OR/690214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ବ୍ୟକ୍ତି ଯିଏ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଲକ୍ଷ ଲକ୍ଷ ମହିଳାଙ୍କ ସହିତ ଯୌନ ମିଳନକୁ ଉପଭୋଗ କରିପାରିବେ। ନା। ଏହା ସମ୍ଭବ ନୁହେଁ। ତାଙ୍କର ମିଳନ ଶକ୍ତି, ଯିଏ ଦଶ ଟଙ୍କା ରୋଜଗାର କରୁଛି ତାଙ୍କ ସହ ସମାନ। ତାଙ୍କର ଖାଇବା ଶକ୍ତି ହେଉଛି ସେହି ବ୍ୟକ୍ତିଙ୍କ ସହିତ ସମାନ, ଯିଏ ଦଶ ଟଙ୍କା ରୋଜଗାର କରୁଛି । ତେଣୁ ସେ ଭାବନ୍ତି ନାହିଁ ଯେ "ମୋର ଜୀବନର ଉପଭୋଗ ଦଶ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ସହିତ ସମାନ ଅଟେ । ତା’ହେଲେ ମୁଁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ପାଇଁ ଏତେ ପରିଶ୍ରମ କରୁଛି କାହିଁକି? ମୁଁ କାହିଁକି ସେହି ଉପାୟରେ ମୋର ଶକ୍ତି ନଷ୍ଟ କରୁଛି? "ତୁମେ ଦେଖୁଛ? ସେମାନଙ୍କୁ ମୁଢ କୁହାଯାଏ। ନ ମାମଂ ଦୁଷ୍କୃତିନୋ... ( ଭ. ୭.୧୫) ପ୍ରକୃତରେ ସେ ନିୟୋଜିତ କରିବା ଉଚିତ୍, ଯେତେବେଳେ ସେ ଦୈନିକ ଲକ୍ଷ ଲକ୍ଷ ଡଲାର ରୋଜଗାର କରନ୍ତି, ସେ ନିଜକୁ ନିୟୋଜିତ କରିବା ଉଚିତ୍, ଭଗବାନଙ୍କୁ କିପରି ବୁଝିବେ, ଜୀବନର ଉଦ୍ଦେଶ୍ୟ କ’ଣ?"
690214 - ପ୍ରବଚନ BG 06.02-5 - ଲସ ଆ଼ଞ୍ଜେଲ୍ସ