OR/661117 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଏବଂ ସାଧାରଣ ମଣିଷ କିମ୍ବା ସାଧାରଣ ଜୀବଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଆମେ ଗୋଟିଏ ସ୍ଥାନରେ ରହିପାରିବା, କିନ୍ତୁ କୃଷ୍ଣ ... ଗୋଲୋକ ଇଭ ନିବସତି ଅଖିଲାତ୍ମ-ଭୂତଃ (BS 5.37)। ଯଦିଓ ସେ ଦିବ୍ୟ ରାଜ୍ୟରେ ନିଜର ବାସସ୍ଥାନ ପାଇଛନ୍ତି, ଯାହାକୁ ଗୋଲୋକ ବୃନ୍ଦାବନ କୁହାଯାଏ... ବୃନ୍ଦାବନ ସହର ମୁଁ ଯେଉଁଠାରୁ ଆସିଛି, ସେହି ବୃନ୍ଦାବନକୁ ଭୌମ୍ୟ ବୃନ୍ଦାବନ ବୋଲି କୁହାଯାଏ। ଭୌମ୍ୟ ବୃନ୍ଦାବନ ଅର୍ଥ ସେଇ ବୃନ୍ଦାବନ ଏଇ ପୃଥିବୀ ପୃଷ୍ଠକୁ ଅବତରଣ କରେ । ଯେପରି କୃଷ୍ଣ ଅବତରଣ କରନ୍ତି ନିଜ ଅନ୍ତରଙ୍ଗା ଶକ୍ତି ଦ୍ଵାରା ସେହିପରି ତାଙ୍କର ଧାମ, କିମ୍ବା ତାଙ୍କ ବାସସ୍ଥାନ ମଧ୍ୟ ଅବତରଣ କରେ, ବୃନ୍ଦାବନ ଧାମ। କିମ୍ବା ଅନ୍ୟ ଅର୍ଥରେ, ଯେତେବେଳେ କୃଷ୍ଣ ଏହି ପୃଥିବୀକୁ ଓହ୍ଲାନ୍ତି, ସେତେବେଳେ ସେ ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜକୁ ପ୍ରଦର୍ଶନ କରନ୍ତି। ତେଣୁ ସେହି କ୍ଷେତ୍ର ଏତେ ପବିତ୍ର, ବୃନ୍ଦାବନ। "
661117 - ପ୍ରବଚନ BG 08.15-20 - ନିୟୁର୍କ