OR/670320 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଭୌତିକ ଜଗତରେ ଆମେ ସ୍ଥାୟୀ ସମାଧାନ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛୁ, କିନ୍ତୁ ଦୁର୍ଭାଗ୍ୟବଶତଃ , ଆମେ ଏହାର ବିପରୀତ ଫଳାଫଳ ସହିତ ସାକ୍ଷାତ କରୁଛୁ। ତାହା ଆମର ଅଭିଜ୍ଞତାରେ ଅଛି। ଏକ ବୈଷ୍ଣବ କବି ବହୁତ ସୁନ୍ଦର ଗୀତ ଗାଇଛନ୍ତି। ସେ କୁହନ୍ତି, ସୁଖେର ଲାଗିଆ ଇ ବରୋ ଭାଗିନୁ ଅନଲେ ପୁରିଆ ଗେଲା : "ମୁଁ ଖୁସିରେ ବଞ୍ଚିବା ପାଇଁ ଏହି ଘର ନିର୍ମାଣ କଲି । ଦୁର୍ଭାଗ୍ୟବଶତଃ, ଏହାକୁ ନିଆଁରେ ପୋଡି ଦିଆଯାଇଥିଲା, ତେଣୁ ସବୁକିଛି ସମାପ୍ତ ହୋଇଛି। " ତାହା ଚାଲିଛି। ଭୌତିକ ଜଗତରେ ଆମେ ଅତି ଆରାମଦାୟକ, ଶାନ୍ତିପୂର୍ଣ୍ଣ, ଅନନ୍ତ ଜୀବନଯାପନ ପାଇଁ ଅନେକ ଯୋଜନା କରୁଛୁ - କିନ୍ତୁ ତାହା ସମ୍ଭବ ନୁହେଁ। ଲୋକମାନେ ଏହା ବୁଝନ୍ତି ନାହିଁ। ସେମାନେ ଦେଖୁଛନ୍ତି, ଅନୁଭବ କରୁଛନ୍ତି; ଶାସ୍ତ୍ରରୁ ଆମେ ନିର୍ଦ୍ଦେଶ ପାଉଛୁ ଯେ କିଛି ଅକ୍ଷୟ ନୁହେଁ। ଭୌତିକ ଜଗତରେ ସବୁକିଛି ନଷ୍ଟ ହୋଇଯାଏ। ଏବଂ ଆମେ ପ୍ରକୃତରେ ମଧ୍ୟ ଦେଖୁଛୁ ଯେ ନଷ୍ଟ ହୋଇଯାଉଥିବା ଏଜେଣ୍ଟମାନେ ସର୍ବଦା ପ୍ରସ୍ତୁତ ଅଛନ୍ତି। "
670320 - ପ୍ରବଚନ SB 07.07.40-44 - ସାନ୍ ଫ୍ରାନ୍ସିସ୍କୋ