OR/680702 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବଦ୍-ଗୀତା ବୁଝିବା ପରେ, ଯଦି ଜଣେ ବିଶ୍ୱାସୀ ହୁଏ ଯେ "ମୁଁ ମୋର ଜୀବନକୁ କୃଷ୍ଣଙ୍କ ସେବା ପାଇଁ ଉତ୍ସର୍ଗ କରିବି", ତେବେ ସେ ଶ୍ରୀମଦ୍-ଭାଗବତମ୍ ଅଧ୍ୟୟନରେ ପ୍ରବେଶ କରିବାକୁ ଯୋଗ୍ୟ ଅଟନ୍ତି। ଏହାର ଅର୍ଥ ହେଉଛି ଶ୍ରୀମଦ୍-ଭାଗବତମ୍ ସେହିଠାରୁ ଆରମ୍ଭ ହୁଏ ଯେଉଁଠାରେ ଭଗବଦ୍-ଗୀତା ଶେଷ ହୁଏ। ଭଗବଦ୍-ଗୀତା ଶେଷ ହୁଏ: ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( BG 18.66) । ସମସ୍ତ କାର୍ଯ୍ୟ ତ୍ୟାଗ କରି ଜଣେ କୃଷ୍ଣଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଆବଶ୍ୟକ । ସର୍ବଦା ମନେରଖ, ଅନ୍ୟ ସମସ୍ତ କାର୍ଯ୍ୟ ଅର୍ଥ ନୁହେଁ ଯେ ତୁମକୁ ଛାଡିବାକୁ ପଡିବ । ତୁମେ ... ବୁଝିବାକୁ ଚେଷ୍ଟା କର ଯେ କୃଷ୍ଣ କହିଛନ୍ତି ଯେ ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର । ତେଣୁ ଏହାର ଅର୍ଥ ନୁହେଁ ଯେ ଅର୍ଜୁନ ଯୁଦ୍ଧ ତ୍ୟାଗ କରିଛନ୍ତି। ବରଂ ସେ ଅଧିକ ଜୋରଦାର ଯୁଦ୍ଧ କରିବାକୁ ଲାଗିଲେ।"
680702 - ପ୍ରବଚନ SB 07.09.08 - ମନ୍ତ୍ରେଆଲ