OR/Prabhupada 1070 - ସେବା କରିବା ଜୀବମାନଙ୍କର ସନାତନ ଧର୍ମ ଅଟେ



660219-20 - Lecture BG Introduction - New York

ସନାତନ ଧର୍ମର ବିଚାର ପ୍ରସଙ୍ଗରେ, ବୁଝିବାକୁ ଗଲେ ଆମମାନଙ୍କୁ ଧର୍ମ ଶଦ୍ଦର ସଂସ୍କୃତ ଧାତୁଗତ ଅର୍ଥ ବୁଝିବାକୁ ପଡ଼ିବ । ଅର୍ଥାତ୍ ଯାହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବରାବର ରହିଛି । ଆମେ ପୂର୍ବରୁ ଉଲ୍ଲେଖ କରିଛୁ ଯେ, ଆମେ ଯେତେବେଳେ ଅଗ୍ନିର ସିଦ୍ଧାନ୍ତ ଦେଉ ଯେ ଅଗ୍ନି ସାଥିରେ ଆଲୋକ ଓ ଉତ୍ତାପ ଅଛି । ଉତ୍ତାପ ଓ ଆଲୋକ ବ୍ୟତିରେକେ ଅଗ୍ନି ଶଦ୍ଦ ର କୌଣସି ଅର୍ଥ ନାହିଁ । ସେହିପରି ଆମମାନଙ୍କୁ ଜୀବ ର ଅତ୍ୟାବଶ୍ୟକ ଅଂଶକୁ ଆବିଷ୍କାର କରିବାକୁ ପଡ଼ିବ, ଯେଉଁ ଅଶଂ କି ତାହାର ଚିରସାଥି ଅଟେ । ସେ ଚିରସାଥି ହେଉଛି ତାର ସନାତନ ଗୁଣ; ଓ ସେ ସନାତନ ଗୁଣ ହେଉଛି ସନାତନ ଧର୍ମ । ଯେତେବେଳେ ସନାତନ ଗୋସ୍ଵମୀ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ଜୀବ ର ସ୍ଵରୂପ ସମ୍ଵନ୍ଧରେ ପ୍ରଶ୍ନ କରିଲେ- ଆମେମାନେ ପୂର୍ବରୁ ସମସ୍ତ ଜୀବମାନଙ୍କର ସ୍ଵରୂପ ସମ୍ଵନ୍ଧରେ ବର୍ଣ୍ଣନା କରିଛୁ- ଭଗବାନ ଉତ୍ତର ଦେଲେ ଯେ, ଜୀବର ସ୍ଵରୁପ ବା ପ୍ରକୃତ ସ୍ଥିତି ହେଉଛି, ଜୀବ ର ସ୍ଵରୂପ ସ୍ଥିତି ହେଉଛି ପରମପୁରୁଷ ଭଗବାନଙ୍କର ସେବା କରିବା । କିନ୍ତୁ ଆମେମାନେ ଯଦି ଶ୍ରୀଚୈତ୍ୟ ମହାପ୍ରଭୁଙ୍କର ଏହି କଥାକୁ ବିଶ୍ଳେଷଣ କରିବା, ଆମେମାନେ ଦେଖିପାରିବା ଯେ ପ୍ରତ୍ୟେକ ଜୀବ ବରାବର ଅନ୍ୟ ଜୀବର ସେବାରେ ନିଯୁକ୍ତ । ନିଜର ସାମର୍ଥ୍ୟ ଅନୁଯାୟୀ ଗୋଟିଏ ଜୀବ ଅନ୍ୟ ଏକ ଜୀବର ସେବା କରିଥାଏ, ଏବଂ ଏପରି ସେବା କରି ଜୀବ ଜୀବନ ଉପଭୋଗ କରେ । ନୀଚପ୍ରାଣୀ ମାନବର ସେବା କରେ, ଚାକର ତାର ମାଲିକର ସେବା କରେ, କ ଖ ପ୍ରଭୁର ସେବା କରୁଛି, ଖ ଗ ପ୍ରଭୁର ସେବା କରୁଛି, ଓ ଗ ଘ ପ୍ରଭୁର ସେବା କରୁଛି, ଏହିପରି ଚାଲିଛି । ଏହି ପରିସ୍ଥିତିରେ ଆମେମାନେ ଦେଖିପାରିବା ଯେ, ଗୋଟିଏ ବନ୍ଧୁ ଅନ୍ୟ ଗୋଟିଏ ବନ୍ଧୁର ସେବା କରୁଛି; ଏବଂ ମାଆ ପୁଅର ସେବା କରେ, ବା ସ୍ତ୍ରୀ ସ୍ଵାମୀର ସେବା କରେ, ବା ସ୍ଵାମୀ ସ୍ତ୍ରୀର ସେବା କରେ । ଆମେମାନେ ଯଦି ଏହିପରି ଅନୁସନ୍ଧାନ କରିଚାଲିବା, ଦେଖିପାରିବା ଯେ ଜୀବସମାଜରେ କୌଣସି ବ୍ୟତିକ୍ରମ ନାହିଁ ଯେଉଁଠାରେ ଆମେମାନେ ଏ ସେବାକର୍ମ ପାଇବା ନାହିଁ । ରାଜନୈତିକ ନେତା ଜନସାଧାରଣଙ୍କ ସମ୍ମୁଖରେ ତାର ନୀତିକୁ ବୟାନକରେ ଏବଂ ଭୋଟଦାତାମାନଙ୍କୁ ତାର ସେବା ସାମର୍ଥ୍ୟର ହୃଦବୋଧ କରାଏ । ଭୋଟଦାତା ଆଶାବାଦୀ ହୋଇ ତାଙ୍କର ମୂଲ୍ୟବାନ୍ ଭୋଟ ଦିଅନ୍ତି ଯେ ରାଜନୈତିକ ନେତା ତାଙ୍କ ସମାଜର ସେବା କରିବ । ଦୋକାନୀ ଗ୍ରାହକର ସେବା କରେ ଏବଂ ଶୀଳ୍ପୀ ପୁଞୀପତିର ସେବା କରେ । ପୁଞୀପତି ପରିବାରର ସେବା କରେ ଏବଂ ପରିବାର ସନାତନ ଜୀବର ସନାତନ ଶକ୍ତି ରାଜ୍ୟର ସେବା କରେ । ଏହିପରିଭାବରେ ଆମେ ଦେଖିପାରିବା ଯେ କୌଣସି ଜୀବ ଏ ସେବାକର୍ମରୁ ବାଦ୍ ଯାଉନାହାନ୍ତି ଅନ୍ୟ ଜୀବକୁ ସେବା ପ୍ରଦାନ କରିବାରୁ, ଏବଂ ଆମେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ସେବା କରିବା ହେଉଛି ଜୀବର ଚିରସହଚର, ତେଣୁ ନିର୍ବିଘ୍ନରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ସେବା କରିବା ଜୀବର ସନାତନ ଧର୍ମ ଅଟେ ।

ଯେତେବେଳେ ମାନବ ଏକ ନିର୍ଦ୍ଧିଷ୍ଟ ବିଶ୍ଵାସର ଅଙ୍ଗୀକାର କରେ କାଳ ଏବଂ ଜନ୍ମ ପରିସ୍ଥିତିକୁ ପ୍ରସଙ୍ଗ କରି, ଏବଂ ସେହି ଅନୁଯାୟୀ ନିଜକୁ ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟିଆନ୍, ବୌଦ୍ଧ, କିମ୍ଵା ଅନ୍ୟ କୌଣସି ଧର୍ମ ସମ୍ପ୍ରଦାୟର ବୋଲି ଦାବି କରେ, ଏବଂ ଉପସଂମ୍ପ୍ରଦାୟ, ଏ ପ୍ରକାରର ଉପାଧି ଅସନାତନ ଧର୍ମ ଅଟେ । ଜଣେ ହିନ୍ଦୁ ମୁସଲମାନ୍ ହେବାପାଇଁ ତାର ବିଶ୍ଵାସ ବଦଳେଇ ପାରେ, ବା ଜଣେ ମୁସଲମାନ୍ ହିନ୍ଦୁ ବା ଖ୍ରୀଷ୍ଟିୟାନ୍ ହେବା ପାଇଁ ତାର ବିଶ୍ଵାସ ବଦଳେଇ ପାରେ, ଇତ୍ୟାଦି, କିନ୍ତୁ ସବୁ ପରିସ୍ଥିତିରେ ଏ ଧର୍ମ ବିଶ୍ଵାସ ପରିବର୍ତ୍ତନ କୌଣସି ବ୍ୟକ୍ତିର ସନାତନ ସେବା କରିବା ବୃତ୍ତିରେ ଆଞ୍ଚ ଆଣେ ନାହିଁ । ଜଣେ ହିନ୍ଦୁ, ବା ମୁସଲମାନ୍, ବା ଖ୍ରୀଷ୍ଟିୟାନ୍, ସବୁ ପରିସ୍ଥିତିରେ କାହାରି ନା କାହାରି ସେବକ ଅଟନ୍ତି, ତେଣୁ ଏକ ନିର୍ଦ୍ଧିଷ୍ଟ ସଂମ୍ପ୍ରଦାୟକୁ ସ୍ଵୀକାର କରିବାର ଅର୍ଥ ସନାତନ ଧର୍ମକୁ ସ୍ଵୀକାର କରିବା ନୁହେଁ, କିନ୍ତୁ ଜୀବର ଚିର ସହଚର ହେଉଛି ସେବା କରିବା, ତାହାହିଁ ସନାତନ ଧର୍ମ ଅଟେ । ବାସ୍ତବରେ ଆମେମାନେ ସେବା କରିବାରେ ପରମେଶ୍ଵରଙ୍କ ସହ ସମ୍ଵନ୍ଧିତ । ପରମେଶ୍ଵର ହେଉଛନ୍ତି ପରମ ଭୋକ୍ତା, ଏବଂ ଆମେ ଜୀବଗଣ ତାଙ୍କର ସେବକ ଅଟୁ । ଆମେମାନେ ତାଙ୍କର ଉପଭୋଗ ନିମିତ୍ତ ସୃଷ୍ଟି ହୋଇଅଛୁ, ଏବଂ ଆମେମାନେ ଯଦି ଭଗବାନଙ୍କ ସହ ସେ ସନାତନ ଭୋଗରେ ଅଂଶଗ୍ରହଣ କରୁ ତାହା ଆମକୁ ସୁଖୀ କରାଏ, ଅନ୍ୟଥା ଆମେ ସୁଖୀ ହୋଇପାରିବା ନାହିଁ । ସ୍ଵାଧୀନ ଭାବରେ, ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଶରୀରର କୌଣସି ଅଙ୍ଗ, ହାତ, ଗୋଡ଼, ଆଙ୍ଗୁଳି, କିମ୍ଵା ଶରୀରର ଅନ୍ୟ କୌଣସି ଅଙ୍ଗ, ସ୍ଵଧୀନ ଭାବରେ, ଉଦର ସହ ସହୋଯୋଗ କରିବା ବିନା ସୁଖୀ ହୋଇପାରିବ ନାହିଁ , ସେହିପରି, ଜୀବମାନେ କେବେ ମଧ୍ୟ ସୁଖୀ ହୋଇପାରିବେ ନାହିଁ ପରମେଶ୍ଵରଙ୍କର ଦିବ୍ୟ ପ୍ରେମପୂର୍ଣ୍ଣ ସେବାରେ ନିଯୁକ୍ତ ନ ହେଲେ । ବର୍ତ୍ତମାନ, ଭଗବଦ୍ ଗୀତାରେ ଅନ୍ୟ ଦେବତାମାନଙ୍କୁ ପୂଜା କରିବା ଅନୁମୋଦନ କରାଯାଇ ନାହିଁ ....କାରଣ ଭଗବଦ୍ ଗୀତାର ସପ୍ତମ ଅଧ୍ୟୟ, ବିଂଶ ଶ୍ଳୋକରେ କୁହାଯାଇଛି, ଭଗବାନ କହୁଛନ୍ତି (BG 7.20), କାମୈସ୍ତୈସ୍ତୈର୍ହୃତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟ ଦେବତାଃ । କାମୈସ୍ତୈସ୍ତୈର୍ହୃତଜ୍ଞାନାଃ । ଯେଉଁମାନଙ୍କର ମନ ଭୌତିକ କାମନାରେ ବିଚଳିତ ହୋଇଛି, କେବଳ ସେମାନେ ଭଗବାନ୍ କୃଷ୍ଣଙ୍କ ବ୍ୟତୀତ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି ।