେଣୁ ଭଗବାନ, କିମ୍ଵା ପରମ ସତ୍ୟ, ପୂର୍ଣ୍ଣ ସତ୍ୟ, ହେଉଛି ଯେ ଯାହା ଠାରୁ ସବୁ କିଛି ଆସିଛି । ତେବେ ତାହା ହେଉଛି ଶ୍ରୀମଦ୍ ଭାଗବତର ପ୍ରାରମ୍ଭ । ଜନ୍ମାଦସ୍ୟ ଯତଃ (SB 1.1.1), "ପରମ ସତ୍ୟ ହେଉଛି ଯେ ଯାହା ଠାରୁ ସବୁ କିଛି ଅସ୍ତିତ୍ଵକୁ ଆସୁଛି ।" ବର୍ତ୍ତମାନ, ପରମ ସତ୍ୟର ପ୍ରକୃତି କ'ଣ? "ସବୁକିଛି" ଅର୍ଥାତ୍...ଦୁଇଟି ଜିନିଷ ଅଛି: ପଦାର୍ଥ ଏବଂ ଆତ୍ମା । ଦୁଇଟି ଜିନିଷ । ଯେପରି ଏହି ଟେବୁଲ୍ ହେଉଛି ପଦାର୍ଥ ଏବଂ ଆମେ ହେଉଛୁ ଜୀବ, ଆମେ ହେଉଛୁ ଆତ୍ମା, ଜୀବାତ୍ମା । ଏହି ଭୌତିକ ଶରୀର ହେଉଛି ମୋର ଆବରଣ, ଯେପରି ପୋଷାକ । ଆମେ ସମସ୍ତେ ପୋଷାକ ପିନ୍ଧିଛୁ, ଏକ ପ୍ରକାରର ପୋଷାକ ଦ୍ଵାରା ଆଛାଦିତ । ସେହିପରି, ସମସ୍ତ ଜୀବ, ସେମାନେ ଭୌତିକ ଆବରଣ ପିନ୍ଧିଛନ୍ତି । ସ୍ଥୂଳ ପୋଷାକ କିମ୍ଵା କୋଟ ଏବଂ ସୂକ୍ଷ୍ମ ପୋଷାକ । ସ୍ଥୂଳ ପୋଷାକ ପାଞ୍ଚୋଟି ଭୌତିକ ତତ୍ତ୍ଵକୁ ନେଇ ଗଠିତ: ପୃଥିବୀ, ଜଳ, ବାୟୁ, ଅଗ୍ନି, ଅକାଶ, ଏବଂ ସୂକ୍ଷ୍ମ ପୋଷାକ ହେଉଛି ମନ, ବୁଦ୍ଧି ଏବଂ ଅହଂକାର ।

ତେଣୁ ଆମେ, ଜୀବାତ୍ମା, ଭଗବାନଙ୍କର ଅଂଶ ବିଶେଷ ଅଟୁ । ବର୍ତ୍ତମାନ ମୂହୁର୍ତ୍ତରେ ଆମେ ଦୁଇ ପ୍ରକାରର ପୋଷାକ ଦ୍ଵାରା ଆଛାଦିତ ସୂକ୍ଷ୍ମ ପୋଷାକ: ମନ, ବୁଦ୍ଧି ଏବଂ ଅହଂକାର; ଏବଂ ସ୍ଥୂଳ ଆବରଣ । ସୂକ୍ଷ୍ମ ଅର୍ଥାତ୍ ଅମେ ଜାଣିଛୁ ଏହି ଜିନିଷ ଅଛି, କିନ୍ତୁ ଆମେ ଏହାକୁ ଦେଖି ପାରୁ ନାହୁଁ । ଯେପରି ତୁମେ ଜାଣିଛ ମୋର ମନ ଅଛି; ମୁଁ ଜାଣିଛି ତୁମର ମନ ଅଛି, କିନ୍ତୁ ମୁଁ ତୁମର ମନକୁ ଦେଖି ପାରୁ ନାହିଁ, ତୁମେ ମୋର ମନ ଦେଖି ପାରିବ ନାହିଁ । ମୁଁ ଜାଣିଛି ତୁମର ବୁଦ୍ଧି ଅଛି, ତୁମେ ଜାଣିଛ ମୋର ବୁଦ୍ଧି ଅଛି, କିନ୍ତୁ ଆମେ ଦେଖିପାରୁ ନାହୁଁ ସେହି ବୁଦ୍ଧି କ'ଣ । ସେହିପରି, ପରିଚୟ । ମୁଁ ଏହି ଚେତନାରେ ଅଛି... ତାହା ମଧ୍ୟ ତୁମେ ଚେତନା ପାଇଛ, ମୁଁ ମଧ୍ୟ ଚେତନା ପାଇଛି, କିନ୍ତୁ ଅାମେ ଦେଖିପାରିବା ନାହିଁ । ତେଣୁ ଜିନିଷ ଯାହା ଏହି ଭୌତିକ ଆଖିକୁ ଦେଖାଯାଏ ନାହିଁ, ତାହାକୁ ସୂକ୍ଷ୍ମ କୁହାଯାଏ । ଏବଂ ଜିବାତ୍ମା ତଥାପି ହେଉଛି ସୂକ୍ଷ୍ମ । ତେଣୁ ମାନବ ଜୀବନ ହେଉଛି ସେହି ଜୀବାତ୍ମାକୁ ବୁଝିବା ପରମାତ୍ମା ରୂପରେ ।