OR/680910 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ତୁମେ ଏକ ଆକାଶର ଧାରଣା ପାଇଛ। କିନ୍ତୁ ଆକାଶର ମହାନତା ବିଷୟରେ ତୁମର ଏକ ନିର୍ଦ୍ଦିଷ୍ଟ ଧାରଣା ରହିପାରିବ ନାହିଁ, କାରଣ ତୁମର ଅଭିଜ୍ଞତା ଏବଂ ଜ୍ଞାନ ଇନ୍ଦ୍ରିୟ ଧାରଣା ଦ୍ୱାରା ସଂଗୃହିତ ହୋଇଛି । ଆକାଶରେ ଇନ୍ଦ୍ରିୟ ଦ୍ୱାରା ଅନୁଭବ କରିବା ପରି କିଛି ନାହିଁ । ଠିକ୍ ଯେପରି ଆମେ ଏଇ କୋଠରୀରେ ବସିଛୁ । ଏହି କୋଠରୀ ଭିତରେ ଆକାଶ ଅଛି, କିନ୍ତୁ ଆମେ ଆକାଶକୁ ବୁଝି ପାରୁ ନାହୁଁ। କିନ୍ତୁ ଯଦି ଆମେ ଏହି ଟେବୁଲକୁ ବୁଝିବାକୁ ଚେଷ୍ଟା କରିବା ତେବେ ଆମେ ହୁଏତ ବୁଝିପାରିବା, କାରଣ ଟେବୁଲରେ, ଯଦି ମୁଁ ସ୍ପର୍ଶ କରେ, ମୁଁ କଠିନତା ଅନୁଭବ କରେ; ଅନୁଭୂତି ସେଠାରେ ଅଛି ।"
680910 - ପ୍ରବଚନ BG 07.01 - ସାନ୍ ଫ୍ରାନ୍ସିସ୍କୋ