OR/670322b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଗୋଟିଏ ସ୍ଥାନରେ ଅଗ୍ନି ରଖାଯାଇଛି, କିନ୍ତୁ ଏହା ଭିନ୍ନ ଉପାୟରେ ପ୍ରକାଶିତ ହେଉଛି । ଏହା ଆଲୋକିତ କରୁଛି, ଏହାର ଉତ୍ତାପକୁ ଗୋଟିଏ ସ୍ଥାନରୁ ବାଣ୍ଟୁଛି। ସେହିପରି ପରମପୁରୁଷ ଭଗବାନ, ସେ ହୁଏତ ବହୁତ ବହୁତ ଦୂରରେ ଅଛନ୍ତି । ସେ ବହୁତ ଦୂରରେ ନାହାନ୍ତି, କାରଣ ସେ ତାଙ୍କ ଶକ୍ତି ଦ୍ୱାରା ଉପସ୍ଥିତ । ଠିକ୍ ସୂର୍ଯ୍ୟକିରଣ ପରି । ସୂର୍ଯ୍ୟ ଆମଠାରୁ ବହୁତ ଦୂରରେ, କିନ୍ତୁ ସେ ତାଙ୍କ ଜ୍ୟୋତି ଦ୍ୱାରା ଆମ ସମ୍ମୁଖରେ ଉପସ୍ଥିତ । ଆମେ ସୂର୍ଯ୍ୟ କ’ଣ ବୁଝିପାରିବା । ସେହିପରି, ଯଦି ଆପଣ ପରମପୁରୁଷ ଭଗବାନଙ୍କ ଶକ୍ତି ଅଧ୍ୟୟନ କରନ୍ତି, ତାହାହେଲେ ତୁମେ ସଚେତନ, କିମ୍ବା କୃଷ୍ଣ ଚେତନାରେ ଅଛ । ତେଣୁ ଯଦି ତୁମେ ନିଜକୁ କୃଷ୍ଣଙ୍କର ଶକ୍ତିରେ ଜଡିତ କର, ତେବେ ତୁମେ କୃଷ୍ଣ ସଚେତନ ହୁଅ । ଏବଂ ତୁମେ କୃଷ୍ଣ ସଚେତନ ହେବା ମାତ୍ରେ ତୁମେ ଅଲଗା ରୁହ ନାହିଁ । ତୁମେ ତାଙ୍କଠାରୁ ଅଲଗା ହୋଇ ରୁହ ନାହିଁ । "
670322 - ପ୍ରବଚନ SB 07.07.46 - ସାନ୍ ଫ୍ରାନ୍ସିସ୍କୋ